Corruption Probe Against Senior IAS Officer: ୪୦ ଭିଲ୍ଲା କିଣା ଅଭିଯୋଗରେ IAS-IPS ଦମ୍ପତି; ତଦନ୍ତ ଘେରରେ ହାଇପ୍ରୋଫାଇଲ୍ ପାୱାର୍ କପଲ୍
ସରକାରୀ ଚାକିରି, ବଡ଼ ପଦବୀ ଓ ପ୍ରଭାବଶାଳୀ ଦାୟିତ୍ୱ।
ହେଲେ ଏବେ ସମ୍ପତ୍ତି କାରବାରକୁ ନେଇ ତଦନ୍ତ ଘେରକୁ ଆସିଛନ୍ତି ରାଜସ୍ଥାନ କ୍ୟାଡରର ବରିଷ୍ଠ IAS ଅଧିକାରୀ ଶିଖର ଅଗ୍ରୱାଲ ଓ ତାଙ୍କ IPS ପତ୍ନୀ ପ୍ରଶାଖା ମାଥୁର।
Advertisment ରିପୋର୍ଟ ଅନୁସାରେ, ଅଗ୍ରୱାଲ, ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନାଁରେ ଗତ ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ଉଦୟପୁର ଓ ଅଲୱାରରେ ଅନେକ ଭିଲ୍ଲା ଓ କଟେଜ୍ କିଣାଯାଇଥିବା ଅଭିଯୋଗ ଉଠିଛି।
କେତେକ ରିପୋର୍ଟରେ ମୋଟ ୪୦ଟି ସମ୍ପତ୍ତିର ମୂଲ୍ୟ ପ୍ରାୟ ୬.୧୬ କୋଟି ଟଙ୍କା ଥିବା ଦାବି କରାଯାଇଛି।
ଏହି କାରବାରର ସବୁଠୁ ଚର୍ଚ୍ଚିତ ଦିଗ ହେଉଛି, ଯେଉଁ କମ୍ପାନୀଠାରୁ ଏହି ସମ୍ପତ୍ତି କିଣାଯାଇଥିଲା, ପରବର୍ତ୍ତୀ ସମୟରେ ସେହି କମ୍ପାନୀକୁ ହିଁ ଭଡ଼ାରେ ଦିଆଯାଇଥିବା ଅଭିଯୋଗ।
ରିପୋର୍ଟ ଅନୁସାରେ, ଉଦୟପୁରର ୨୦ଟି କଟେଜ୍ରୁ ବର୍ଷକୁ ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ଅଲୱାରର ସମ୍ପତ୍ତିରୁ ପ୍ରାୟ ୧ କୋଟି ଟଙ୍କା ମିଶାଇ ବର୍ଷକୁ ପ୍ରାୟ ୧.୮୦ କୋଟି ଟଙ୍କା ଭଡ଼ା ଆସୁଥିବା କୁହାଯାଉଛି।
Advertisment ଏଠାରେ ଉଠିଛି ବଡ଼ ପ୍ରଶ୍ନ—ଏତେ କମ୍ ମୂଲ୍ୟରେ ଏତେ ସଂଖ୍ୟକ ଭିଲ୍ଲା ଓ କଟେଜ୍ କିପରି କିଣାଗଲା?
ବଜାର ଦର ଓ ରେଜିଷ୍ଟ୍ରି ମୂଲ୍ୟ ମଧ୍ୟରେ ବଡ଼ ତଫାତ୍ ରହିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ଅଭିଯୋଗ ଆହୁରି ଗମ୍ଭୀର ହୋଇଛି ଏକ ତାରିଖକୁ ନେଇ।
୨୭ ମାର୍ଚ୍ଚ ୨୦୨୬ରେ ସମ୍ପୃକ୍ତ କମ୍ପାନୀକୁ ଏକ customised incentive package ମିଳିଥିବା ବେଳେ ସେହି ଦିନ ହିଁ ଅଲୱାରରେ ୨୦ଟି ଭିଲ୍ଲା ରେଜିଷ୍ଟ୍ରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ତେବେ ଏହି ଦୁଇ ଘଟଣା ମଧ୍ୟରେ କୌଣସି ଅନୁଚିତ ସମ୍ପର୍କ ଥିଲା କି ନାହିଁ, ସେଥିରେ ତଦନ୍ତ ଚାଲିଛି।
ଏହି ବିବାଦ ପରେ ଶିଖର ଅଗ୍ରୱାଲଙ୍କୁ ତାଙ୍କ ଦାୟିତ୍ୱରୁ ହଟାଇ APO ବା Awaiting Posting Ordersରେ ରଖାଯାଇଥିଲା।
ପରେ IPS ଅଧିକାରୀ ପ୍ରଶାଖା ମାଥୁରଙ୍କୁ ମଧ୍ୟ APOରେ ରଖାଯାଇଛି।
ରାଜସ୍ଥାନ ସରକାର Prevention of Corruption Actର ଧାରା 17A ଅନୁସାରେ ACBକୁ ବିସ୍ତୃତ ତଦନ୍ତ ପାଇଁ ଅନୁମତି ଦେଇଛନ୍ତି।
ତେବେ ଏହି ସବୁ ଅଭିଯୋଗ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ।
ଅଗ୍ରୱାଲ ପକ୍ଷରୁ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଆୟକର ରିଟର୍ଣ୍ଣ ଓ ସମ୍ପତ୍ତି ବିବରଣୀରେ ଦିଆଯାଇଥିବା ଏବଂ କିଛି ତଥ୍ୟ ପ୍ରତିଫଳିତ ନହେବାକୁ ଟେକ୍ନିକାଲ୍ ତ୍ରୁଟି ବୋଲି କୁହାଯାଇଛି।
ଅଭିଯୋଗର ସତ୍ୟତା ଓ ସମ୍ପତ୍ତି କାରବାର ପଛର ପ୍ରକୃତ ଚିତ୍ର ACB ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।