Husband and Wife Murder Case: ରାତି ଅଧରେ ଘରେ ପଶି ଡବଲ୍ ମର୍ଡର! ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୧୫ ବର୍ଷର ପୁଅ ଗୁରୁତର
ରାତି ଅଧରେ ଘରେ ପଶି ଡବଲ୍ ମର୍ଡର ।
ଘରର କବାଟ ଭାଙ୍ଗି ସ୍ବାମୀ ସ୍ତ୍ରୀଙ୍କୁ ମାରିଦେଲା ଦୁର୍ବୃତ୍ତ ।
ଧାରୁଆ ଅସ୍ତ୍ରରେ ଦୁଇ ଜଣଙ୍କୁ ହାଣିଦେଲା ।
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍ଭି-୩୬ ଗାଁରେ ଘଟିଛି ଏଭଳି ବୀଭତ୍ସ ଘଟଣା ।
ଘରେ ସମସ୍ତେ ଶୋଇଥିବା ସମୟରେ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ।
ଏହି ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛି ।
Advertisment ଗତକାଲି ରାତିରେ ଜଣେ ଯୁବକ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲା ।
ପରେ ଏକ ଧାରୁଆ ଅସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲା ।
ଘଟଣାସ୍ଥଳରେ ହିଁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲା ୧୫ ବର୍ଷୀୟ ନାବାଳକ ।
ପିଲାଟିକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ନାବାଳକର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଜଣେ ଯୁବକ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।
ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ତେବେ ଆକ୍ରମଣ ପଛରେ ପ୍ରକୃତ କାରଣ କ'ଣ ?
ଏହା ପଛରେ ଆଉ କିଛି ରହସ୍ୟ ରହିଛି କି ?
ଏନେଇ ପୋଲିସର ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।