Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ୪ ବର୍ଷ ପରେ ଫେରିଲେ ଭୁବନେଶ୍ବର କୁମାର
"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୁରୁଷ ଚୟନ କମିଟି ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଏବଂ ଇଣ୍ଡିଆ-ଏ ଦଳ ଘୋଷଣା କରିଛି।
ଭାରତୀୟ ବରିଷ୍ଠ ଦଳରେ ଭୁବନେଶ୍ବର କୁମାର ସ୍ଥାନ ପାଇଛନ୍ତି।
୪ ବର୍ଷ ପରେ ସେ ଦଳକୁ ଫେରିଛନ୍ତି।
Advertisment 🚨 Announcement 🚨#TeamIndia's T20I squad and India A squads for New Zealand tour announced 📝Bhuvneshwar Kumar makes a comeback to the T20I side 🙌 More Details ▶️ https://t.co/oJ52QSH0DO#NZvIND pic.twitter.com/btbXlQ0nQD — BCCI (@BCCI) October 6, 2026 ଏହି ଗସ୍ତରେ ଭାରତୀୟ ଟିମ୍ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା ଖେଳିବ।
ଇଣ୍ଡିଆ-ଏ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ୪ଦିବସୀୟ ମ୍ୟାଚ୍ ଖେଳିବ।
ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ପରେ ଦଳ ଘୋଷଣା କରାଯିବ।
ଏହି ଦଳର ସବୁଠାରୁ ବଡ଼ ଖବର ହେଲା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ପ୍ରତ୍ୟାବର୍ତ୍ତନ।
ସେ ପୁଣି ଥରେ ନୀଳ ଜର୍ସି ପିନ୍ଧିବେ।
ଦ୍ରୁତଗତିରେ ବୋଲିଂ କରିବେ।
ଶ୍ରେୟସ ଆୟରଙ୍କ ଦଳର ଦାୟିତ୍ବ ଦିଆଯାଇଛି।
ତିଲକ ବର୍ମା ଉପଅଧିନାୟକ ହୋଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ବର କୁମାର ନିଜର ଶେଷ ଟି୨୦ ମୁକାବିଲା ୨୦୨୨ରେ ଏଡିଲେଡ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଟି୨୦ ବିଶ୍ବକପର ସେମିଫାଇନାଲରେ ଖେଳିଥିଲେ।
ଏହା ପରେ ତାଙ୍କୁ ଟିମ୍ରେ ଆଉ ସ୍ଥାନ ମିଳିପାରି ନଥିଲା।
ମାତ୍ର ସେ ଆଇପିଏଲ୍ର ୨ଟି ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଭଲ ପ୍ରଦର୍ଶନ କରି ଚୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।