05 SEPTEMBER 2026

Welcome!

Unlock your personalized experience.
Sign Up

Cricket: ଇଂଲଣ୍ଡ ଗସ୍ତରେ ବୈଭବ ସୂର୍ଯ୍ୟବଂଶୀ ବ୍ୟବହାର କରିବେ ଅଲଗା ଚେଞ୍ଜିଂ ରୁମ୍‌

Jun 24, 2026 - 21:22
Cricket: ଇଂଲଣ୍ଡ ଗସ୍ତରେ ବୈଭବ ସୂର୍ଯ୍ୟବଂଶୀ ବ୍ୟବହାର କରିବେ ଅଲଗା ଚେଞ୍ଜିଂ ରୁମ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଅଲଗା ଚେଞ୍ଜିଂ ରୁମ୍‌ ବ୍ୟବହାର କରିବେ। ସାଧାରଣ ସମୟରେ ଭାରତୀୟ ଦଳ ପାଇଁ ଉଦ୍ଦିଷ୍ଟ ଡ୍ରେସିଂ ରୁମ୍‌ରେ ବସିବା, ରହିବା ଓ ବୈଠକରେ ଯୋଗଦେବାର ସୁଯୋଗ ଲାଭ କଲେ ମଧ୍ୟ ପୋଷାକ ଅଦଳ ବଦଳ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅଲଗା ରୁମ୍‌ ବ୍ୟବହାର କରିବେ। 

୧୫ ବର୍ଷୀୟ ବୈଭବଙ୍କ ବାଳୁତ ବୟସକୁ ଆଖି ଆଗରେ ରଖି ଆୟର୍ଲାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତାଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରିବେ। ବ୍ରିଟିସ୍ ଗଣମାଧ୍ୟମ ଦ ଗାର୍ଡିଅନ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଏବଂ ଇଂଲଣ୍ଡ ଓ ୱେଲ୍‌ସ କ୍ରିକେଟ୍ ବୋର୍ଡ (ଇସିବି)ର ସୁରକ୍ଷା ନୀତି ଅନୁଯାୟୀ ୧୬ ବର୍ଷରୁ କମ୍ ବୟସର ଖେଳାଳିମାନେ ବୟସ୍କ ଖେଳାଳିଙ୍କ ସହ ସମାନ ଚେଞ୍ଜିଂ ରୁମ୍ ବ୍ୟବହାର କରିପାରିବେ ନାହିଁ। 

Cricket: ୨୦୨୬କୁ ବୈଭବ ସୂର୍ଯ୍ୟବଂଶୀଙ୍କ ବର୍ଷ ଭାବେ ମନେ କରାଯିବ: ଗାଭାସ୍କର

ଏହି କାରଣରୁ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରତ୍ୟେକ ଷ୍ଟାଡିୟମ୍‌ରେ ପୃଥକ ଚେଞ୍ଜିଂ ରୁମ୍‌ ସୁବିଧା ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ ସୂର୍ଯ୍ୟବଂଶୀଙ୍କ ସହ ତାଙ୍କର ମାତାପିତା ମଧ୍ୟ ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଉପସ୍ଥିତ ରହିବେ। ଏହାକୁ ନେଇ ବିସିସିଆଇ ସଂପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ଏତେ କମ୍ ବୟସର ଜଣେ ଖେଳାଳିଙ୍କୁ ବରିଷ୍ଠ ଦଳର ପରିବେଶ ସହ ଖାପ ଖୁଆଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସେପଟେ ଘରୋଇ କ୍ରିକେଟ୍‌ରେ ବୈଭବଙ୍କ ୧୦ବର୍ଷୀୟ ଭାଇ ଆଶୀର୍ବାଦ ଆଉ ଏକ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି। ଏକ ସ୍ଥାନୀୟ ମ୍ୟାଚ୍‌ରେ ୧୧୯ ବଲ୍‌ରୁ ୧୬୮ ରନ୍‌ କରିଛନ୍ତି ସେ। ଏହି ଖବର ଜାଣିବା ପରେ ଶତକ ଆମ ରକ୍ତରେ ଅଛି ବୋଲି ବୈଭବ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।