Coconut water: ପଇଡ଼ ପାଣି ବନାମ ଓଆର୍‌ଏସ୍‌

Aug 26, 2026 - 08:57
Coconut water: ପଇଡ଼ ପାଣି ବନାମ ଓଆର୍‌ଏସ୍‌

"ଅଧିକ ମାତ୍ରାରେ ଇଲେକ୍ଟ୍ରୋଲାଇଟ୍‌ସ ଥିବାରୁ ପଇଡ଼ ପାଣି ପ୍ରାକୃତିକ ହାଇଡ୍ରେସନ୍‌ ଡ୍ରିଙ୍କ୍‌ ଭାବେ ପରିଚିତ।

ତେବେ ପଇଡ଼ ପାଣି କ"ଣ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଅନୁମୋଦିତ ଓରାଲ୍‌ ରିହାଇଡ୍ରେସନ୍‌ ସଲ୍‌ଟ୍‌ସ ବା "ଓଆର୍‌ଏସ୍‌" ଠାରୁ ଉନ୍ନତ?

ଏହାର ଉତ୍ତର ନିହିତ ଅଛି ହାଇଡ୍ରେସନ୍‌ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଖରେ।

ଯଦି ଜଣେ ପୂର୍ଣ୍ଣାଙ୍ଗ ହାଇଡ୍ରେସନ୍‌ ଆବଶ୍ୟକ କରୁଥାଆନ୍ତି, ‌େ‌ତବେ ସେ "ଓଆର୍‌ଏସ୍‌" ପିଇବା ଉଚିତ।

ତେବେ ଯଦି ଜଣେ ବ୍ୟକ୍ତି ସବୁଦିନ ସର୍ବନିମ୍ନ ହାଇଡ୍ରେସନ୍‌ ବଜାୟ ରଖିବାକୁ ଚାହାନ୍ତି, ସେ ‌େକ୍ଷତ୍ରରେ ପଇଡ଼ ପାଣି ପିଇଲେ ଆପତ୍ତି ନାହିଁ।

Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ସମ୍ପ୍ରତି "ଫୁଡ୍‌ ଜର୍ଣ୍ଣାଲ୍‌" ପତ୍ରିକାରେ ପ୍ରକାଶ ପାଇଛି ଯେ, ପଇଡ଼ ପାଣିରେ ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍‌-ସି, ଏମିନୋ ଏସିଡ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି।

ହୃତ୍‌ପିଣ୍ଡ ପାଇଁ ମଧ୍ୟ ଏହା ଭଲ।

ତା"ଛଡ଼ା ଏହା ପ୍ରଦାହ ଓ ଅଣୁଜୀବ ନିରୋଧୀ।

ଏସବୁ ସ୍ବାସ୍ଥ୍ୟଗତ ଉପକାର ଲାଗି ପଇଡ଼ ପାଣି ପ୍ରାକୃତିକ ହାଇଡ୍ରେସନ୍‌ ପାନୀୟ ଭାବେ ବିବେଚିତ।

ଅନ୍ୟ ପକ୍ଷରେ, ଡାଇରିଆ ଓ ବାନ୍ତି ଯୋଗୁଁ ଦେଖାଯାଉଥିବା ସାମାନ୍ୟରୁ ମଧ୍ୟମ ଧରଣର ଡିହାଇଡ୍ରେସନ୍‌ ବା ଜଳଶୁଷ୍କତାର ପ୍ରାରମ୍ଭିକ ଚିକିତ୍ସା ହେଉଛି "ଓଆର୍‌ଏସ୍‌" ପାନୀୟ। "ଓଆର୍‌ଏସ୍‌"ରେ ଥିବା ଠିକ୍‌ ଇଲେକ୍ଟ୍ରୋଲାଇଟ୍‌ସ ସ୍ତର ହେଉଛି ଅଧିକ ପରିମାଣର ସୋଡିୟମ୍‌, ସନ୍ତୁଳିତ ଗ୍ଲୁକୋଜ୍‌-ଇଲେଟ୍ରୋଲାଇଟ୍‌ ଅନୁପାତ।

ଏହା ଦ୍ରୁତ ହାଇଡ୍ରେସନ୍‌ ପାଇଁ ପ୍ରସ୍ତୁତ ହୋଇଥାଏ।

ସେହିପରି ପଇଡ଼ ପାଣି ଏକ ପ୍ରାକୃତିକ ପାନୀୟ ଏବଂ ଏଥିରେ କିଛି ସମସ୍ୟା ବି ରହିଛି।

ଏହା ସୁସ୍ଥ ଲୋକଙ୍କ ପକ୍ଷେ ଭଲ।

କିନ୍ତୁ ଜଳଶୁଷ୍କତା ଚିକିତ୍ସା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ "ଓଆର୍‌ଏସ୍‌" ଆବଶ୍ୟକ।

କାରଣ ଏଥିରେ ରୋଗୀ ଆବଶ୍ୟକ କରୁଥିବା ପରିମାଣ ଅନୁଯାୟୀ ସୋଡିୟମ୍‌, ଗ୍ଲୁକୋଜ୍‌ ଓ ଇଲେକ୍ଟ୍ରୋଲାଇଟ୍‌ସ ଥାଏ।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି ପଇଡ଼ ପାଣି ପ୍ରାକୃତିକ ପାନୀୟ, ମଧୁର ସ୍ବାଦଯୁକ୍ତ ଓ ପଟାସିୟମ୍‌ ସମୃଦ୍ଧ ହୋଇଥିବାରୁ ସାମାନ୍ୟ ବ୍ୟାୟାମ, ଗରମ ପାଗ ତଥା ଦୈନନ୍ଦିନ ହାଇଡ୍ରେସନ୍‌ ବଜାୟ ରଖିବା ଏବଂ ଅରୁଚି କ୍ଷେତ୍ରରେ ଖୁବ୍‌ ଲାଭଦାୟକ ହୋଇଥାଏ।

ତେବେ ବିଶେଷକରି ଡାଇରିଆ କ୍ଷେତ୍ରରେ ପଇଡ଼ ପାଣି ପିଇବା ଅନୁଚିତ।

କାରଣ ଏଥିରେ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍‌ସ ଥିବାରୁ ତାହା ଶରୀରରୁ କ୍ଷୟ ହୋଇଯାଇଥିବା ତରଳ ପଦାର୍ଥ ପରିପୂରଣ କରିପାରେ ନାହିଁ।

ଏହାଛଡ଼ା କିଡ୍‌ନି ରୋଗୀ, ହାଇପର୍‌କାଲେମିଆ ଓ ପଟାସିୟମ୍‌ କଟକଣା ଥିବା ବ୍ୟକ୍ତିବିଶେଷ ମଧ୍ୟ ପଇଡ଼ ପାଣି ପିଇବା ଅନୁଚିତ।

ଡାଇରିଆ, ବାନ୍ତି, ଖାଦ୍ୟ ବିଷକ୍ରିୟାଜନିତ ମାତ୍ରାଧିକ ଜଳଶୁଷ୍କତା ଚିକିତ୍ସା ଆବଶ୍ୟକ କରେ।

ତେଣୁ ଶରୀର ତତ୍‌କ୍ଷଣାତ୍‌ କାର୍ଯ୍ୟ କରୁଥିବା ଗ୍ଲୁକୋଜ୍‌, ସୋଡିୟମ୍‌, ପଟାସିୟମ୍‌, କ୍ଲୋରାଇଡ୍‌ ଓ ସାଇଟ୍ରେଟ୍‌ ଦରକାର।

ଏସବୁ ଉପାଦାନ "ଓଆର୍‌ଏସ୍‌"ରେ ଥାଏ।

ଡାଇରିଆ ଯୋଗୁଁ ଶରୀରରୁ ନିର୍ଗତ ହୋଇଯାଇଥିବା ତରଳ ପଦାର୍ଥ ଓ ଇଲେ‌େକ୍ଟ୍ରାଲାଇଟ୍‌ସ ପୂରଣ କରେ "ଓଆର୍‌ଏସ୍"।

ତା"ଛଡ଼ା ଏହା ଜଳଶୁଷ୍କତାଜନିତ ଜଟିଳତା ବି ଦୂର କରେ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ପ୍ରସ୍ତୁତ "ଓଆର୍‌ଏସ୍‌" ବିଜ୍ଞାନସିଦ୍ଧ ଏବଂ ଏହା ଶରୀରରୁ କ୍ଷୟ ହୋଇଯାଉଥିବା ତରଳ ପଦାର୍ଥ ଖୁବ୍‌ ଶୀଘ୍ର ପରିପୂରଣ କରିପାରେ। "ଓଆର୍‌ଏସ୍‌"ରେ ଠିକ୍‌ ମାତ୍ରାରେ ସୋଡିୟମ୍‌-ଗ୍ଲୁକୋଜ୍‌ ମିଶ୍ରଣ ଥିବାରୁ ଆନ୍ତ୍ରିକ ଜଳ ବିଶୋ‌ଷଣ ଉନ୍ନତ କରିବା ସହିତ ହାଇଡ୍ରେସନ୍‌ ଫେରାଇ ଆଣିବାରେ ସହାୟକ ହୁଏ। "ଓଅାର୍‌ଏସ୍‌" ପିଇବା ଦ୍ବାରା ବିପଜ୍ଜନକ ଜଳଶୁଷ୍କତା ମଧ୍ୟ ଏଡ଼ାଇ ଦିଆଯାଇ ପାରେ।

କାରଣ ଏହା ଶରୀରରୁ ନିର୍ଗତ ହୋଇଯାଇଥିବା ତରଳ ପଦାର୍ଥ ପୁଣି ପରିପୂରଣ କରିଦିଏ।

ସେଥିପାଇଁ, ଡାଇରିଆ, ବାନ୍ତି, ଜ୍ବର ଓ ମାତ୍ରାଧିକ ଝାଳ ବୋହିଲେ "ଓଆର୍‌ଏସ୍‌" ପିଇବାକୁ ପରାମର୍ଶ ଦିଆଯାଇଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।