Rayagada: ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ, ୩ମାସରେ  ୧୦ ଗୁଣା ବଢ଼ିଲା ଅତିଶୟ ପୁଷ୍ଟିହୀନତାଙ୍କ ସଂଖ୍ୟା

Sep 13, 2026 - 09:05
Rayagada: ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ, ୩ମାସରେ  ୧୦ ଗୁଣା ବଢ଼ିଲା ଅତିଶୟ ପୁଷ୍ଟିହୀନତାଙ୍କ ସଂଖ୍ୟା

"ରାୟଗଡା: ଯେଉଁ ଦିନଠାରୁ ରାୟଗଡ଼ା ଜିଲ୍ଲାର ଶିଶୁ ଓ ମହିଳାଙ୍କୁ ଦିଆଯାଉଥିବା ନିମ୍ନମାନର ପୁଷ୍ଟିକର ଖାଦ୍ୟ ଛତୁଆ ସଂପର୍କରେ ତଥ୍ୟ ପ୍ରଘଟିତ ହେଲା ସେହିଦିନ ଠାରୁ ଏନେଇ ଗୋଟିଏ ପରେ ଗୋଟିଏ ସାଂଘାତିକ ଚିତ୍ର  ସମ୍ନାକୁ ଆସିବାରେ ଲାଗିଛି।

କିଛି ଦିନ ତଳେ ଜିଲ୍ଲାରେ ଶିଶୁ ମୃତ୍ୟୁକୁ ନେଇ ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଥିଲା ।

ବିଭିନ୍ନ କାରଣରୁ ୦-୫ବର୍ଷର ୧୭୭ଜଣ ଶିଶୁ  ମୃତ୍ୟବରଣ କରିଥିବା ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ପ୍ରଦାନ କରିଥିଲେ ।

ଗତ ୩/୪ ମାସରେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ବାରମ୍ବାର ସମୀକ୍ଷା ପରେ ଆଉ ଗୋଟିଏ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡିଛି।

ଗତ ୩/୪ ମାସ ମଧ୍ୟ‌ରେ ଅତିଶୟ ପୁଷ୍ଟିହୀନତା ଶିଶୁଙ୍କ ସଂଖ୍ୟା ପ୍ରାୟ ୧୦ ଗୁଣା ବଢ଼ିଥିବା ରିପୋର୍ଟରୁ ଜଣାପଡିଛି ।Advertisment ଶିଶୁ ମୃତ୍ୟୁହାରକୁ ନେଇ ଚିନ୍ତାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡିଛି ଗତ ଜୁନ ମାସରେ ଜିଲ୍ଲାର ୧୧ଟିବ୍ଲକରେ ୩୭ ଜଣ ଅତିଶୟ ପୁଷ୍ଟିହୀନତା ଶିଶୁଙ୍କୁ ଚିହ୍ନଟ କରାଯାଇଥିଲା।

ଏହା ପରେ ଜୁଲାଇ ମାସରେ ଅତିଶୟ ପୁଷ୍ଟିହୀନତା ଶିଶୁଙ୍କ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ବେଳେ ଅଗଷ୍ଟ ମାସରେ ୮୯ ଜଣ ଶିଶୁ ଏବଂ ସେପ୍ଟେମ୍ବର ମାସ ସୁଧା ଏହାର ସଂଖ୍ୟା ବୃଦ୍ଧି ପାଇ ୩୫୭ରେ ପହଁଚିଥିବା ଜଣାପଡିଛି।

ଜିଲ୍ଲାରେ ପ୍ରଦାନ କରାଯାଉଥିବା  ନିମ୍ନମାନର ପୁଷ୍ଟିକର ଖାଦ୍ୟ ଓ ଶିଶୁ ଏବଂ ମାତୃ ମୃତ୍ୟୁହାର ବୃଦ୍ଧି ପାଇବା ଘଟଣା ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରଶାସନ ଏବଂ ବିଭାଗିୟ ଅଧିକାରୀଙ୍କୁ ଦାୟିତ୍ବହିନତାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଶିଶୁ ମୃତ୍ୟୁହାରକୁ ନେଇ ଚିନ୍ତା ପ୍ରକଟ କରିବା ସହ ଖୋଦ ବିଭାଗିୟ ସଚିବ ଏବଂ ଗୋଟିଏ ଟିମ ରାୟଗଡା ଜିଲ୍ଳା  କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିଥିଲେ।

ଜିଲ୍ଲାର ଶିଶୁ ଓ ମାତୃ ମୃତ୍ୟୁହାର ବୃଦ୍ଦିକୁ ନେଇ ଚିନ୍ତାଜନକ ସଂଖ୍ୟା ସାମ୍ନାକୁ ଆସିବା ପରେ ଜିଲ୍ଳାପାଳ ଆଶୁତୋ‌‌ଷ କୁଲକର୍ଣୀ ତୃଣମୂଳ ସ୍ତରରୁ ବାରମ୍ବାର ସମୀକ୍ଷା ବୈଠକ କରିଥିଲେ।

ସମୀକ୍ଷା ପରେ  ପ୍ରତି ଦିନ ଜିଲ୍ଲାର ୨ନିଷ୍ପାପ ଶିଶୁ ମୃତ୍ୟୁବରଣ କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା।

ଏଭଳି ଉଦବେଗଜଜନକ ତଥ୍ୟ ସାମ୍ନାକୁ ଆସିବା ପରେ ଏହାର ରିପୋର୍ଟିଂକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ପୂର୍ବରୁ ଅତିଶୟ ପୁଷ୍ଟିହୀନତାଙ୍କ ସଂଖ୍ୟା ଅଣ୍ଡର ‌ରିପୋର୍ଟିଂ କରାଯାଉଥିବା ଜଳଜଳ ଦେଖାଯାଉଥିବା ବେଳେ ବର୍ତମାନ ବାରମ୍ବାର ସମୀକ୍ଷା ପରେ ଚିନ୍ତାଜନକ ଭାବେ ଜିଲ୍ଲାରେ ଅତିଶୟ ପୁଷ୍ଟିହୀନତାଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଏଠାରେ ପ୍ରଶ୍ନ ଉଠୁଛି ପ୍ରତି ମାସରେ ଗର୍ଭବତୀ ମହିଳା,ପ୍ରସୂତୀ ଏବଂ ଶିଶୁ ମାନଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ବିଭାଗ ବିଭିନ୍ନ ଯୋଜନାରେ କୋଟି କୋଟି  ଟଙ୍କା  ଖର୍ଚ୍ଚ କରୁଛି ।

ତେବେ ଏତେ ସଂଖ୍ୟାରେ କିଭଳି ଶିଶୁ ଓ ମହିଳାଙ୍କ ମଧ୍ୟରେ ଦେଖାଯାଉଛି I  ନିକଟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର  ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ରାୟଗଡା ଗସ୍ତରେ ଆସି ଛତୁଆ ନିମ୍ନମାନର ପ୍ରଦାନ କରାଯାଉଥିବା ନେଇ ସୂଚନା ଦେଇଥିଲେ।

ଏନେଇ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ଏଯାଏଁ ଛତୁଆ ପ୍ରଦାନକାରୀ ଏସଏଚଜି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାର୍ହି ।

ଆ‌ୟୋଗର ଅଧ୍ୟକ୍ଷାଙ୍କ ଗସ୍ତ ପରେ ରାୟଗଡ଼ା ବ୍ଲକର ଗୋଟିଏ ଟେକ୍ ହୋମ୍ ରାସନ ୟୁନିଟ ବିରୋଧରେ ପିଛିଲା ତାରିଖରେ କାରଣ ଦର୍ଶାଅ ନୋଟିସ ବିଭାଗ ଜାରି ଜାରି କରିଥିବା ଜଣାପଡିଛି।

ପୁଲିସ ଏନକାଉଣ୍ଟରରେ ଅପରାଧୀ ଇରଫାନ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।