06 OCTOBER 2026

Welcome!

Unlock your personalized experience.
Sign Up

Crime Branch: ଫାଇଲ୍ ହଜିବା ଘଟଣା: ଭି କେ ପାଣ୍ଡିଆନଙ୍କୁ କ୍ରାଇମବ୍ରାଞ୍ଚ ଜେରା

Oct 06, 2026 - 03:29
Crime Branch: ଫାଇଲ୍ ହଜିବା ଘଟଣା: ଭି କେ ପାଣ୍ଡିଆନଙ୍କୁ କ୍ରାଇମବ୍ରାଞ୍ଚ ଜେରା

କଟକ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡର ନାଇଡୁ କମିସନ ତଦନ୍ତ ରିପୋର୍ଟ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ତତ୍କାଳୀନ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଜେରା କରିଛି। ପାଣ୍ଡିଆନଙ୍କ ସମେତ ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ମଧ୍ୟ ପୂର୍ବରୁ ଜେରା କରାଯାଇଛି। ଏମାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରାଯାଇଥିଲା। ଏହାରି ଆଧାରରେ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଦୁଇଟି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବା ସେ ସ୍ବୀକାର କରିଛନ୍ତି। 

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ତଦନ୍ତ କରି ଜଷ୍ଟିସ୍‌ ଏ ଏସ୍ ନାଇଡୁ କମିସନ ୨୦୧୬ ସେପ୍ଟେମ୍ବର ୧୬ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ 
କରିଥିଲେ। ଏହି ତଦନ୍ତ ରିପୋର୍ଟ ଗୃହ ବିଭାଗ ଅଧୀନରେ ଥିଲା। ପରେ ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ରିପୋର୍ଟ ହଜିବା ଘଟଣାରେ ଭୁବନେଶ୍ବର କ୍ୟାପିଟାଲ ଥାନା ପୁଲିସ ପ୍ରଥମେ ମାମଲା ରୁଜୁ କରିଥିଲା। ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ ଆଧାରରେ ଜୁନ୍‌ ୧୦ରେ ପୁଲିସ ଏହି ଘଟଣାର ତଦନ୍ତ ପ୍ରଥମେ କରୁଥିବା ବେଳେ ପରେ ଜୁଲାଇ ୨୮ରେ କ୍ରାଇମବ୍ରାଞ୍ଚ ଏକ ସାନି ମାମଲା ରୁଜୁ କରିଥିଲା। କ୍ରାଇମବ୍ରାଞ୍ଚ ଏସ୍‌ପି ଅନିରୁଦ୍ଧ ରାଉତରାୟ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ୍ ଥାନା ପୁଲିସ ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ର ନାଥ ବେହେରା, ରାଜେଶ ବର୍ମା, ମନୋଜ ମିଶ୍ର, ତତ୍କାଳୀନ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ପଠାଇଥିଲା।

Flydubai attack: ଫ୍ଲାଏଦୁବାଇ ଆକ୍ରମଣ ପ୍ରସଙ୍ଗରେ ଚାଞ୍ଚଲ୍ୟକର ତଥ୍ୟ: ବେନ୍ ଗୁରିଅନ୍ ବିମାନବନ୍ଦରରେ ଆତ୍ମଘାତୀ ଆକ୍ରମଣ ପାଇଁ ଥିଲା ଯୋଜନା

କେବଳ ମନୋଜ ମିଶ୍ର ହାଜର ହୋଇ ପକ୍ଷ ରଖିଥିବା ବେଳେ ପାଣ୍ଡିଆନ୍ ଲଣ୍ଡନରେ ଥିବାରୁ ଫେରିଲେ ହାଜର ହେବା ନେଇ କମିସନରେଟ୍ ପୁଲିସକୁ ମେଲ୍ ଯୋଗେ ଉତ୍ତର ଦେଇଥିଲେ। ପାଣ୍ଡିଆନ ଫେରିବା ପରେ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିଛି। ଏହି ମାମଲାରେ ୧୫ ଜଣଙ୍କୁ ବିଭିନ୍ନ ସମୟରେ ଉଭୟ ପୁଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଥିବା ବେଳେ ୬ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ହୋଇଥିବା ୬ ଜଣଙ୍କ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସ୍‌ଡି ପ୍ରଦୀପ୍ତ କୁମାର ମହାପାତ୍ର ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଡାଇରିଷ୍ଟ କ୍ଷିତୀଶ ପଣ୍ଡାଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି। ୨୦୧୬ ସେପ୍ଟେମ୍ବର ୧୬ରେ ରାଜ୍ୟ ସରକାରଙ୍କୁ ଲକ୍ଷ୍ମଣାନନ୍ଦ ସରସ୍ବତୀ ତଦନ୍ତ ରିପୋର୍ଟ ଦାଖଲରୁ ୨୦୨୪ ଜୁନ୍ ୪ ତାରିଖରେ ବିଜେପି ସରକାର ଆସିବା ଯାଏଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହ ବିଭାଗରେ ଏହି ରିପୋର୍ଟ ଥିବାରୁ ଡାକ ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫାଇଲ୍ ଗ୍ରହଣ କରିଥିବା ବେଳେ ଏହାର ରିସିଭିଂ ରିସିପ୍ଟ ମଧ୍ୟ ରହିଛି। ତେବେ ଫାଇଲ୍ କେଉଁଆଡ଼େ ଗଲା ଏ ନେଇ ଏବେ ବି କ୍ରାଇମବ୍ରାଞ୍ଚ ପ୍ରମାଣ ଖୋଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।