Cricket: ଯୁବ ଟେଷ୍ଟ: ଶୃଙ୍ଖଳା ୨-୦ରେ ଜିତିଲା ଭାରତ: ତନ୍ମୟଙ୍କୁ ୧୪ ୱିକେଟ୍
"ଅହମଦାବାଦ: ପଦାର୍ପଣକାରୀ ତନ୍ମୟ ବଲୋଡ଼ାଙ୍କ ୧୪ ୱିକେଟ୍ ସଫଳତା ବଳରେ ଭାରତର ୧୯ ବର୍ଷରୁ କମ୍ ଦଳ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ଦଳ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ୧୦ ୱିକେଟ୍ରେ ଜିତି ନେଇଛି।
ଏହି ବିଜୟ ସହ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରି ନେଇଛି।Advertisment ପ୍ରଥମ ପାଳିରେ ୬ ୱିକେଟ୍ ନେଇଥିବା ତନ୍ମୟ ଦ୍ବିତୀୟ ପାଳି ୮ ୱିକେଟ୍ ନେବାରୁ ଅଷ୍ଟ୍ରେଲିଆ ୧୫୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଫଳରେ ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ମାତ୍ର ୧୧ ରନ୍ ରହିଥିଲା।
ଏହାକୁ ଭାରତର ଦୁଇ ଓପନର୍ ଲକ୍ଷ୍ୟ ରାଇଚନ୍ଦାନୀ (୯*, ୪ ବଲ୍) ଓ ସାଗର ବୀର୍କ (୨*, ୧ ବଲ୍) ମାତ୍ର ୫ ବଲ୍ରେ ହାସଲ କରିନେଇଥିଲେ।
ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ରେ ପରାସ୍ତ ଏହି ୪ଦିନିଆ ମ୍ୟାଚ୍ର ବୁଧବାର ତୃତୀୟ ଦିନରେ ୮୬/୪ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଏଥିରେ ୬୬ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍ ହରାଇଥିଲା।
ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୭୪ ରନ୍ କରିଥିଲା ବେଳେ ଭାରତ ୩୧୫ ରନ୍ କରି ୧୪୧ ରନ୍ରେ ଆଗୁଆ ରହିଥିଲା।
ଚମତ୍କାର ବୋଲିଂ (୬/୩୨, ୮/୪୧) ସହ ଦ୍ବିତୀୟ ପାଳିରେ ଉପଯୋଗୀ ୨୮ ରନ୍ କରିଥିବା ତନ୍ମୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ବ୍ଲାକ୍ କାଟଲ (୨୯୬ ରନ୍)ଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଉରୁଗୁଏ ବିପକ୍ଷରେ ଗୋଲ୍ ଦେବାରେ ପ୍ରଥମ ଭାରତୀୟ ଖେଳାଳି ଥାପ୍ପା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।