Fresh Controversy Hits Tulasi Gananatya: ପୁଣି ବିବାଦରେ ତୁଳସୀ ଗଣନାଟ୍ୟ, ଟିକଟ ବିକିଲେ ହେଲେ ଯାତ୍ରା କଲେନି
ପୁଣି ବିବାଦରେ ତୁଳସୀ ଗଣନାଟ୍ୟ। ସେପ୍ଟେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସହିଦ ନଗରର ରୁପାଲି ଛକ ନିକଟରେ ଯାତ୍ରା ହେବାର ଥିଲା। ସେଥିପାଇଁ ଟେଣ୍ଟ ବନ୍ଧା ହେଲା, ପୋଷ୍ଟର ମରାଗଲା, ଟିକେଟ ବିକ୍ରି ହେଲା, ଆଉ ଡାକବାଜି ଯନ୍ତ୍ରରେ ଘୋଷଣା ବି କରାଗଲା। କିନ୍ତୁ ଯାତ୍ରା ହେଲାନି। ଫଳରେ ଯାତ୍ରା ପାଇଁ ଟିକେଟ କାଟି ଦର୍ଶକ ହଟହଟା ହୋଇଛନ୍ତି।
ଶୁକ୍ରବାର ଯାତ୍ରା ନହେବାରୁ ଦର୍ଶକ ପେଣ୍ଡାଲ ପାଖରୁ ନିରାଶ ହୋଇ ଫେରିଛନ୍ତି। କିଛି ଦର୍ଶକ ଟିକଟ ଟଙ୍କା ଫେରାଇବା ପାଇଁ କମିଟି ମେମ୍ବରଙ୍କୁ କହିଥିଲେ ହେଲେ ଟଙ୍କା ନଫେରାଇବାରୁ ପେଣ୍ଡାଲ ନିକଟରେ ଅନେକ ସମୟ ଧରି ଉତ୍ତେଜନା ଲାଗିରହିଥିଲା। ବହୁ ବାଦ ବିବାଦ ପରେ କମିଟି କିଛି ଦର୍ଶକଙ୍କୁ ଟଙ୍କା ଫେରାଇଥିଲେ। ଆଉ କିଛି ଦର୍ଶକଙ୍କୁ ଫେରାଇ ନାହାନ୍ତି।
ଏପଟେ ତୁଳସୀ ଗଣନାଟ୍ୟର ପେଣ୍ଡାଲ୍, ଟେଣ୍ଟ ହାଉସ ରସୁଲଗଡରେ ଅଟକ ଥିବା ନେଇ ଚର୍ଚ୍ଚା ହେଉଛି। ଆଜି ଯାତ୍ରା ହେବ କି ନାହିଁ ତାକୁ ନେଇ ଦର୍ଶକ ଦ୍ୱନ୍ଦରେ ଅଛନ୍ତି। ସେପଟେ ଏନେଇ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।
ଯାତ୍ରା ଦେଖିବାକୁ ଯାଇ ଦର୍ଶକ ହଟହଟା
ଟିକଟ ବିକିଲେ ହେଲେ ଯାତ୍ରା କଲେନି
କିଛି ଦର୍ଶକଙ୍କୁ ଫେରାଇଲେନି ଟିକଟ ଟଙ୍କା
ସହିଦ ନଗରରେ ହୋଇଥାନ୍ତା ଯାତ୍ରା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।