Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର
"ସୋର: ସୋର ଥାନା ନଦୀଗାଁ ଛକ ନିକଟରେ ଗୋରୁ ଚୋରି କରି ଏକ ଅଟୋରେ ନେଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ଅଟୋରେ ତିନୋଟି ଗାଈ ନେଇ ବେଲପୁର ଅଂଚଳର ଦୁଇଜଣ ଯୁବକ ନଦୀଗାଁ ଅଭିମୁଖେ ଆସୁଥିଲେ ।
ଏହି ସମୟରେ ସ୍ଥାନୀୟ ଲୋକେ ଗୋରୁ ଚୋରି ଅଭିଯୋଗରେ ଗାଡ଼ିକୁ ଅଟକ ରଖିବା ସହିତ ଯୁବକ ଦୁଇଜଣଙ୍କୁ କାବୁ କରି ସୋର ପୁଲିସକୁ ଖବର ଦେଇଥିଲେ।Advertisment ଅଟୋକୁ ଜବତ କରିଛି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଗାଈଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ଛାଡିବା ସହିତ ଅଟୋକୁ ଜବତ କରିଛି।
ଏନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Youth Stabbed: ଛୁରାମାଡ଼ରେ ଯୁବକ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।