CNAP Launch: ନଭେମ୍ବର ୧ରୁ ମୋବାଇଲ୍ ସ୍କ୍ରିନରେ ଦେଖାଯିବ ଅଜଣା କଲକର୍ତ୍ତାଙ୍କ ପ୍ରକୃତ ନାମ

Oct 15, 2026 - 12:51
CNAP Launch: ନଭେମ୍ବର ୧ରୁ ମୋବାଇଲ୍ ସ୍କ୍ରିନରେ ଦେଖାଯିବ ଅଜଣା କଲକର୍ତ୍ତାଙ୍କ ପ୍ରକୃତ ନାମ

"ନୂଆଦିଲ୍ଲୀ:  ଭାରତରେ ଅଜଣା କଲ୍ କିମ୍ବା ସ୍ପାମ୍ କଲରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଦୂରସଞ୍ଚାର ବିଭାଗ (ଡିଓଟି) ପକ୍ଷରୁ ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଆସନ୍ତା ନଭେମ୍ବର ୧ ରୁ ''କଲିଂ ନେମ୍ ପ୍ରେଜେଣ୍ଟେସନ୍'' (ସିଏନ୍ଏପି) ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ଭାରତର ଏକ ଯାଞ୍ଚ ହୋଇଥିବା କଲର ପରିଚୟ ବ୍ୟବସ୍ଥା ଅଟେ, ଯାହା ଫୋନ୍ ଆସିବା ସମୟରେ କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ସହିତ ସେମାନଙ୍କ ନାମ ମଧ୍ୟ ସ୍କ୍ରିନରେ ପ୍ରଦର୍ଶିତ କରିବ।Advertisment ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ୪ଜି ଓ ୫ଜି ନେଟୱାର୍କ ବ୍ୟବହାର କରୁଥିବା ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହି ସିଏନ୍ଏପି ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ବାଏ ଡିଫଲ୍ଟ ସକ୍ରିୟ ରହିବ।

ତେବେ ୨ଜି, ୩ଜି ଏବଂ ପବ୍ଲିକ୍ ସୁଇଚ୍ଡ ଟେଲିଫୋନ୍ ନେଟୱାର୍କରେ ଏହାକୁ ଲାଗୁ କରିବା ନେଇ ପରେ ବିଚାର କରାଯିବ।

ଫୋନ୍ ଆସିବା ସମୟରେ ସ୍କ୍ରିନରେ ପ୍ରଥମେ କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଏବଂ ଦ୍ୱିତୀୟରେ ଗ୍ରାହକଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇଥିବା ନାମ ଦେଖାଯିବ।

ପରୀକ୍ଷଣ କରାଯିବା ପରେ ନିର୍ଦ୍ଦେଶ ଜାରି ଯଦି ନମ୍ବରଟି ସେଭ୍ ହୋଇନଥାଏ, ତେବେ ଘରୋଇ କଲଗୁଡ଼ିକ ପାଇଁ ଟେଲିକମ୍ ଅପରେଟରଙ୍କ ଡାଟାବେସରେ ପଞ୍ଜୀକୃତ ହୋଇଥିବା ନାମ ପ୍ରଦର୍ଶିତ ହେବ।

ଅନ୍ତର୍ଜାତୀୟ କଲଗୁଡ଼ିକ କ୍ଷେତ୍ରରେ ସ୍କ୍ରିନରେ "ଇଣ୍ଟରନ୍ୟାସନାଲ୍ କଲ୍" ବୋଲି ଲେଖାଯାଇଥିବା ନଜର ଆସିବ।

ଗତ କିଛି ମାସ ମଧ୍ୟରେ ୪ଜି ଏବଂ ୫ଜି ନେଟୱାର୍କରେ ଏହାର ପରୀକ୍ଷଣ କରାଯିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ର ଫେବୃଆରୀ ୨୦୨୪ ସୁପାରିଶ ଏବଂ ଅକ୍ଟୋବର ୨୦୨୫ରେ ଟ୍ରାଇ ଏବଂ ଡିଓଟି ମଧ୍ୟରେ ହୋଇଥିବା ସହମତି ଅନୁଯାୟୀ ଏହି ବ୍ୟବସ୍ଥାକୁ ବାଏ ଡିଫଲ୍ଟ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

Rahul Gandhi: ଦୀପକେଙ୍କୁ ରାହୁଲ ଗାନ୍ଧୀଙ୍କ ''ହାଇ ଟି'' ନିମନ୍ତ୍ରଣ, ବିରୋଧୀ ମେଣ୍ଟରେ ମିଳିପାରେ ବଡ଼ ସ୍ଥାନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।