Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ
"ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି।
ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି।
ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ।
ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ।
Advertisment ଯୁବି ୨୦୦୭ ଟ୍ବେଣ୍ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ।
ସେ ମଧ୍ୟ ୧୩୨ ଆଇପିଏଲ୍ ମ୍ୟାଚ୍ ଖେଳି ୨୭୫୦ ରନ୍ କରିବା ସହ ୩୬ ୱିକେଟ୍ ନେଇଛନ୍ତି।ସେ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍ରେ ୪୦ ଟେଷ୍ଟ୍, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।
ପ୍ରଥମ କରି ସାମ୍ନାକୁ ଆସିଲା ଯୁବରାଜ ସିଂହଙ୍କ ଝିଅର ଫଟୋ, ସେୟାର କଲେ ପତ୍ନୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।