Delhi Hit by Heavy Rain: ରାଜଧାନୀ ପ୍ରବଳ ବର୍ଷା; ବିଭିନ୍ନ ସ୍ଥାନରେ ଜମିଛି ପାଣି, ସହରର କିଛି ରାସ୍ତା ଜଳମଗ୍ନ

Sep 05, 2026 - 19:17
Delhi Hit by Heavy Rain: ରାଜଧାନୀ ପ୍ରବଳ ବର୍ଷା; ବିଭିନ୍ନ ସ୍ଥାନରେ ଜମିଛି ପାଣି, ସହରର କିଛି ରାସ୍ତା ଜଳମଗ୍ନ

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ପାଣି। ସହରର କିଛି ରାସ୍ତା ଜଳମଗ୍ନ ମଧ୍ୟ ହୋଇଛି। ଦିଲ୍ଲୀର ମହିପାଲପୁର ଅଂଚଳରେ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି। 

ଆଜି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁ ଆକବର ରୋଡ ହେଉ କି ଦିଲ୍ଲୀର ବିମାନବନ୍ଦର ସବୁଠି ବର୍ଷା ପାଣି ଜମି ରହିଥିଲା। ଗତକାଲି ମଧ୍ୟ ଦିଲ୍ଲୀ-ଏନସିଆରର ବିଭିନ୍ନ ଅଂଚଳରେ ଘଣ୍ଟାଘଣ୍ଟା ଧରି ବର୍ଷା ପରେ ରାସ୍ତାଘାଟରେ ଜମି ରହିଥିଲା ଆଣ୍ଠୁଏ ଆଣ୍ଠୁଏ ପାଣି।

  • ଦିଲ୍ଲୀରେ ପ୍ରବଳ ବର୍ଷା
  • ବିଭିନ୍ନ ସ୍ଥାନରେ ଜମିଛି ପାଣି
  • ସହରର କିଛି ରାସ୍ତା ଜଳମଗ୍ନ
  • ମହିପାଲପୁର ଅଂଚଳରେ ରାସ୍ତାରେ ଜମିଲା ପାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।