Congress: ସିଇସିଙ୍କ ବିରୋଧରେ ଇଣ୍ଡି ମେଣ୍ଟ ପ୍ରତିବାଦ ତୀବ୍ର, ସାଂସଦଙ୍କ ପାଇଁ ଖଡ଼ଗେଙ୍କ ମଧ୍ୟାହ୍ନଭୋଜନ

Oct 08, 2026 - 13:58
Congress: ସିଇସିଙ୍କ ବିରୋଧରେ ଇଣ୍ଡି ମେଣ୍ଟ ପ୍ରତିବାଦ ତୀବ୍ର, ସାଂସଦଙ୍କ ପାଇଁ ଖଡ଼ଗେଙ୍କ ମଧ୍ୟାହ୍ନଭୋଜନ

"ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ମଧ୍ୟ ଇଣ୍ଡି ମେଣ୍ଟ ନେତାମାନଙ୍କ ପାଇଁ ଆଉ ଏକ ମଧ୍ୟାହ୍ନ ଭୋଜନ ବୈଠକ ଆୟୋଜନ କରିବାକୁ ଯାଉଛନ୍ତି।

ଗତ ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଏପରି ବୈଠକ।

ବୁଧବାରର ବୈଠକ ପରେ ବିରୋଧୀ ଦଳ ନେତାମାନେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ବିରୋଧରେ ତୀବ୍ର ପ୍ରତିବାଦ କରିବା ପାଇଁ ଯନ୍ତରମନ୍ତର ଅଭିମୁଖେ ପଦଯାତ୍ରା କରିଥିଲେ।Advertisment ଦିଲ୍ଲୀ ପୁଲିସ ପଦଯାତ୍ରାକୁ ଅବରୋଧ କରିବା ସହିତ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତାଙ୍କୁ ଅଟକ ରଖିଥିଲା।

ବିରୋଧୀଙ୍କ ବୁଧବାରର ପ୍ରତିବାଦ ସମ୍ପର୍କରେ ଦିଲ୍ଲୀ ପୁଲିସ ତିନୋଟି ଏଫ୍‌ଆଇଆର୍‌ ପଞ୍ଜିକୃତ କରିଛି ଓ ଏହି ମାମଲାରେ ଆହୁରି ମାମଲା ପଞ୍ଜିକୃତ ହେବ ବୋଲି ଗୁରୁବାର ଦିଲ୍ଲୀ ପୁଲିସ କହିଛି।

ଏତଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ରହିଛି।

ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏତଲା ରୁଜୁ ହୋଇଛି।

ସରକାରୀ କାର୍ଯ୍ୟରେ ବାଧା ଖଡ଼ଗେ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ବିରୋଧରେ ମାମଲା ରୁଜୁ ହେବା ପରେ ମଧ୍ୟ ସେମାନଙ୍କର ସଂଘର୍ଷ ଜାରି ରହିବ, କାରଣ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବା ଓ ସ୍ପେଶାଲ୍ ସଘନ ସଂଶୋଧନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ କରିବା ପାଇଁ ନେତାମାନଙ୍କୁ ଯନ୍ତରମନ୍ତରରେ ପହଞ୍ଚିବା ପୂର୍ବରୁ ଅଟକାଇ ଦିଆଯାଇଥିଲା।

ଗୁରୁବାର ମଧ୍ୟାହ୍ନ ଭୋଜନ ବୈଠକ ପରେ ଗତକାଲି ପରି ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିବ ବୋଲି ଆଶଙ୍କା କରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

କମିଟି ଗଠନ ଲାଗି ନିର୍ଦ୍ଦେଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।