Crime Branch IG: କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କ ପରଲୋକ

Sep 01, 2026 - 07:21
Crime Branch IG: କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କ ପରଲୋକ

"କଟକ: ଓଡ଼ିଶା କ୍ୟାଡର୍‌ର ବରିଷ୍ଠ ଆଇପିଏସ୍ ଅଫିସର, କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦଙ୍କର ପରଲୋକ ଘଟିଛି।

ଶାରୀରିକ ଅସୁସ୍ଥତା ପାଇଁ ସେ ତିରୁଅନନ୍ତପୁରମ୍‌ରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ।

ସେ ସାଇବର ୱିଙ୍ଗର ନେତୃତ୍ବ ନେଉଥିବା ବେଳେ ସାଇବର ଅପରାଧ ସମାଧାନରେ ବିଶେଷ ଦକ୍ଷତା ରଖିଥିଲେ।

ସେଫିନ୍‌ ଅହମ୍ମଦ ଓଡ଼ିଶା ପୁଲିସରେ ୨୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ।

୧୯୭୬ ଅଗଷ୍ଟ ୧୩ରେ କେରଳରେ ଜନ୍ମିତ ସେଫିନ ହେଉଛନ୍ତି ପୂର୍ବତନ ସିଆଇଟିୟୁ ନେତା ହବିବଙ୍କ ପୁଅ।

Advertisment NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ ବି.ଟେକ୍ ଡିଗ୍ରି ଓ ଏମ୍‌ବିଏ ପରେ ୨୦୦୩ରେ ଆଇପିଏସ୍ ଭାବେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲେ।

୨୦୦୫ରେ ସୁନ୍ଦରଗଡ଼ ଜିଲ୍ଲାରେ ତାଲିମ ନେଇ ପ୍ରଥମେ ଗୁଣୁପୁର ଏସ୍‌ଡିପିଓ, ପରେ ଦେବଗଡ଼, ଝାରସୁଗୁଡ଼ା, ଗଜପତି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଓ କଳାହାଣ୍ଡି ଜିଲ୍ଲାରେ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ।

ପରେ ୫ ବର୍ଷ ପାଇଁ ନିଜ ରାଜ୍ୟ କେରଳକୁ ଡେପୁଟେସନରେ ଯାଇ ଏସ୍‌ପି (କମ୍ପ୍ୟୁଟର) ଥିରୁଅନନ୍ତପୁରମ,ଏଆଇଜି ମୁଖ୍ୟାଳୟ.

ଡିଆଇଜି (ପ୍ରଶାସନ), ଡିଆଇଜି (ଆର୍ମଡ୍ ପୁଲିସ ବାଟାଲିୟନ) ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ନକ୍ସଲ ଦମନ ପାଇଁ କେରଳରେ ମୂଳଦୁଆ ପକାଇବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

୨୦୧୯ରେ ସେ ଓଡ଼ିଶାକୁ ଫେରି ଡିଆଇଜି (ମୁଖ୍ୟାଳୟ) କଟକ, ଡିଆଇଜି (ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ), କୋରାପୁଟ ଏବଂ ଡିଆଇଜି (ଟେକ୍ନିକାଲ୍‌), କଟକ ଭଳି ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଥିଲେ।

୨୦୨୩ ଜୁଲାଇ ୧୦ରୁ ସେ ଆଇଜିପି (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟ କରିଆସୁଥିଲେ।

ସେବେଠାରୁ ସେ ସାଇବର୍ ଅପରାଧ ମାମଲାରେ ମୁଖ୍ୟତଃ କାମ କରୁଥିଲେ।

୨୦୨୫ ଆରମ୍ଭରେ ସେ ଅସୁସ୍ଥ ହୋଇପଡ଼ିଥିଲା ବେଳେ ପ୍ରଥମେ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ ଏବଂ ପରେ ତିରୁଅନନ୍ତପୁରମ୍‌ର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ।

୨୦୨୪ ସାଧାରଣତନ୍ତ୍ର ଦିବସରେ ସେଫିନଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।