Couple Dies After Snakebites: ସାପ କାମୁଡ଼ାରେ ଦମ୍ପତି ମୃତ! ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ୱାମୀଙ୍କୁ କାମୁଡିଲା ସାପ
ସାପ କାମୁଡ଼ାରେ ଦମ୍ପତି ମୃତ। ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ସ୍ବାମୀଙ୍କ ଗଲା ଜୀବନ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ମଧୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ସୂଚନା ଅନୁଯାୟୀ ଗତ ୩ ତାରିଖରେ ହଠାତ୍ ଗୁରୁତର ହୋଇ ପଡ଼ିଥିଲେ ସ୍ତ୍ରୀ। ହସ୍ପିଟାଲ ନେଲାପାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତକାଲି ସ୍ୱାମୀ ବାଉଁଶ ଗଦାରେ ଥିବାବେଳେ ତାଙ୍କୁ ମଧ୍ୟ ସାପ କାମୁଡ଼ିଥିଲା। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ମୃତ୍ୟୁ ମଧ୍ୟ ସାପ କାମୁଡା ଯୋଗୁ ହୋଇଥିବା ସନ୍ଦେହ କରାଗଲା। କାରଣ ତାଙ୍କର ମଧ୍ୟ ସମାନ ଲକ୍ଷଣ ଦେଖାଦେଇଥିଲା। ପୋଷ୍ଟମର୍ଟମ ପାଇଁ ମାଟି ଖୋଳି ମହିଳାଙ୍କ ମୃତଦେହ ବାହାର କରାଯାଇଛି। ହସ୍ପିଟାଲରେ ମହିଳାଙ୍କ ପୋଷ୍ଟମର୍ଟମ ଚାଲିଛି। ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।
- ସାପ କାମୁଡ଼ାରେ ଦମ୍ପତି ମୃତ !
- ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ସ୍ବାମୀ ମୃତ
- ଭଦ୍ରକ ପୀରହାଟ ଥାନା ମଧୁପୁର ଗାଁର ଘଟଣା
- ସାପ କାମୁଡ଼ିବା ପରେ ହସ୍ପିଟାଲରେ ସ୍ବାମୀଙ୍କ ମୃତ୍ୟୁ
- ଦିନକ ପୂର୍ବରୁ ସ୍ତ୍ରୀଙ୍କ ଯାଇଥିଲା ଜୀବନ
- ସ୍ବାମୀର ମୃତ୍ୟୁ ପରେ ପତ୍ନୀକୁ ବି ସାପ କାମୁଡ଼ିଥିବା ସନ୍ଦେହ
- ସମାନ ଲକ୍ଷଣ ଥିବାରୁ ପତ୍ନୀଙ୍କୁ ସାପ କାମୁଡା ସନ୍ଦେହ
- ପୋଷ୍ଟମର୍ଟମ ପାଇଁ ମାଟି ଖୋଳି ବାହାର କଲେ ମହିଳାଙ୍କ ମୃତଦେହ
- ହସ୍ପିଟାଲରେ ମହିଳାଙ୍କ ଚାଲିଛି ପୋଷ୍ଟମର୍ଟମ
- ରିପୋର୍ଟ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।