V Teja: ଜନ୍ମଦିନରେ ଜଳିଲା ଜୁଇ: ଦେଶ ସେବା ସ୍ବପ୍ନ ସାକାର, ନିଜ ସ୍ବପ୍ନ ରହିଗଲା ଅଧୁରା

Oct 07, 2026 - 14:10
V Teja: ଜନ୍ମଦିନରେ ଜଳିଲା ଜୁଇ: ଦେଶ ସେବା ସ୍ବପ୍ନ ସାକାର, ନିଜ ସ୍ବପ୍ନ ରହିଗଲା ଅଧୁରା

"ରାୟଗଡ଼ା(ଶିବ ପ୍ରସାଦ ଦୋରା): ଜନ୍ମଦିନରେ ଜଳିଲା ଜୁଇ I ଆଜି ସହିଦ ଭି ତେଜାଙ୍କ ଜନ୍ମଦିନ ଥିଲା I ଜୀବନରେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ କାର୍ଯ୍ୟକୁ  ଯୋଜନା କରି ପରିଶ୍ରମ  କରିଥିଲେ ଓ ସଫଳତା ମଧ୍ୟ  ପାଇଥିଲେ I ନିଜ  ବାସଗୃହ  ନିକଟରେ  ସି ଆର ପି ଏଫ ୪ର୍ଥ ବାଟାଲିଅନର ଯବାନମାନଙ୍କୁ ଦେଖି ଚିନ୍ତା କରିଥିଲେ ଦେଶ ସେବା କରିବା ପାଇଁ I ଏନେଇ ନିଜକୁ ଦେଶ ସେବା ପାଇଁ ପ୍ରସ୍ତୁତ କରି ଭାରତୀୟ ସେନାରେ ଭର୍ତି ହେବାପାଇଁ ପରୀକ୍ଷା ଦେଇଥିଲେ ଏବଂ ସଫଳତା ହାସଲ କରିଥିଲେ I ଭି ତେଜା ସେନାର ଆସାମ ରାଇଫଲସରେ ଯୋଗଦାନ କରିଥିଲେ I ନିଜର ଛୋଟ ଗ୍ରୋସେରୀ ଦୋକାନରୁ ସି ଆର ପି ଏଫ ଯବାନଙ୍କୁ ଦେଖି ଦେଶ ସେବା ପାଇଁ  ସ୍ବପ୍ନ  ଦେଖିଥିବା ତେଜା  ନାଗାଲାଣ୍ଡରେ ଭାରତୀୟ ସେନାରେ  ଯୋଗଦାନ କରିଥିଲେ IAdvertisment ଜନୈକ ଯୁବତୀଙ୍କୁ ପ୍ରେମ କରି  ପରିବାର ସମ୍ମତି କ୍ରମେ ଡିସେମ୍ବର ୧୦ ତାରିଖରେ ବାହାଘର ଠିକ ହୋଇଥିଲା I ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ସରିଥିଲା I ବିବାହ ପୂର୍ବରୁ ନୂତନ ଗୃହ ନିର୍ମାଣ ମଧ୍ୟ କରିଥିଲେ I କିନ୍ତୁ ନିୟତିର ନିର୍ଦେଶ ଥିଲା ଅଲଗା I ସହିଦ ତେଜା ୨୦୨୨ ମସିହାରେ ଚାକିରୀରେ ଯୋଗ ଦେଲାପରେ ଅଙ୍ଗଦାନ କରିବେ ବୋଲି  ଘୋଷଣାପତ୍ର ସ୍ଵାକ୍ଷରିତ କରିଥିଲେ I ସୋମବାର ଦିନ ତେଜା ସହିଦ ହେଲା ପରେ ନିକଟସ୍ଥ ଡାକ୍ତରଖାନାରୁ ଗୁରୁତ୍ୱପୂର୍ଣ ଅଙ୍ଗ କଢ଼ାଯାଇଥିଲା I ଅଙ୍ଗଦାନ କରି ଅମର ହୋଇଗଲେ ସତ ଜୀବନରେ ଦେଖିଥିବା ସୁନେଲି ସ୍ବପ୍ନ ସବୁ ଅଧୁରା ରହିଗଲା I ପୁଅର ମୃତଦେହ ଦେଖି ବାପା ମା  ପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ଆଖିରୁ ଲୁହ ଶୁଖୁନି I ବିରାଟ ଶୋଭାଯାତ୍ରାରେ ସିରିଗୁଡା ସ୍ଥିତ ଶ୍ମଶାନଘାଟକୁ ଅଣାଯାଇଥିଲା  କାର୍ଯ୍ୟରତ ଅବସ୍ଥାରେ ନାଗାଲାଣ୍ଡ ରାଜ୍ୟରେ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି I ଗାର୍ଡ ଅଫ ଅନର ପ୍ରଦାନ  ସମୟରେ ରାୟଗଡ଼ା  ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,  ବିଧାୟକ ଅପଲା ସ୍ୱାମୀ କାଡ୍ରାକା ଓ ହଜାର ହଜାର ଲୋକ ଉପସ୍ଥିତ ରହି ପାର୍ଥିବ ଶରୀରକୁ ସମ୍ମାନ ପ୍ରଦାନ କରିଥିଲେ I   ସହିଦ ତେଜାଙ୍କୁ ତାଙ୍କ ବାସଭବନରୁ ଏକ ବିରାଟ ଶୋଭାଯାତ୍ରାରେ ସିରିଗୁଡା ସ୍ଥିତ ଶ୍ମଶାନଘାଟକୁ ଅଣାଯାଇଥିଲା I ଆଜି ୩୧ତମ ଜନ୍ମଦିନରେ ଜଳିଥିଲା ଜୁଇ ଓ ପାର୍ଥିବ ଶରୀର ବିଲୀନ ହୋଇଯାଇଥିଲା ସବୁଦିନ ପାଇଁ I ସହିଦ ତେଜା ଦେଶ ପାଇଁ ଦେଖିଥିବା ସ୍ବପ୍ନ ପୂର୍ଣ୍ଣ ହୋଇଥିଲା, କିନ୍ତୁ ନିଜ ପାଇଁ ଦେଖିଥିବା ସ୍ବପ୍ନ ଅଧୁରା ରହିଗଲା I Kiara Advani: ଦ୍ବିତୀୟ ଥର ମା" ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।