Family Of Five Disappears: ଗିଡିପାବଲି ଭୂସ୍ଖଳନରେ ନିଖୋଜ ପୂରା ପରିବାର, ମାଟି ତଳୁ ମିଳିଲା ଆଧାରକାର୍ଡ

Nov 02, 2026 - 16:05
Family Of Five Disappears: ଗିଡିପାବଲି ଭୂସ୍ଖଳନରେ ନିଖୋଜ ପୂରା ପରିବାର, ମାଟି ତଳୁ ମିଳିଲା ଆଧାରକାର୍ଡ

ବାତ୍ୟା ପରେ ଭୂସ୍ଖଳନର ଭୟାବହ ଚିତ୍ର ଏବେ ବି ମନରୁ ଲିଭିନି।

ଗିଡିପାବଲିରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ନିଖୋଜଙ୍କ ମଧ୍ୟରେ ଅଛନ୍ତି କନ୍ଧମାଳ ଜିଲ୍ଲା କୃହୁବାଡ଼ି ଗାଁର ଗୋଟିଏ ପରିବାରର ୫ ସଦସ୍ୟ।

ବିଜୟ ପ୍ରଧାନ, ତାଙ୍କ ପତ୍ନୀ, ଗୋଟିଏ ପୁଅ ଓ ଦୁଇ ଝିଅଙ୍କର ଏଯାଏଁ କୌଣସି ଖୋଜଖବର ମିଳିନାହିଁ।

Advertisment ସୂଚନା ଅନୁସାରେ, ବିଜୟ ପ୍ରଧାନ ଗିଡିପାବଲିରେ ଧାନ ଚାଷ କରିଥିଲେ।

ଧାନ ଅମଳ କରିବା ପାଇଁ ବାତ୍ୟା ଆସିବାର ପ୍ରାୟ ୭ ଦିନ ପୂର୍ବରୁ ସେ ପରିବାର ସହ ଗିଡିପାବଲି ଯାଇ ସେଠାରେ ରହୁଥିଲେ।

ହେଲେ ଭୂସ୍ଖଳନ ପରେ ପୂରା ପରିବାର ନିଖୋଜ ହୋଇଯାଇଛନ୍ତି।

ସବୁଠାରୁ ହୃଦୟବିଦାରକ କଥା ହେଉଛି, ମାଟି ତଳୁ ବିଜୟଙ୍କ ପରିବାରର ଆଧାରକାର୍ଡ ମିଳିଛି।

କିନ୍ତୁ ଏଯାଏଁ ପରିବାରର କୌଣସି ସଦସ୍ୟଙ୍କ ପତ୍ତା ମିଳିନାହିଁ।

ଏହି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଆଶଙ୍କାର ସୃଷ୍ଟି ହୋଇଛି।

Advertisment ବିଜୟଙ୍କ ଦାଦା ନିଖୋଜ ପରିବାରକୁ ଠାବ କରିବା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନକୁ ନିବେଦନ କରିଛନ୍ତି।

ଗିଡିପାବଲିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ୫ ଜଣଙ୍କୁ ଖୋଜି ବାହାର କରିବା ଏବେ ପରିବାରର ଚିନ୍ତାର ବିଷୟ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।