ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା
ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମରେ ଦିଲ୍ଲୀ ପୋଲିସ ଏତଲା ଦାଏର କରିଛି।
ବିକ୍ଷୋଭରେ ସାମିଲ ହୋଇଥିବା ଅନ୍ୟ କେତେଜଣ କଂଗ୍ରେସ ନେତା ଓ କର୍ମୀମାନଙ୍କ ବିରୋଧରେ ମଧ୍ୟ ଏତଲା ଦାଏର ହୋଇଛି। ପୋଲିସ ଅଭିଯୋଗର ଅନୁଧ୍ୟାନ କରିବା ସହ ସେଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକାକୁ ଯାଞ୍ଚ କରୁଥିବା ସୂତ୍ରରୁ କୁହାଯାଇଛି। ବୁଧବାର ବିକ୍ଷୋଭ ସମୟରେ ବିଭିନ୍ନ ଦଳର ୯୧ ଜଣ ଏମ୍ପି ଏବଂ ନେତାଙ୍କୁ ଅଟକ ରଖାଯାଇଥିଲା। ସେମାନେ ଯନ୍ତରମନ୍ତରରେ ଧାରଣା ଦେବାକୁ ଯାଉଥିବାବେଳେ ପୋଲିସ ଅଟକାଇବାରୁ ସେମାନେ ରାସ୍ତାରେ ବିକ୍ଷୋଭ କରିଥିଲେ। ରାହୁଲ ଏବଂ ପ୍ରିୟଙ୍କା ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୋଲିସ ସେମାନଙ୍କୁ ଉଠାଇନେଇ ଅଟକ ରଖିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।