Drone Surveillance Operation: ପୋଲିସକୁ ଚକ୍‌ମା ଦେଇ ଜଙ୍ଗଲରେ ଲୁଚିଥିଲେ ୧୭ କଏଦୀ, ଉପରୁ ନଜର ରଖିଥିଲା ଡ୍ରୋନ୍!

Oct 30, 2026 - 10:22
Drone Surveillance Operation: ପୋଲିସକୁ ଚକ୍‌ମା ଦେଇ ଜଙ୍ଗଲରେ ଲୁଚିଥିଲେ ୧୭ କଏଦୀ, ଉପରୁ ନଜର ରଖିଥିଲା ଡ୍ରୋନ୍!

ମିଛ ଅସୁସ୍ଥତାର ନାଟକ କରି ଜେଲରୁ ମାରିଲେ ଫେରାର୍।

ଘଞ୍ଚ ଜଙ୍ଗଲରେ ଲୁଚିଥିଲେ ୧୭ କଏଦୀ।

ଡ୍ରୋନ୍ ଧରାଇଦେଲା ଠିକଣା।

ଜେଲ୍‌ର ଉଚ୍ଚ ପାଚେରି, କଡ଼ା ସୁରକ୍ଷା ଆଉ ପହରାଦାରଙ୍କ ନଜରକୁ ଚକମା ଦେଇ ଫେରାର୍ ହୋଇଗଲେ ୧୭ ଜଣ ବିଚାରାଧୀନ କଏଦୀ।

ହେଲେ ଜଙ୍ଗଲରେ ଲୁଚି ରହିବାର ଚାଲ୍ ବେଶି ସମୟ କାମ ଦେଲାନି।

ଡ୍ରୋନ୍ ଓ ପୋଲିସର ସ୍ୱତନ୍ତ୍ର ଟିମ୍‌ର ମିଳିତ ଅପରେସନ୍‌ରେ ୧୩ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଖୋଜୁଛି ପୋଲିସ।

Advertisment ଘଟଣାଟି ତାମିଲନାଡୁର ଥେନି ଜିଲ୍ଲା ଅନ୍ତର୍ଗତ ଥେକ୍କମପଟ୍ଟି ସବ୍‌-ଜେଲ୍‌ର।

ସୋମବାର ରାତିରେ କିଛି କଏଦୀ ଜଣେ ସାଥୀଙ୍କୁ ବାତ ମାରିବାର ମିଛ ନାଟକ କରିଥିଲେ।

ସହାୟତା ପାଇଁ ଜେଲ୍ କର୍ମଚାରୀ ଆସିବା ପରେ କଏଦୀମାନେ ତାଙ୍କୁ ଆକ୍ରମଣ କରି ଚାବି ଛଡ଼ାଇ ନେଇଥିଲେ।

ଏହାପରେ ମୁଖ୍ୟ ଫାଟକ ଖୋଲି ଫେରାର୍ ହୋଇଯାଇଥିଲେ।

ଫେରାର୍ କଏଦୀଙ୍କୁ ଧରିବା ପାଇଁ ପୋଲିସ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ତଲାସୀ ଆରମ୍ଭ କରିଥିଲା।

ଦିନ ହେବା ପରେ ତିନୋଟି ଡ୍ରୋନ୍ ଓ ୧୭ଟି ସ୍ୱତନ୍ତ୍ର ଟିମ୍ ଅପରେସନ୍‌ରେ ସାମିଲ ହୋଇଥିଲେ।

ଡ୍ରୋନ୍‌ରୁ ମିଳିଥିବା ଚିତ୍ର ଆଧାରରେ ଜଙ୍ଗଲରେ ଲୁଚିଥିବା କଏଦୀଙ୍କୁ ଚିହ୍ନଟ କରାଯାଇଥିଲା।

ଏହି ସୁରକ୍ଷା ତ୍ରୁଟି ପାଇଁ ୯ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ଅବଶିଷ୍ଟ ୪ ଜଣଙ୍କୁ ଧରିବା ପାଇଁ ତଲାସୀ ଜାରି ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।