Cricket: ମୁଖ୍ୟ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ
"ମୁମ୍ବାଇ: ଭାରତୀୟ ପୁରୁଷ ଦଳର ନୂଆ ଚୟନକର୍ତ୍ତା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିସିସିଆଇ ପକ୍ଷରୁ ଏ ନେଇ ଆଦେବନ ଆହ୍ବାନ କରାଯାଇଛି ଓ ଅକ୍ଟୋବର ୧୪କୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।
ଯେଉଁ ଅବସରପ୍ରାପ୍ତ ଖେଳାଳି ଅତି କମରେ ୭ ଟେଷ୍ଟ ଓ ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବେ ଏବଂ ଅତି କମରେ ୫ ବର୍ଷ ପୂର୍ବରୁ ଅବସର ଗ୍ରହଣ କରିଥିଲେ, ସେମାନେ ଆବେଦନ କରିପାରିବେ।
ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହୋଇଥିବାବେଳେ ଅବସରପ୍ରାପ୍ତ ସ୍ପିନର ପ୍ରଜ୍ଞାନ ଓଝା ଏବେ ଅନ୍ତରୀଣ ମୁଖ୍ୟ ଚୟନକର୍ତ୍ତା ଅଛନ୍ତି।Advertisment BCCI: ବିସିସିଆଇର ଆଭିମୁଖ୍ୟକୁ ଦଳର ସମର୍ଥନ: ମଜୁମଦାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।