Congress: ଲୋକସଭା, ସମସ୍ତ ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ଖଡ଼‌ଗେଙ୍କ ଆହ୍ବାନ

Oct 03, 2026 - 22:23
Congress: ଲୋକସଭା, ସମସ୍ତ ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ଖଡ଼‌ଗେଙ୍କ ଆହ୍ବାନ

"ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶନିବାର ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ଭଙ୍ଗ କରିବାପାଇଁ ଆହ୍ବାନ କରିଛନ୍ତି।

ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ବେଆଇନ ବୋଲି ଅଭିଯୋଗ କରି ଖଡ଼ଗେ ପୁଣିଥରେ ବାଲଟ ପେପର୍‌ ମାଧ୍ୟମରେ ସଦ୍ୟ ନିର୍ବାଚନ ପାଇଁ ଦାବି କରିଛନ୍ତି।

Advertisment ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବେଆଇନ ପ୍ରକ୍ରିୟାରେ ନିର୍ବାଚିତ ହୋଇଛନ୍ତି ବୋଲି ଖଡ଼ଗେ ଦାବି କରିଛନ୍ତି।

ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ଖଡ଼ଗେ କହିଛନ୍ତି, ଭୋଟର ତାଲିକାର ଏସ୍ଆଇଆର (ସ୍ବତନ୍ତ୍ର ସଘନ ସଂଶୋଧନ) ପ୍ରକ୍ରିୟାରେ ଅନେକ ଅନିୟମିତତା ହୋଇଛି ଏବଂ ଏହା ଗଣତନ୍ତ୍ରକୁ ଦୁର୍ବଳ କରିଛି।

ଗଣତାନ୍ତ୍ରିକ ପ୍ରକ୍ରିୟାର ଅପବ୍ୟବହାର ବିରୋଧରେ ବି‌ରୋଧୀ ଦଳଗୁଡ଼ିକ ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି ସେ କହିଛନ୍ତି।

ମଲ୍ଲିକାର୍ଜୁନ ଖଡଗେ ଆଣିଲେ ପାଲଟା ଅଭିଯୋଗ: ବାଚସ୍ପତିଙ୍କୁ ଲେଖିଲେ ଚିଠି ଖଡ଼ଗେ କହିଛନ୍ତି, ଆଜି ସମଗ୍ର ରାଷ୍ଟ୍ର ଏକ ବେଆଇନ ନିର୍ବାଚନ ଦ୍ବାରା ପରିଚାଳିତ।

ସମସ୍ତ ରାଜ୍ୟ ବିଧାନସଭା ଏବଂ ଲୋକସଭା ଭଙ୍ଗହେବା ଉଚିତ ଏବଂ ପୁଣିଥରେ ବାଲଟ୍‌ ପେପର୍‌ ଦ୍ବାରା ସଦ୍ୟ ନିର୍ବାଚନ ହେବା ଉଚିତ ବୋଲି ଖଡ଼ଗେ କହିଛନ୍ତି।

ଖଡ଼ଗେ ପୁଣିଥରେ ଅଭିଯୋଗ କରିଛନ୍ତି ଯେ ଇଭିଏମ୍‌ର ଅପବ୍ୟବହାର ହୋଇଛି ।

ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ଇଣ୍ଡି ମେଣ୍ଟ ବୈଠକକୁ ଉଲ୍ଲେଖ କରି ଖଡ଼ଗେ କହିଛନ୍ତି, ୨୦ଟି ଦଳର ସଦସ୍ୟ ଅଭି‌ଯୋଗ କରିଥିଲେ ଯେ ଦେଶବ୍ୟାପୀ ଏସ୍‌ଆଇଆର୍‌ ଭୁଲ୍‌ ପ୍ରକ୍ରିୟାରେ ଚାଲିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।