Landslide Disrupts Train Services ରେଳଧାରଣାରେ ଖସିଲା ମାଟି ପଥର, ରାୟଗଡ଼ା ଡିଭିଜନରେ ଟ୍ରେନ୍ ସେବା ନିୟନ୍ତ୍ରଣ
"ଭୁବନେଶ୍ୱର: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଘଟିଥିବାରୁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍କୁ ଆଂଶିକ ଭାବେ ବାତିଲ କରାଯାଇଛି।Advertisment ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।
ଟ୍ରେନ୍ ସମ୍ବନ୍ଧୀୟ ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ 'ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES)ରେ ଯାଞ୍ଚ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।
ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ: ଟ୍ରେନ୍ ନଂ ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନ୍ ନଂ ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।ଟ୍ରେନ୍ ନଂ ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।ଟ୍ରେନ୍ ନଂ ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ୧୪ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) ହେଉଥିବା ଟ୍ରେନ୍ଗୁଡ଼ିକ: ଟ୍ରେନ୍ ନଂ ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନରେ ଆଂଶିକ ଭାବେ ଯାତ୍ରା ସମାପ୍ତ କରିବ।ଟ୍ରେନ୍ ନଂ ୧୮୦୦୬ ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ ୧୫ ଅକ୍ଟୋବରରୁ ୨୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।ଟ୍ରେନ୍ ନଂ ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନରେ ଆଂଶିକ ଭାବେ ଯାତ୍ରା ସମାପ୍ତ କରିବ।ଟ୍ରେନ୍ ନଂ ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ୧୪ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।ଟ୍ରେନ୍ ନଂ ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନରେ ଆଂଶିକ ଭାବେ ଯାତ୍ରା ସମାପ୍ତ କରିବ।ଟ୍ରେନ୍ ନଂ ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କିରଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।