Cricket: ଶ୍ରୀଲଙ୍କା ଟେଷ୍ଟ୍‌ ଦଳର ନେତୃତ୍ବ ଛାଡ଼ିଲେ ଧନଞ୍ଜୟ

Oct 08, 2026 - 15:02
Cricket: ଶ୍ରୀଲଙ୍କା ଟେଷ୍ଟ୍‌ ଦଳର ନେତୃତ୍ବ ଛାଡ଼ିଲେ ଧନଞ୍ଜୟ

"କଲମ୍ବୋ: ଶ୍ରୀଲଙ୍କା ଟେଷ୍ଟ୍‌ ଦଳର ଅଧିନାୟକ ପଦ ଛାଡ଼ିଛନ୍ତି ଧନଞ୍ଜୟ ଡି"ସିଲ୍‌ଭା।

ଏହି ୩୫ ବର୍ଷୀୟ ସିଂହଳୀ ବ୍ୟାଟର୍‌ଙ୍କ ନେତୃତ୍ବରେ ଦଳ ୨୦୨୪ରୁ ୨୦୨୬ ମଧ୍ୟରେ ୧୮ ଟେଷ୍ଟ୍‌ ଖେଳି ୭ଟି ଜିତିଥିଲା ବେଳେ ୮ ହାରିଛି ଏବଂ ‌୩ଟି ଡ୍ର ରଖିଥିଲା।

ଅଧିନାୟକ ପଦ ଛାଡ଼ିଥିଲେ ମଧ୍ୟ ସେ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।Advertisment ଏହି ଦାୟିତ୍ବ ପରବର୍ତ୍ତୀ ପିଢ଼ିକୁ ଦିଆଯାଉ: ଧନଞ୍ଜୟ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ଚୟନ କମିଟିକୁ ଗୁରୁବାର ଲେଖିଥିବା ଇସ୍ତାଫା ପତ୍ରରେ ସେ କହିଛନ୍ତି, ""ମୋର ମତ ହେଉଛି, ଏହି ଦାୟିତ୍ବ ପରବର୍ତ୍ତୀ ପିଢ଼ିକୁ ଦିଆଯାଉ""।

୨୦୨୪ରେ ଦିମୁତ କରୁଣାରତ୍ନେଙ୍କ ଅବସର ପରେ ଶ୍ରୀଲଙ୍କା ଟେଷ୍ଟ୍‌ ଦଳର ମଙ୍ଗ ଧରିଥିଲେ ଧନଞ୍ଜୟ।

ତାଙ୍କ ନେତୃତ୍ବରେ ଦଳ ଆଫ୍‌ଗାନିସ୍ତାନ (ଘରୋଇ), ବାଂଲାଦେଶ (ଘରୋଇ, ବିଦେଶ) ଏବଂ ନ୍ୟୁଜିଲାଣ୍ଡ (ଘରୋଇ) ବିପକ୍ଷରେ ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା।

ନେତୃତ୍ବ ନେବାର ଦ୍ବିତୀୟ ଟେଷ୍ଟ୍‌ରେ ଧନଞ୍ଜୟ, ବାଲାଦେଶ ବିପକ୍ଷ ସିଲାଟ୍‌ ଟେଷ୍ଟ୍‌ରେ ୨ଟି ଶତକ ହାସଲ କରି ଦଳକୁ ୩୨୮ ରନ୍‌ର ବଡ଼ ବିଜୟ ଭେଟି ଦେଇଥିଲେ।

Student Visa: ପାଠପଢ଼ା ପରେ ଆମେରିକାରେ ରହିବାକୁ ଚାହୁଁଥିବା ସ୍ବପ୍ନ ଉପରେ ଟ୍ରମ୍ପଙ୍କ ଫି ପ୍ରସ୍ତାବ ଛାଟ: ଭାରତୀୟ ହେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।