Rohit Sharma ହିଟମ୍ୟାନ୍ ବ୍ୟାକ୍: IPL 2027 ରେ କ୍ୟାପ୍ଟେନ ଅବତାରରେ ଫେରିବେ ରୋହିତ !
"ମୁମ୍ୱାଇ: ପୁଣି କ୍ୟାପ୍ଟେନ ଭାବେ ଫିଲ୍ଡକୁ ଓହ୍ଲାଇପାରନ୍ତି ହିଟମ୍ୟାନ୍ ।
ରୋହିତଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର ।
ପାଞ୍ଚ ଥରର ଚାମ୍ପିୟନ୍ ଅଧିନାୟକଙ୍କ ଉପରେ ପୁଣି ଭରସା କରିବ କି ମୁମ୍ବାଇ ଇଣ୍ଡିଆନ୍ସ ?
IPL 2027 ପୂର୍ବରୁ ରୋହିତ ଶର୍ମାଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।
ତେବେ ମୁମ୍ବାଇର ଏହି ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପଛରେ କେତେ ସତ, ଆଉ କେତେ ଅନୁମାନ ?
ଆସନ୍ତୁ ଜାଣିବା..Advertisment ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ୍ ଟ୍ରଫି ଜିତିଥିଲା ।
ଏହି ସଫଳତା ତାଙ୍କୁ ଫ୍ରାଞ୍ଚାଇଜିର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ସ୍ଥାନ ଦେଇଛି ।
ତେବେ ୨୦୨୪ ସିଜନ୍ ପୂର୍ବରୁ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା ।
ହାର୍ଦ୍ଦିକଙ୍କ ପ୍ରଥମ ସିଜନ୍ରେ ମୁମ୍ବାଇ ପଏଣ୍ଟ ଟେବୁଲ୍ର ଶେଷ ସ୍ଥାନରେ ରହିଥିଲା ।
୨୦୨୫ରେ ଦଳ ପ୍ଲେଅଫ୍କୁ ଫେରିଥିଲେ ମଧ୍ୟ ଟ୍ରଫି ଜିତିପାରି ନଥିଲା ।
ଏବେ ରୋହିତଙ୍କୁ ପୁଣି ନେତୃତ୍ୱ ଦେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢ଼ିଛି ।
Rajya Sabha Cross-Voting Case: ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସଭୋଟିଂ: ହାଇକୋର୍ଟଙ୍କ ଜବାବ ତଲବ ରୋହିତଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ମଧ୍ୟରେ ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଆଲୋଚନା ଚାଲିଛି ।
କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ସହ ତାଙ୍କ ନାମ ଯୋଡ଼ାଯାଇଥିବା ରିପୋର୍ଟ ରହିଛି ।
ରାଜସ୍ଥାନ ସହ ହାର୍ଦ୍ଦିକଙ୍କୁ ନେଇ ସମ୍ଭାବ୍ୟ ଟ୍ରେଡ୍ ଆଲୋଚନା ହୋଇଥିବା ମଧ୍ୟ କୁହାଯାଉଛି ।
ଏଥିରେ ଯଶସ୍ୱୀ ଜୟସ୍ୱାଲଙ୍କ ନାମ ଚର୍ଚ୍ଚାକୁ ଆସିଛି ।
ଯଦି ଏପରି ଟ୍ରେଡ୍ ହୁଏ, ତେବେ ମୁମ୍ବାଇ ଜଣେ ଯୁବ ଭାରତୀୟ ଓପନର୍ଙ୍କୁ ପାଇପାରେ ।
କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟ୍ରେଡ୍ ନେଇ ଅଧିକାରିକ ଘୋଷଣା ହୋଇନାହିଁ ।
ହାର୍ଦ୍ଦିକ ଉପଲବ୍ଧ ନଥିବା ସମୟରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇର ନେତୃତ୍ୱ ନେଇଥିଲେ ।
ତେଣୁ ସେ ମଧ୍ୟ ଅଧିନାୟକ ପଦ ପାଇଁ ଏକ ସମ୍ଭାବ୍ୟ ବିକଳ୍ପ ଭାବେ ଚର୍ଚ୍ଚାରେ ରହିଛନ୍ତି ।
ଅନ୍ୟପଟେ ତିଳକ ବର୍ମାଙ୍କୁ ଭବିଷ୍ୟତର ନେତୃତ୍ୱ ପାଇଁ ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା ହେଉଛି ।
ତେବେ ରୋହିତଙ୍କ ଅଭିଜ୍ଞତାକୁ ଆଗରେ ରଖି ମୁମ୍ବାଇ କୌଣସି ନିଷ୍ପତ୍ତି ନେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।
୨୦୨୭ ଆଇପିଏଲ୍ ସିଜନ୍ରେ ରୋହିତ ୪୦ ବର୍ଷ ବୟସର ହେବେ ।
ତେଣୁ ସେ କେତେ ଦିନ ଆଇପିଏଲ୍ ଖେଳିବେ, ତାହା ମଧ୍ୟ ଆଲୋଚନାର ବିଷୟ ।
ଯଦି ସେ ପୁଣି ଅଧିନାୟକ ହୁଅନ୍ତି, ତେବେ ମୁମ୍ବାଇକୁ ଭବିଷ୍ୟତର ନେତୃତ୍ୱ ପାଇଁ ମଧ୍ୟ ଯୋଜନା କରିବାକୁ ପଡ଼ିବ ।
ତେବେ ମନେ ରଖନ୍ତୁ ରୋହିତଙ୍କୁ ପୁଣି ଅଧିନାୟକ କରିବା, ହାର୍ଦ୍ଦିକଙ୍କ ଟ୍ରେଡ୍ କିମ୍ବା ଯଶସ୍ୱୀଙ୍କ ମୁମ୍ବାଇ ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ନାହିଁ ।
ଏବେ ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ଆଗାମୀ ନିଷ୍ପତ୍ତି ଉପରେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।