Congress: କଂଗ୍ରେସର ଏଆଇ ଭିଡ଼ ଫଟୋକୁ ନେଇ ରିଜିଜୁଙ୍କ କଟାକ୍ଷ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ରବିବାର ଇଣ୍ଡିମେଣ୍ଟ ପକ୍ଷରୁ ଆୟୋଜିତ ସମାବେଶରେ ଭିଡ଼ ଦେଖାଇବା ପାଇଁ କଂଗ୍ରେସ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାରେ ପ୍ରସ୍ତୁତ ଫଟୋ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ କଟାକ୍ଷ କରିଛନ୍ତି।
ଭିଡ଼ ଦେଖାଇବା ପାଇଁ ଏଆଇରେ ଫଟୋ ତିଆରି କରିଥିଲେ ମଧ୍ୟ ତାହା ଠିକ୍ ଭାବେ କରିପାରିନାହିଁ ବୋଲି ସେ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି।
Advertisment ଆହୁରି ପଢନ୍ତୁ : 8 Trains Cancelled ନଭେମ୍ବର ୩ ଓ ୪ରେ ୮ଟି ଟ୍ରେନ୍ ବାତିଲ୍ ରିଜିଜୁ ରବିବାର ଏକ ପୋଷ୍ଟରେ କହିଥିଲେ, ରାମଲୀଳା ମଇଦାନ ଲୋକଙ୍କ ଭିଡ଼ରେ ଭରିଯାଇଥିବା ଦେଖାଇବା ପାଇଁ କଂଗ୍ରେସର ମିଥ୍ୟା ପ୍ରଚାର ଦଳ ଅନ୍ତତଃ ଏଆଇରେ ତିଆରି ଫଟୋଟିକୁ ଠିକ୍ ଭାବେ ପ୍ରସ୍ତୁତ କରିବା ଉଚିତ ଥିଲା।
ତେଲେଙ୍ଗାନାର କଂଗ୍ରେସ ସାଂସଦ ବଂଶୀ ଗଦ୍ଦାମ ଓ ଅନ୍ୟ କିଛି ଦଳୀୟ ନେତା ସାମାଜିକ ଗଣମାଧ୍ୟମରେ ଏହି ଫଟୋ ପୋଷ୍ଟ କରିଥିଲେ।
କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସାଂସଦ ଜଗଦୀଶ ଠାକୁର ମଧ୍ୟ ସମାନ ଫଟୋ ସେୟାର କରିଥିଲେ।
ଏହି ଫଟୋରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଛବି ସହିତ ସମାବେଶସ୍ଥଳରେ ପ୍ରବଳ ଭିଡ଼ ଦେଖାଯାଇଥିଲା।
କିନ୍ତୁ ଫଟୋରେ ଥିବା ମଞ୍ଚ ଓ ପ୍ରକୃତ ସମାବେଶସ୍ଥଳର ମଞ୍ଚ ମଧ୍ୟରେ ପାର୍ଥକ୍ୟ ଥିବା ନେଇ ସାମାଜିକ ଗଣମାଧ୍ୟମରେ ଅନେକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଥିଲେ।
ଆହୁରି ପଢନ୍ତୁ : MGNREGA: 'ଭିବିଜି ରାମଜି' ଅଭିଯୋଗର ୧୫ ଦିନ ମଧ୍ୟରେ ସମାଧାନ, ସରକାର ଆଣିଲେ ନୂଆ ନିୟମ ସମାବେଶକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍ଯୁଦ୍ଧ ଜୋରଦାର ହୋଇଛି।
ସମାବେଶ ପୂର୍ବରୁ କଂଗ୍ରେସ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେବେ ବୋଲି ଦାବି କରିଥିଲା।
କିନ୍ତୁ ବିଜେପି ସାଂସଦ ତଥା ଦଳର ମୁଖପାତ୍ର ସମ୍ବିତ୍ ପାତ୍ର ସମାବେଶକୁ ବିଫଳ ବୋଲି କହିଛନ୍ତି।
ତାଙ୍କ ଦାବି ଅନୁଯାୟୀ, ମଇଦାନର ପ୍ରାୟ ୪୦ ପ୍ରତିଶତ ଅଞ୍ଚଳ ଖାଲି ପଡ଼ିଥିଲା।
ସେଠାରେ ରଖାଯାଇଥିବା ପ୍ରାୟ ୨୮ ହଜାର ଚୌକି ମଧ୍ୟରୁ ୫ରୁ ୭ ହଜାର ଚୌକି ଅପରାହ୍ଣ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଖାଲି ଥିବା ସେ କହିଛନ୍ତି।
ଆହୁରି ପଢନ୍ତୁ : Women Protest Proposed Liquor Distillery ଚାଲିଥିଲା ସରକାରୀ ମଦଭାଟି ଖୋଲିବା ଶୁଣାଣି, ହାତରେ ଠେଙ୍ଗା ଧରି ଘେରିଗଲେ ଶତାଧିକ ମହିଳା ଅନ୍ୟପକ୍ଷରେ, ବିଜେପିର ଏହି ଦାବିକୁ ପ୍ରତିହତ କରିବା ପାଇଁ କଂଗ୍ରେସ ସମାବେଶସ୍ଥଳର ଡ୍ରୋନ୍ ଭିଡିଓ ଓ ଫଟୋ ପ୍ରକାଶ କରି ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିବା କହିଛି।
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ସମାବେଶ ଆୟୋଜନ କରାଯାଇଥିଲା।
ସମାବେଶରେ ରାହୁଲ ଗାନ୍ଧୀ ୨୦୨୪ ନିର୍ବାଚନରେ ଭୋଟ ଚୋରି ହୋଇଥିବା ଅଭିଯୋଗ କରିଥିଲେ।
ତେବେ ନିର୍ବାଚନ ଆୟୋଗ ଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।