Nobel Medicine Prize Declare: ମସ୍ତିଷ୍କର ରହସ୍ୟ ଖୋଲିଲେ, ତିନି ବୈଜ୍ଞାନିକଙ୍କୁ ନୋବେଲ୍ ସମ୍ମାନ

Oct 05, 2026 - 15:39
Nobel Medicine Prize Declare: ମସ୍ତିଷ୍କର ରହସ୍ୟ ଖୋଲିଲେ, ତିନି ବୈଜ୍ଞାନିକଙ୍କୁ ନୋବେଲ୍ ସମ୍ମାନ

ମସ୍ତିଷ୍କ କିପରି ନିଜର ସ୍ନାୟୁକୋଷଗୁଡ଼ିକୁ ସକ୍ରିୟ କରେ ଓ ନିଷ୍କ୍ରିୟ କରେ, ସେହି ରହସ୍ୟ ଉପରେ ଗବେଷଣା ପାଇଁ ଚଳିତ ବର୍ଷର ନୋବେଲ୍ ମେଡିସିନ୍ ପୁରସ୍କାର ତିନିଜଣ ବୈଜ୍ଞାନିକଙ୍କୁ ଦିଆଯାଇଛି। ପୁରସ୍କାର ପାଇଥିବା ବୈଜ୍ଞାନିକମାନେ ହେଲେ କାର୍ଲ ଡାଇସେରଥ, ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍। ସେମାନେ ‘ଲାଇଟ୍-ଗେଟେଡ୍ ଆୟନ୍ ଚ୍ୟାନେଲ୍’ ଏବଂ ‘ଅପ୍ଟୋଜେନେଟିକ୍ସ’ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଛନ୍ତି।

ଡାଇସେରଥ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଥିବାବେଳେ ହେଗେମାନ୍ ଜର୍ମାନୀର ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ନାଗେଲ୍ ୱୁର୍ଜବର୍ଗ ବିଶ୍ୱବିଦ୍ୟାଳୟ ସହ ଜଡିତ ଅଛନ୍ତି। ନୋବେଲ୍ କମିଟି କହିଛି, ଏହି ପଦ୍ଧତି ଏବେ ସାରା ବିଶ୍ୱର ଲାବୋରେଟୋରୀରେ ବ୍ୟବହାର ହୋଇ ମସ୍ତିଷ୍କର ଅନେକ ରହସ୍ୟ ବୁଝିବାରେ ସାହାଯ୍ୟ କରୁଛି।

ଷ୍ଟକହୋମ୍‌ର କାରୋଲିନ୍ସକା ଇନ୍‌ଷ୍ଟିଚ୍ୟୁଟ୍‌ରେ ଏହି ପୁରସ୍କାର ଘୋଷଣା ହୋଇଛି। ଚଳିତ ବର୍ଷ ପୁରସ୍କାର ରାଶି ୧୨ ମିଲିୟନ୍ ସ୍ୱିଡିଶ୍ କ୍ରୋନା, ଅର୍ଥାତ୍ ପ୍ରାୟ ୧.୨ ମିଲିୟନ୍ ଡଲାର। ଏହା ସହିତ ଆରମ୍ଭ ହୋଇଛି ନୋବେଲ୍ ସପ୍ତାହର ପୁରସ୍କାର ଘୋଷଣା ପର୍ବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।