Potato cultivation: ସମ୍ଭାବନା ଥାଇ ଉଧଉନି ଆଳୁ ଚାଷ: ସରକାରୀ ସହାୟତାକୁ ଚାଷୀଙ୍କ ଅପେକ୍ଷା
କୋରାପୁଟ: ଆଳୁ ଚାଷ ପାଇଁ କୋରାପୁଟ ଜିଲ୍ଲାର ଜଳବାୟୁ ଏବଂ ମାଟି ଅନୁକୂଳ। ଉଭୟ ଖରିଫ ଏବଂ ରବି ଋତୁରେ ଚାଷ ପାଇଁ ପରିବେଶ ସୁହାଉଛି। ଚାହିଦା ସତ୍ତ୍ବେ କୋରାପୁଟ ଜିଲ୍ଲାରେ ଉଧଉନାହିଁ ଆଳୁ ଚାଷ। ଚାଷ ପରିମାଣ କମିବାରେ ଲାଗିଛି। ହ୍ରାସ ପାଇବା ପଛରେ ପ୍ରମୁଖ କାରଣ ଚାଷୀଙ୍କୁ ଆବଶ୍ୟକତା ଅନୁସାୟରେ ସହାୟତା ମିଳୁନଥିବା କୁହାଯାଉଛି। କୋରାପୁଟରେ ଖରିଫ ଆଳୁ ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ଅମଳ ହୋଇଥାଏ। ଏହି ସମୟରେ ଛଟ୍ ପୂଜା ହେଉଥିବାରୁ ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟରେ ନୂଆ ଆଳୁ ବ୍ୟବହାର କରିବାର ପରମ୍ପରା ରହିଛି। ତେଣୁ କୋରାପୁଟ ଆଳୁର ଚାହିଦା ବଢ଼ିଯାଏ। ରାଜ୍ୟ ବାହାର ବ୍ୟବସାୟୀ ଭଲ ଆଳୁ ବାଛିବା ପରେ ଭଲ ଦର ଦେଇ ଏଠାରୁ କିଣି ନେଉଛନ୍ତି। କିନ୍ତୁ ଚାଷୀଙ୍କ ଉପରେ ଏହାର କୌଣସି ଫରକ ପଡ଼ୁନଥିବାରୁ ଚାଷ ପରିମାଣ କମିବାରେ ଲାଗିଛି।
Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ
ସରକାରୀ ସହାୟତାକୁ ଚାଷୀଙ୍କ ଅପେକ୍ଷା
ଉଦ୍ୟାନ କୃଷି ବିଭାଗ କମାଇଲା ଫସଲ
ଗତବର୍ଷ କେବଳ ଉଦ୍ୟାନକୃଷି ବିଭାଗ ୩୧୫୦ ହେକ୍ଟର ଜମିରେ ଆଳୁ ଚାଷ କରିଥିଲା। ଚଳିତବର୍ଷ ଉଦ୍ୟାନ ବିଭାଗ ମାତ୍ର ୧୯୫୦ ହେକ୍ଟର ଜମିରେ ଚାଷ କରିଛି। ବିଭାଗ ପକ୍ଷରୁ କୋରାପୁଟ ବ୍ଲକରେ ୨୦୦ ହେକ୍ଟର, ଦଶମନ୍ତପୁର ବ୍ଲକରେ ୮୨.୬୭, ଲକ୍ଷ୍ମୀପୁର ବ୍ଲକରେ ୨୦, ପଟାଙ୍ଗି ବ୍ଲକରେ ୧୬୯, ସେମିଳିଗୁଡା ବ୍ଲକରେ ୩୯୨, ନନ୍ଦପୁର ବ୍ଲକରେ ୬୪୦, ଲମତାପୁଟ ବ୍ଲକରେ ୪୪୫ହେକ୍ଟର ଜମିରେ ଚାଷ କରାଯାଇଛି। ଏହାବ୍ୟତୀତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ପକ୍ଷରୁ ୩୦୦ ହେକ୍ଟର, ସିଆଇପି ପକ୍ଷରୁ ୮୦୦ ହେକ୍ଟର ଓ ଚାଷୀ ନିଜ ଉଦ୍ୟମରେ ପ୍ରାୟ ୩୦୦ ହେକ୍ଟର ଜମିରେ ଚାଷ କରିଛନ୍ତି। ପ୍ରତି ହେକ୍ଟରରେ ୧୨୦ରୁ ୧୭୦ କୁଇଣ୍ଟାଲ ପର୍ଯ୍ୟନ୍ତ ଆଳୁ ଉତ୍ପାଦନ ହେଉଛି। ଚଳିତବର୍ଷ ପ୍ରାୟ ୫୦ହଜାର ମେଟ୍ରିକ୍ ଟନ୍ ଉତ୍ପାଦନ ପାଇଁ ଉଦ୍ୟାନକୃଷି ବିଭାଗ ଲକ୍ଷ୍ୟ ରଖିଛି।
Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଜୁନ୍ ଦ୍ବିତୀୟ ସପ୍ତାହରୁ ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆଳୁ ବିହନ ବୁଣାଯାଏ। ବୁଣିବାର ପ୍ରାୟ ୯୦ଦିନ ପରେ ଅମଳ ହୋଇଥାଏ। ହେକ୍ଟର ପିଛା ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଉଦ୍ୟାନକୃଷି ବିଭାଗ ପ୍ରାୟ ୯୭ ହଜାର ଟଙ୍କା ରିହାତି ପ୍ରଦାନ କରୁଛି। ତେବେ ସବୁ ଚାଷୀଙ୍କୁ ଏହି ରିହାତି ମିଳୁନାହିଁ। ଫଳରେ ଚାଷ କରିବାକୁ ଚାଷୀ ଆଗ୍ରହ ଦେଖାଉନାହାନ୍ତି। କୋରାପୁଟ ଉତ୍ପାଦକ ସଂଗଠନ ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି, ୨୦୧୯ ମସିହା ବେଳକୁ କୋରାପୁଟ ଜିଲ୍ଲାରେ ୫୦ ଏକର ଜମିରେ ଆଳୁ ଚାଷ ଆରମ୍ଭ ହଇଥିଲା। ଏଠାକାର ଚାଷୀଙ୍କ ନିକଟରେ ନିଜସ୍ବ ବିହନ ନାହିଁ। ରିହାତିରେ ଯେଉଁ ବିହନ ମିଳୁଛି ତାହାର ମାନ ଭଲ ରହୁନି। ବିହନକୁ ନେଇ ରହିଥିବା ଦ୍ବନ୍ଦ୍ବ ଯୋଗୁଁ ଚାଷୀ ବିମୁଖ। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଆଳୁ ଚାଷ କ୍ଷେତ୍ରରେ କୋରାପୁଟ ଅଗ୍ରଣୀ ହୋଇଯିବ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।