Durga puja: ପାର୍ବଣ ପାଇଁ ରାଉରକେଲା ଚଳଚଞ୍ଚଳ; ଏଥର ୯୬ ସ୍ଥାନରେ ଦୁର୍ଗାପୂଜା

Oct 04, 2026 - 08:15
Durga puja: ପାର୍ବଣ ପାଇଁ ରାଉରକେଲା ଚଳଚଞ୍ଚଳ; ଏଥର ୯୬ ସ୍ଥାନରେ ଦୁର୍ଗାପୂଜା

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଆଉ ମାତ୍ର କିଛି ଦିନ ପରେ ଧସେଇ ପଶିବ ପାର୍ବଣ ଋତୁ।

ପ୍ରଥମେ ଦୁର୍ଗାପୂଜା ଓ ପରେ ଲକ୍ଷ୍ମୀପୂଜା, କାଳୀପୂଜା ଧୂମଧାମରେ ଆୟୋଜନ କରାଯିବ।

ସହରର ବିଭିନ୍ନ ପୂଜାକମିଟି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

କେନ୍ଦ୍ରୀୟ ପୂଜା କମିଟି (ସିପିସି) ତଥ୍ୟ ଅନୁସାରେ, ଚଳିତବର୍ଷ ତିନି ଜୋନ୍‌, ଯଥା- ଷ୍ଟିଲ୍‌ ଟାଉନ୍‌ସିପ୍‌, ସିଭିଲ ଟାଉନ୍‌ସିପ୍‌ ଓ ଫର୍ଟିଲାଇଜର ଟାଉନ୍‌ସିପ୍‌ରେ ମୋଟ୍‌ ୯୬ଟି ସ୍ଥାନରେ ଦୁର୍ଗାପୂଜା ଆୟୋଜିତ ହେବ।Advertisment ସେହିଭଳି ୧୧୪ଟି ସ୍ଥାନରେ ଲକ୍ଷ୍ମୀପୂଜା ଓ ୪୭ଟି ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଷ୍ଟିଲ୍‌ ଟାଉନସିପ୍‌ ଅନ୍ତର୍ଗତ ଅଞ୍ଚଳରେ ମୋଟ୍‌ ୪୯ଟି ସ୍ଥାନରେ ଦୁର୍ଗାପୂଜା, ୫୭ଟି ସ୍ଥାନରେ ଲକ୍ଷ୍ମୀପୂଜା ଓ ୨୨ଟି ସ୍ଥାନରେ କାଳୀପୂଜା ଆୟୋଜନ କରାଯିବ।

ସେହିଭଳି ସିଭିଲଟାଉନସିପ୍‌ ଅଞ୍ଚଳରେ ୩୫ଟି ସ୍ଥାନରେ ଦୁର୍ଗାପୂଜା, ୨୯ଟି ସ୍ଥାନରେ ଲକ୍ଷ୍ମୀପୂଜା ଓ ୧୮ଟି ସ୍ଥାନରେ କାଳୀପୂଜା ଏବଂ ଫର୍ଟିଲାଇଜର୍‌ ଟାଉନସିପ୍‌ରେ ୧୨ଟି ସ୍ଥାନରେ ଦୁର୍ଗାପୂଜା, ୨୮ଟି ସ୍ଥାନରେ ଲକ୍ଷ୍ମୀପୂଜା ଓ ୭ଟି ସ୍ଥାନରେ କାଳୀପୂଜା ପାଳନ କରାଯିବ।

ତେବେ ଏକାଧିକ ପୂଜା କମିଟି ସିପିସି ସହବନ୍ଧିତ ନଥିଲେ ମଧ୍ୟ ଜାକଜମକରେ ପୂଜା ଆୟୋଜନ କରୁଛନ୍ତି, ଯାହାକୁ ମିଶାଇଲେ ସଂଖ୍ୟାରେ ଢେର୍‌ ଉନ୍ନତି ହେବ।

Durga puja festive season: ଦୁର୍ଗାପୂଜା ପୂର୍ବରୁ ମିଳିପାରେ ବଡ଼ ଉପହାର!

ବଢ଼ିପାରେ DA-DR, ଖାତାକୁ ଆସିପାରେ ଏରିୟର ଏହିକ୍ରମରେ ଆଗାମୀ ଦୁର୍ଗାପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବ୍ୟାପକ ହେଲାଣି।

ସହରର ପ୍ରତିଟି କୋଣ ଅନୁକୋଣରେ ଏବେଠାରୁ ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି।

ଆଲୋକମାଳା ଓ ଭକ୍ତିପୂତ ପରିବେଶ ମଧ୍ୟରେ ମା" ଜଗତଜନନୀଙ୍କୁ ସ୍ୱାଗତ କରିବା ପାଇଁ ସହରବାସୀ ଅପେକ୍ଷା କରି ରହିଛନ୍ତି।

ସୁନ୍ଦର ତଥା ଆକର୍ଷଣୀୟ ତୋରଣ, ମୂର୍ତ୍ତି ପାଇଁ ପଶ୍ଚିମବଙ୍ଗ, କଟକ ଆଦି ଅଞ୍ଚଳର କାରିଗର, ଶିଳ୍ପୀଙ୍କ କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଅଭିଜ୍ଞ କାରିଗରମାନେ ଦିନରାତି ଏକ କରି ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସାଂସ୍କୃତିକ ଓ ଆଧୁନିକ ଶୈଳୀରେ ଚିତ୍ତାକର୍ଷକ ତୋରଣ ତଥା ପୂଜା ପେଣ୍ଡାଲ ନିର୍ମାଣ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।