Cop Suspended After Leading Protest: ଆନ୍ଦୋଳନରେ ସାମିଲ ହେବା ପଡ଼ିଲା ମହଙ୍ଗା, ଏସିପି ସସ୍‌ପେଣ୍ଡ

Nov 03, 2026 - 13:05
Cop Suspended After Leading Protest: ଆନ୍ଦୋଳନରେ ସାମିଲ ହେବା ପଡ଼ିଲା ମହଙ୍ଗା, ଏସିପି ସସ୍‌ପେଣ୍ଡ

ଦିଲ୍ଲୀ ପୋଲିସର ସହକାରୀ କମିଶନର (ଏସିପି) ମନସ୍ବୀ ବଶିଷ୍ଠଙ୍କୁ ନିଲମ୍ବିତ କରାଯାଇଛି।

ସେ ଏକ ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ।

ସୋମବାର ଦିଲ୍ଲୀ ପୋଲିସ ମୁଖ୍ୟାଳୟ ବାହାରେ ପୋଲିସ କର୍ମଚାରୀମାନେ କରିଥିବା ବିକ୍ଷୋଭ ପ୍ରଦର୍ଶନର ନେତୃତ୍ୱ ନେଇଥିବାରୁ ଏସିପି ମନସ୍ବୀ ବଶିଷ୍ଠଙ୍କୁ ନିଲମ୍ବିତ କରାଯାଇଛି।

ଏହି ପ୍ରତିବାଦରେ ମହିଳା ଅଧିକାରୀମାନଙ୍କ ସମେତ ପ୍ରାୟ ୧୫୦ ଜଣ ପୋଲିସ କର୍ମଚାରୀ ସାମିଲ ଥିଲେ।

Advertisment ଗତ ଅକ୍ଟୋବର ୨୩ ତାରିଖରେ ଦିଲ୍ଲୀର ଶାହଦରା ଥାନାରେ ପୋଲିସ ଏବଂ ଓକିଲଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ଏବଂ ସଂଘର୍ଷ ହୋଇଥିଲା।

ଏହି ଘଟଣାରେ ଜଣେ ଆଇନଜୀବୀ ଗୁରୁତର ଭାବେ ଆହତ ହୋଇଥିଲେ।

ଏହାକୁ ନେଇ ଓକିଲମାନେ ଥାନାରେ ପହଞ୍ଚି ହଙ୍ଗାମା କରିଥିଲେ ଏବଂ ଏସିପି ମନସ୍ବୀ ବଶିଷ୍ଠ ଓ ଥାନା ଅଧିକାରୀ ଅରୁଣ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପରିସ୍ଥିତିକୁ ଶାନ୍ତ କରିବା ଏବଂ ଓକିଲମାନଙ୍କର ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ପ୍ରତ୍ୟାହାର କରାଇବା ପାଇଁ ପ୍ରଶାସନ ଉଭୟ ଏସିପି ବଶିଷ୍ଠ ଏବଂ ଇନ୍ସପେକ୍ଟର ଅରୁଣ କୁମାରଙ୍କୁ ଅନ୍ୟତ୍ର ବଦଳି କରିଥିଲା।

ନିଜର ସହକର୍ମୀ ଅଧିକାରୀଙ୍କ ବଦଳି ଏବଂ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପୋଲିସ କର୍ମଚାରୀମାନେ ଏକାଠି ହୋଇଥିଲେ।

Advertisment ହାତରେ ପ୍ଲାକାର୍ଡ ଏବଂ ପୋଷ୍ଟର ଧରି ସେମାନେ "ବର୍ଦ୍ଦି କା ଅପମାନ ନହିଁ ସହେଙ୍ଗେ" ଅର୍ଥାତ ୟୁନିଫର୍ମର ଅପମାନ ସହ୍ୟ କରାଯିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ।

ପୋଲିସ କର୍ମଚାରୀମାନେ ଏସିପି ମନସ୍ବୀ ବଶିଷ୍ଠ ଏବଂ ଇନ୍ସପେକ୍ଟର ଅରୁଣ କୁମାରଙ୍କୁ ସେମାନଙ୍କ ପୂର୍ବ ସ୍ଥାନକୁ ପୁଣି ବଦଳି କରିବାକୁ ଦାବି କରିଥିଲେ।

ଏକ ପୋଲିସ ପ୍ରତିନିଧି ଦଳ ପୋଲିସ କମିଶନର ଅନୁରାଗ କୁମାରଙ୍କୁ ଭେଟି ୫ ଦଫା ସମ୍ବଳିତ ଏକ ଦାବିପତ୍ର ଦେଇଥିଲେ।

ଏହି ପ୍ରଦର୍ଶନ ପରେ ପୋଲିସ କମିଶନର ଅନୁରାଗ କୁମାର ପ୍ରତିବାଦକାରୀ କର୍ମଚାରୀମାନଙ୍କ ସହ ଏକ ବୈଠକ କରିଥିଲେ।

କିନ୍ତୁ ଶେଷରେ ଅନୁଶାସନ ଭଙ୍ଗ ଅଭିଯୋଗରେ ଏସିପି ମନସ୍ବୀ ବଶିଷ୍ଠଙ୍କୁ ନିଲମ୍ବିତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।