Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ

Oct 08, 2026 - 23:50
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ

"ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ପୂର୍ବଭାରତରେ ୧୯ତମ ସହରୀ ଗତିଶୀଳତା ଭାରତ ସମ୍ମିଳନୀ ସହ ପ୍ରଦର୍ଶନୀ ଓ ୨ୟ ଜାତୀୟ ନଗର ସମ୍ମିଳନୀର ଆୟୋଜନ ହେବ।

ଏହି ଜାତୀୟସ୍ତରୀୟ ଆୟୋଜନକୁ ସଫଳ କରିବା ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ.

କୃଷ୍ଣ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି।

ଆସନ୍ତା ୨୩ରୁ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ୍ ମେଫେୟାରଠାରେ ଏହି ତିନିଦିନିଆ ଆୟୋଜନ ଅନୁଷ୍ଠିତ ହେବ।

Advertisment ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସମନ୍ବିତ ଆଞ୍ଚଳିକ ନଗର ଯାତାୟାତ ସହଯୋଗରେ ଏହା ଆୟୋଜିତ ହେଉଛି।

ଚଳିତ ବର୍ଷର ଆୟୋଜନର ବିଷୟବସ୍ତୁ ରହିଛି ଡିଜିଟାଲ୍ ଯୁଗରେ ସହରର ସହଜ ଗତିଶୀଳତା ଓ ଜୀବନଯାପନ, ଆଧୁନିକ ଉନ୍ନତି।

ଏହି ପରିପ୍ରେକ୍ଷୀରେ ଆଜି ଖାରବେଳଭବନଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଏବଂ ଦାୟିତ୍ୱଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଗୃହ ଓ ନଗର ଉନ୍ନୟନ ବିଭାଗ ସମେତ କ୍ରୁଟ, ଗୃହ, ନିର୍ମାଣ, ପର୍ଯ୍ୟଟନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ମିସନ ଶକ୍ତି ଆଦି ବିଭାଗର ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଆୟୋଜନର ଜାତୀୟ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିବିଡ଼ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସୁଚାରୁ ଭାବେ ସମ୍ପାଦନ କରିବାକୁ ମନ୍ତ୍ରୀ ଡ.

ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

କେବଳ ସମ୍ମିଳନୀସ୍ଥଳ ନୁହେଁ, ସମଗ୍ର ସହରରେ ଅତିଥିମାନଙ୍କ ଅନୁଭୂତିକୁ ସୁନ୍ଦର ଓ ସ୍ମରଣୀୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏଥିପାଇଁ ନଗର ଯାତାୟାତ, ଆତିଥ୍ୟ, ପରିମଳ, ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମି, ସୁରକ୍ଷା, ପ୍ରୋଟୋକଲ୍, ସାଂସ୍କୃତିକ ପ୍ରଦର୍ଶନ ଓ ଅତିଥି ସୁବିଧା ଆଦି ସମସ୍ତ ଦିଗରେ ସମନ୍ୱିତ ପ୍ରସ୍ତୁତି କରିବାକୁ ସେ କହିଥିଲେ।

ଫଟୋରେ ଦେଖନ୍ତୁ ପୁନଶ୍ଚ ପୃଥିବୀ ସମ୍ମିଳନୀ-୨୦୨୬ ନଗର ଯାତାୟାତ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ, ଏହା ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ନୀତି ନିର୍ଦ୍ଧାରକ, ନଗର ବିଶେଷଜ୍ଞ, ପ୍ରତିନିଧି ଓ ଅତିଥିମାନଙ୍କ ସମ୍ମୁଖରେ ନଗର ଉନ୍ନୟନ ଓ ନଗର ଯାତାୟାତ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି, ପଦକ୍ଷେପ ଓ ଭବିଷ୍ୟତ ଦୃଷ୍ଟିକୋଣକୁ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଡ଼କ୍ଟର ମହାପାତ୍ର କହିଥିଲେ।

ଏହି ଆୟୋଜନରେ ପ୍ରାୟ ୧,୦୦୦ରୁ ୧,୫୦୦ ପ୍ରତିନିଧି ଯୋଗଦେବା ସହ ପ୍ରାୟ ୫୧ଟି ପ୍ରଦର୍ଶନୀ ଷ୍ଟଲ୍ ସ୍ଥାନ ପାଇବ।

ନୀତିଗତ ଆଦାନପ୍ରଦାନ, ଜ୍ଞାନ ବିନିମୟ, ପ୍ରଯୁକ୍ତି ପ୍ରଦର୍ଶନୀ, ଶିଳ୍ପ-ସରକାର ଆଲୋଚନା ଏବଂ ବିଭିନ୍ନ ସହରର ଅନୁଭୂତି ଓ ଶ୍ରେଷ୍ଠ ପଦକ୍ଷେପ ବିନିମୟ ପାଇଁ ଏହା ଏକ ଜାତୀୟ ମଞ୍ଚ ଭାବେ କାର୍ଯ୍ୟ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।