Rourkela Murder Case: ଝାଡ଼ଖଣ୍ଡ ଯୁବକଙ୍କୁ ପଥର ଛେଚି ହତ୍ୟା ମାମଲା, ୮ ବର୍ଷ ପରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାଉରକେଲା(ପଙ୍କଜ ମହାନ୍ତି): ଝାଡ଼ଖଣ୍ଡରୁ ବାହାଘର ଭୋଜିରେ ସାମିଲ ହେବାକୁ ଆସିଥିବା ଯୁବକଙ୍କୁ ହତ୍ୟା ମାମଲାର ଶୁଣାଣି କରି ଆଜି ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ରାଉରକେଲା ଅତିରିକ୍ତ ଜିଲ୍ଲା ଜଜ୍ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Advertisment Judgement: ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ଡିସେମ୍ବର ୧ ସୁଦ୍ଧା ଅନନ୍ତ ସିଂହଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଅତିରିକ୍ତ ଜିଲ୍ଲା ଜଜ୍ ମୁକ୍ତିରଞ୍ଜନ ଶତପଥୀ ମାମଲାର ଅଭିଯୋଗ ଫର୍ଦ୍ଦ, ସମସ୍ତ ପକ୍ଷର ଯୁକ୍ତ, ସାକ୍ଷ୍ୟ ଓ ପ୍ରମାଣକୁ ଶୁଣିବା ପରେ ଅଭିଯୁକ୍ତ, ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ସଞ୍ଜୋଜଡ଼ା ଗ୍ରାମର ଯୋଗେଶ୍ବର ସାହୁ ଓ ଜହୁରନ ବଡ଼ାଇକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦଣ୍ଡବିଧାନରେ ଆଜୀବନ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡର ଆଦେଶ ହୋଇଛି।
ଜରିମାନା ଅନାଦେୟ ହେଲେ ଆଉ ୧ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଜଜ୍।
ଏହି ମାମଲା ରାଉରକେଲାର ଅତିରିକ୍ତ ସରକାରୀ ଆଇନଜୀବୀ ଅମ୍ବିକା ପ୍ରସାଦ ସିଂ ଓ ରବି ଶଙ୍କର ମିଶ୍ର ପରିଚାଳନା କରୁଥିବାବେଳେ ତତ୍କାଳୀନ ବିଶ୍ରା ଥାନାଧିକାରୀ ପ୍ରଭାତ ବିଶ୍ବାଳ ତଦନ୍ତ ଅଧିକାରୀ ଥିଲେ।
Mayurbhanj Kabiraj Murder Case: ମୟୂରଭଞ୍ଜ କବିରାଜ ହତ୍ୟା ମାମଲାର ପର୍ଦ୍ଦାଫାସ, ପୂର୍ବଶତ୍ରୁତାରୁ ହତ୍ୟା, ଜଣେ ଗିରଫ ସୂଚନାନୁଯାୟୀ, ୨୦୧୭ ମସିହା ଜୁନ୍ ୨୦ ତାରିଖରେ ସଞ୍ଜୋଜଡ଼ା ଗ୍ରାମରେ ଏକ କୂଅରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜାଖୋଜି ଆରମ୍ଭ କରିଥିଲା।
ମୃତକଙ୍କ ଗୋଡ଼ରେ ପଥର ବାନ୍ଧି କୂଅରେ ଫିଙ୍ଗି ଦିଆଯାଇଥିବା ନେଇ ଏହାକୁ ହତ୍ୟା ଘଟଣା ଭାବେ ତଦନ୍ତ କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଲା ଯେ, ମୃତକ ହେଉଛନ୍ତି ଝାଡ଼ଖଣ୍ଡର ଲାଲୁ ଗୋପ।
ପରେ ପୁଲିସ ଖୋଳତାଡ଼ କରି ଯୋଗେଶ୍ବରଙ୍କ ନିକଟରେ ପହଞ୍ଚିଥିଲା।
ପଚରାଉଚରା କରିବାରୁ ହତ୍ୟାର ରହସ୍ୟ ଖୋଲିଥିଲା।
Jatani Shantilata Murder Case: ଜଟଣୀ ଶାନ୍ତିଲତା ହତ୍ୟା ମାମଲା: ୩ ମାସ ବିତିଲା, ମିଳିଲାନି ହତ୍ୟାକାରୀ ମୃତ ଲାଲୁ, ୨୦୧୭ ମସିହା ଜୁନ୍ ୧୧ ଓ ୧୨ ତାରିଖରେ ଯୋଗେଶ୍ବରଙ୍କ ଝିଅ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲା।
ବରଯାତ୍ରୀଙ୍କୁ ଖାଇବା ବଢ଼ାବଢ଼ି କରିଥିଲେ।
ବାହାଘର ସରିବା ପରେ ୧୩ ତାରିଖରେ ଯୋଗେଶ୍ବରଙ୍କ ଘରେ ଏକ ଭୋଜି ହୋଇଥିଲା।
ଏହି ଭୋଜିରେ ଆସାମୀ ଜହୁରନ ବଡ଼ାଇକ ଓ ତାଙ୍କ ପତ୍ନୀ ମଧ୍ୟ ଯୋଗଦେଇଥିଲେ।
ଭୋଜି ପରେ ସମସ୍ତେ ଘରକୁ ଯିବା ପରେ ଯୋଗେଶ୍ବର ଓ ଲାଲୁ ଶୋଇବାକୁ ଯାଇଥିଲେ।
ରାତିଅଧରେ ଉଠି ଦେଖିଥିଲେ ଯେ ଲାଲୁ ଘରେ ନାହିଁ।
ବାହାରକୁ ଆସି ଦେଖନ୍ତି ଲାଲୁ ଓ ଜହୁରନ ମଧ୍ୟରେ ଗଣ୍ଡଗୋଳ ଚାଲିଛି।
ଯୋଗେଶ୍ବର, ଗଣ୍ଡଗୋଳର କାରଣ ପଚାରିବାରୁ, ଲାଲୁ ରାତିଅଧରେ ତାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲା ବୋଲି କହିଥିଲା।
ଏହା ଶୁଣିବା ପରେ ଯୋଗେଶ୍ବର ଲାଲୁକୁ ମାରିବାକୁ ଗୋଡ଼ାଇଥିଲେ।
କିଛି ଦୂର ଦୌଡ଼ିବା ପରେ ଲାଲୁ ପଡ଼ିଯାଇଥିଲା।
ଜହୁରନ ଏକ ବଡ଼ ପଥର ଲାଲୁ ମୁଣ୍ଡରେ ଛେଚି ଦେଇଥିଲା।
ଯୋଗେଶ୍ବର ମଧ୍ୟ ଲାଲୁକୁ ଲାତ ଗୋଇଠା ମାରିବା ସହ ତଣ୍ଟି ଚିପି ଦେଇଥିଲେ।
ଲାଲୁ ମରିଯିବା ପରେ ଉଭୟ ମିଶି ତାର ଗୋଡ଼ ଏବଂ ଅଣ୍ଟାରେ ପଥର ବାନ୍ଧି ଘଟଣାସ୍ଥଳଠାରୁ ୨ କିମି ଦୂରରେ ଏକ କୂଅରେ ଫିଙ୍ଗି ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।