Complaint: ବଡ଼ଗାଁ ଥାନାରେ ବରିଷ୍ଠ ନାଗରିକଙ୍କୁ ଏଏସଆଇଙ୍କ ଦୁର୍ବ୍ଯବହାର ଅଭିଯୋଗ
"ସୁନ୍ଦରଗଡ଼: ମହିଳାଙ୍କ ଅଭିଯୋଗ ରଖିଲେ ନାହିଁ, ଥାନାକୁ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପୂର୍ବତନ ଜିଲ୍ଲା ସଂଚାଳକଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କଲେ | ବଡ଼ଗାଁ ଥାନାର ଜଣେ ଏଏସ୍ଆଇଙ୍କ ନାମରେ ଏଭଳି ଗମ୍ଭୀର ଅଭିଯୋଗ ନେଇ ପୀଡ଼ିତ ନାଗରିକ ସନାତନ ନାଏକଙ୍କ ସହ ସଂଘ କାର୍ଯ୍ୟକର୍ତ୍ତା ମନୋଜ ଟପ୍ପା, ସୁନୀଲ ନାଏକ, ଭେଷଜ ବାରିକ ପ୍ରମୁଖ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଛନ୍ତି ।
ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।Advertisment ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ ଅଜଣା ବ୍ୟକ୍ତି ହଠାତ ଆସି ତାଙ୍କ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ ।
ନିରାଶ ଚିତ୍କାର କରିବାରୁ ପାଖରେ ଥିବା କିଛି ଲୋକ ଦୌଡ଼ିଯିବାରୁ ବ୍ୟକ୍ତି ଜଣକ ଧାଇଁ ପଳାଇଥିଲେ।
ରାତି ୮ଟାରେ ନିରାଶ ଓ ତାଙ୍କ ସ୍ବାମୀ ଏତଲା ଦେବାକୁ ବଡ଼ଗାଁ ଥାନାକୁ ଯାଇଥିଲେ।
କିନ୍ତୁ ସେତେବେଳେ ଉପସ୍ଥିତ ଏଏସଇ ଅଜଣା ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଗ୍ରହଣ କରାଯିବ ନାହିଁ କହି ଫେରାଇ ଦେଇଥିଲେ ।
ଏ ନେଇ ମନୋଜ ପୂର୍ବତନ ଜିଲ୍ଲା ସଂଘ ସଂଚାଳକ ସନାତନ ନାଏକଙ୍କୁ ଜଣାଇବା ପରେ ଶ୍ରୀ ନାଏକ ଓ ଅନ୍ୟ କାର୍ଯ୍ୟକର୍ତା ୨୯ ତାରିଖ ଥାନାକୁ ଯାଇଥିଲେ।
ଥାନାଧିକାରୀ ଅନୁପସ୍ଥିତ ନଥିବା ବେଳେ ଏଏସ୍ଆଇଙ୍କୁ ଅଭିଯୋଗପତ୍ର ଦେଇ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ ଜଣାଇଥିଲେ।
ସଂଘ କାର୍ଯ୍ୟକର୍ତ୍ତା ଆଣିଥିବା ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୨୮ ଅପରାହ୍ଣ ଅଢ଼େଇଟାରେ କଣ୍ଟିଆମୁରା ଗାଁର ସଂଘ କର୍ମକର୍ତ୍ତା ମନୋଜ ଟପ୍ପାଙ୍କ ସ୍ତ୍ରୀ ନିରାଶ କିସାନ ରାଜ୍ୟ ରାଜପଥ ପାର୍ଶ୍ଵରେ ଗାଈ ଚରାଉଥିଲେ।
ଏହି ସମୟରେ ଜଣେ ଘଟଣା ବିଷୟରେ ଜଣାଇବାରୁ ସେ ଘଟଣାକୁ ଅତିରଞ୍ଜିତ କରୁଛ କହିବା ସହ ସଂଘ ସଂଚାଳକଙ୍କୁ ଦଲାଲ କହି ଦୁର୍ବ୍ଯବହାର କରିଥିଲେ।
ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ବରିଷ୍ଠ ନାଗରିକମାନଙ୍କ ପ୍ରତି ପୁଲିସର ଏଭଳି ଆଚରଣକୁ ସଂଘ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଆରକ୍ଷୀ ଅଧୀକ୍ଷକ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Arrested: ରାଉରକେଲାରେ ଛିନ୍ତାଇ ଓ ଲୁଟ୍ ମାମଲା: ୬ ଗିରଫ, ୩ ଗାଡ଼ି ସହ ମୋବାଇଲ୍ ଓ ସୁନା କାନଫୁଲ ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।