Cockpit Crash Axe Under Scanner: ବିମାନ କକପିଟରୁ ହଟିବ କି କ୍ରାସ୍ ଆକ୍ସ? ଫ୍ଲାଏଦୁବାଇ ପରେ ବିତର୍କ
ଫ୍ଲାଏଦୁବାଇ ବିମାନରେ ଆତଙ୍କୀ ଆକ୍ରମଣର ତରିକା ଫେଲ୍ ମାରିବା ପରେ ଏବେ ବିମାନ ଯାତ୍ରା ସୁରକ୍ଷା ଦିଗରେ ଚିନ୍ତା ବଢାଇଛି କକପିଟରେ ରହୁଥିବା କ୍ରାସ୍ ଆକ୍ସ ବା ଜରୁରୀକାଳୀନ କୁରାଢ଼ି। ଆଗକୁ ଏହାକୁ ବିମାନର କକପିଟରେ ରଖାଯିବ କି ନାହିଁ, ସେ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ସାଧାରଣତଃ ଅଗ୍ନିକାଣ୍ଡ କିମ୍ବା କୌଣସି ଦୁର୍ଘଟଣା ଘଟିଲେ କ୍ରୁ ସଦସ୍ୟମାନେ ଏହାକୁ ଧାତୁ, ପ୍ୟାନେଲ୍ କିମ୍ବା ତାର କାଟିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଫ୍ଲାଏଦୁବାଇ ବିମାନର କୋ-ପାଇଲଟ ଏହି କୁରାଢିକୁ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ।
ତେଣୁ ବିଶେଷଜ୍ଞ ଏବଂ ପାଇଲଟମାନେ ଏହାର ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଏହି କୁରାଢ଼ି ବଦଳରେ ଏଣିକି ଆଉ କି ବିକଳ୍ପ ସୁରକ୍ଷା ଉପକରଣ ରଖାଯାଇପାରିବ, ତାକୁ ନେଇ ଆରମ୍ଭ ହୋଇଛି ବିତର୍କ। କାରଣ ଆକସ୍ମିକ ସୁରକ୍ଷା ଉପକରଣ ବଦଳରେ ଏହାକୁ ପ୍ରଥମ ଥର ଲାଗି ଅସ୍ତ୍ର ଭଳି ବ୍ୟବହାର କରାଯାଇଥିବାରୁ ଏହା ସୁରକ୍ଷା ନା ବିପଦ ସୃଷ୍ଟିକାରୀ, ତାକୁ ନେଇ ଉଠିଛି ପ୍ରଶ୍ନ।...
କକ୍ପିଟ୍ ରେ ରହିବ ତ କ୍ରାସ୍ ଆକ୍ସ୍ ?
ଫ୍ଲାଏ ଦୁବାଇ ବିମାନରେ ଆତଙ୍କୀ ହମଲା ଯୋଜନା ପଣ୍ଡରୁ ବଢ଼ିଲା ଚିନ୍ତା
ବିମାନ ଯାତ୍ରା ସୁରକ୍ଷା ଦିଗରେ ଚିନ୍ତା ବଢାଇଲା କକ୍ପିଟର କ୍ରାସ୍ ଆକ୍ସ୍
ଆଗକୁ ଏ ଧାତବ ଅସ୍ତ୍ର କକ୍ପିଟରେ ରଖାଯିବ ନା ନାହିଁ ତାକୁ ନେଇ ବିତର୍କ
କ୍ରାସ୍ ଆକ୍ସ୍ ବଦଳରେ ଆଉ କି ଉପକରଣ ରହିବ, ସେ ନେଇ ଆଲୋଚନା
ସୁରକ୍ଷା ଉପକରଣକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା କୋ ପାଇଲଟ୍
ଏହା ସୁରକ୍ଷା ଉପକରଣ ନା ବିପଦ ସୃଷ୍ଟିକାରୀ, ତାକୁ ନେଇ ଉଠିଲା ପ୍ରଶ୍ନ
୯/୧୧ ଷ୍ଟାଇଲରେ ଆକ୍ରମଣ ଯୋଜନା କରିଥିଲା କୋ ପାଇଲଟ୍ ହମାମ୍
ପୁରା ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।