Indian Stock Market Opens Higher: ନିବେଶକଙ୍କ ମୁହଁରେ ହସ; ଚମକିଲା ଭାରତୀୟ ସେୟାର ବଜାର, ସେନସେକ୍ସ ୪୪୫ ପଏଣ୍ଟ ବଢ଼ିଲା

Nov 03, 2026 - 14:09
Indian Stock Market Opens Higher: ନିବେଶକଙ୍କ ମୁହଁରେ ହସ; ଚମକିଲା ଭାରତୀୟ ସେୟାର ବଜାର, ସେନସେକ୍ସ ୪୪୫ ପଏଣ୍ଟ ବଢ଼ିଲା

ବିଶ୍ୱ ବଜାରରୁ ମିଳିଥିବା ମିଶ୍ର ସଙ୍କେତ ମଧ୍ୟରେ ଭାରତୀୟ ସେୟାର ବଜାରରେ ମଙ୍ଗଳବାର ପୁଣିଥରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି।

ବ୍ୟାଙ୍କିଂ, ଫାଇନାନ୍ସିଆଲ ସର୍ଭିସେସ୍, ଏଫଏମସିଜି ଓ ସିମେଣ୍ଟ ସେକ୍ଟରର ସେୟାରରେ ଭଲ କ୍ରୟ ହେବାରୁ ବଜାର ଖୋଲିବା ମାତ୍ରେ ପ୍ରମୁଖ ସୂଚକାଙ୍କ ଉପରମୁହାଁ ହୋଇଥିଲା।

Advertisment କାରବାର ଆରମ୍ଭରେ ବିଏସଇ ସେନସେକ୍ସ ୪୪୫.୧୦ ପଏଣ୍ଟ ବା ୦.୫୯ ପ୍ରତିଶତ ବୃଦ୍ଧି ସହ ୭୬,୧୩୭.୮୮ ପଏଣ୍ଟରେ ଖୋଲିଥିଲା।

ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି-୫୦ ୧୦୪.୪୫ ପଏଣ୍ଟ ବା ୦.୪୫ ପ୍ରତିଶତ ବଢ଼ି ୨୩,୫୪୫.୨୫ ପଏଣ୍ଟରେ ପହଞ୍ଚିଥିଲା।

ପ୍ରାରମ୍ଭିକ ଘଣ୍ଟାରେ ବଜାରର ମୋଟ ଧାରା ମଧ୍ୟ ସକାରାତ୍ମକ ରହିଥିଲା।

୧,୬୦୧ଟି ସେୟାରରେ ବୃଦ୍ଧି ଦେଖାଯାଇଥିବା ବେଳେ ୭୫୩ଟି ସେୟାରର ଦର ହ୍ରାସ ପାଇଥିଲା।

ଅନ୍ୟପଟେ ୧୬୬ଟି ସେୟାରର ଦରରେ କୌଣସି ବଡ଼ ପରିବର୍ତ୍ତନ ହୋଇନଥିଲା।

ଏହା ବଜାରରେ କ୍ରୟ ମନୋଭାବ ଅଧିକ ଥିବାର ସଙ୍କେତ ଦେଇଛି।

Advertisment ସେକ୍ଟରଭିତ୍ତିକ କାରବାର ଦେଖିଲେ ସିମେଣ୍ଟ ସେକ୍ଟର ସବୁଠାରୁ ଆଗରେ ରହିଛି।

ନିଫ୍ଟି ସିମେଣ୍ଟ ଇଣ୍ଡେକ୍ସ ୧.୭୧ ପ୍ରତିଶତ ବଢ଼ିଥିବା ବେଳେ ଏଫଏମସିଜି ଇଣ୍ଡେକ୍ସ ୧.୪୧ ପ୍ରତିଶତ ବୃଦ୍ଧି ସହ ୪୪,୫୯୪.୭୫ ସ୍ତରରେ ପହଞ୍ଚିଛି।

ନିଫ୍ଟି ବ୍ୟାଙ୍କ ୦.୫୪ ପ୍ରତିଶତ, ପ୍ରାଇଭେଟ ବ୍ୟାଙ୍କ ୦.୬୭ ପ୍ରତିଶତ ଏବଂ ନିଫ୍ଟି ଫାଇନାନ୍ସିଆଲ ସର୍ଭିସେସ୍ ଓ ଆଇଟି ଇଣ୍ଡେକ୍ସ ପ୍ରାୟ ୦.୯୦ ପ୍ରତିଶତ ବଢ଼ିଛି।

ତେବେ ସମସ୍ତ ସେକ୍ଟରରେ ଉତ୍ସାହ ଦେଖାଯାଇନଥିଲା।

ନିଫ୍ଟି ଫାର୍ମା ୦.୪୬ ପ୍ରତିଶତ ଏବଂ ନିଫ୍ଟି ହେଲ୍ଥକେୟାର ୦.୪୫ ପ୍ରତିଶତ ହ୍ରାସ ପାଇଥିଲା।

ଏହି ସେକ୍ଟରର କିଛି ସେୟାରରେ ନିବେଶକମାନେ ଲାଭ ବୁକିଂ କରିଥିବାରୁ ଚାପ ଦେଖାଯାଇଛି।

ନିଫ୍ଟି-୫୦ର ପ୍ରମୁଖ ସେୟାର ମଧ୍ୟରେ ଇଣ୍ଟରଗ୍ଲୋବ ଏଭିଏସନ୍ ୩.୬୨ ପ୍ରତିଶତ ବୃଦ୍ଧି ସହ ୫,୦୯୮ ଟଙ୍କାରେ ପହଞ୍ଚି ଟପ୍ ଗେନର୍ ହୋଇଛି।

ଶ୍ରୀରାମ ଫାଇନାନ୍ସ ୨.୦୭ ପ୍ରତିଶତ, ଇନଫୋସିସ୍ ୨.୦୬ ପ୍ରତିଶତ, ଏସିଆନ୍ ପେଣ୍ଟସ୍ ୨.୦୪ ପ୍ରତିଶତ, ନେସ୍ଲେ ଇଣ୍ଡିଆ ୧.୮୦ ପ୍ରତିଶତ ଏବଂ HDFC ବ୍ୟାଙ୍କ ୧.୬୭ ପ୍ରତିଶତ ବଢ଼ିଥିଲା।

ଏହା ସହ ବଜାଜ ଫାଇନାନ୍ସ, ଟାଟା କଞ୍ଜ୍ୟୁମର ଏବଂ ଅଲ୍ଟ୍ରାଟେକ୍ ସିମେଣ୍ଟ ସେୟାରରେ ମଧ୍ୟ ଭଲ କ୍ରୟ ଦେଖାଯାଇଥିଲା।

ଅନ୍ୟପଟେ ONGC ୧.୬୫ ପ୍ରତିଶତ, ଆପୋଲୋ ହସ୍ପିଟାଲ୍ସ ୧.୨୨ ପ୍ରତିଶତ, ସିପ୍ଲା ୦.୮୭ ପ୍ରତିଶତ ଏବଂ ପାୱାରଗ୍ରିଡ୍ ୦.୮୬ ପ୍ରତିଶତ ହ୍ରାସ ପାଇଥିଲା।

ଏନଟିପିସିରେ ମଧ୍ୟ ସାମାନ୍ୟ ଦୁର୍ବଳତା ଦେଖାଯାଇଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରାୟ ସ୍ଥିର ରହିଥିଲା।

ମୋଟାମୋଟି ଭାବେ ବ୍ୟାଙ୍କିଂ, ଏଫଏମସିଜି ଏବଂ ସିମେଣ୍ଟ ସେକ୍ଟରରେ ଜୋରଦାର କ୍ରୟ ଯୋଗୁଁ ଭାରତୀୟ ସେୟାର ବଜାର ଦିନର ଆରମ୍ଭରୁ ସକାରାତ୍ମକ ଧାରାରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।