Congress: ଜୟପୁରରେ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

Oct 08, 2026 - 11:54
Congress:  ଜୟପୁରରେ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

"ଜୟପୁର: ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହ ଲୋକଙ୍କ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ଦାବି ନେଇ ଆଜି ସକାଳୁ ଜୟପୁର ସହରରେ କଂଗ୍ରେସ ଓ "ଇଣ୍ଡି" ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜୋରଦାର ହୋଇଛି।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ "ଗଣତନ୍ତ୍ର ବଞ୍ଚାଅ ସପ୍ତାହ" ପାଳନ କରାଯାଉଛି।

ଏଥିସହ "ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ" ବାର୍ତ୍ତା ନେଇ ଆହୂତ "ଓଡ଼ିଶା ବନ୍ଦ"କୁ ଦଳ ପକ୍ଷରୁ ସମର୍ଥନ ଜଣାଯାଇଛି।

ଅନ୍ୟପକ୍ଷରେ "ଇଣ୍ଡିଆ" ମେଣ୍ଟର ଆହ୍ୱାନକ୍ରମେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମଧ୍ୟ ଜୟପୁରରେ ପ୍ରତିବାଦ କରାଯାଇଛି।

ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟବ୍ୟାପୀ ମିଳିତ ଅଭିଯାନ ଚାଲୁଥିବା ଦଳୀୟ ନେତାମାନେ କହିଛନ୍ତି।

ଆନ୍ଦୋଳନକାରୀଙ୍କ ପକ୍ଷରୁ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬କୁ ତୁରନ୍ତ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା  ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରଶ୍ନ ଉଠାଇଛନ୍ତି।Advertisment ଆହୁରି ପଢନ୍ତୁ :Nana Patekar: ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ଗୃହମନ୍ତ୍ରୀ  ସେହିପରି ୟୁପିଆଇ ଡିଜିଟାଲ୍‌ ପେମେଣ୍ଟ ଉପରେ ଲାଗୁ ହେଉଥିବା ବୋଲି ଦାବି କରାଯାଉଥିବା ଅଦୃଶ୍ୟ କର ପ୍ରତ୍ୟାହାର, ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ମଧ୍ୟ ଉଠିଛି।

ଏଥିସହ ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି।

ରାଜ୍ୟର ଅଧିକାର, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କଂଗ୍ରେସ ଓ "ଇଣ୍ଡି" ମେଣ୍ଟର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ସହରରେ ଟ୍ରାଫିକ ଛକ ଓ ମାଲକାନଗିରି ବାଇପାସ୍ ରାସ୍ତାରେ ଆନ୍ଦୋଳନକାରୀ ମାନେ ବନ୍ଦ ପାଳନ ଜାରି ରଖିଥିବାରୁ ଭାରୀ ଯାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।