Crime Scene Recreation: ସସ୍ମିତା ହତ୍ୟାକାଣ୍ଡର କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌: ଅଭିଯୁକ୍ତକୁ ଦେଖି ତାତିଲେ ଶହ ଶହ ଗ୍ରାମବାସୀ

Nov 03, 2026 - 10:07
Crime Scene Recreation: ସସ୍ମିତା ହତ୍ୟାକାଣ୍ଡର କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌: ଅଭିଯୁକ୍ତକୁ ଦେଖି ତାତିଲେ ଶହ ଶହ ଗ୍ରାମବାସୀ

କୁଶ ପୁତ୍ତଳିକା ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ।

ପୋଲିସ ସହ ଘଟଣାସ୍ଥଳକୁ ଯାଇ କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ କଲା।

ହେଲେ ଅଭିଯୁକ୍ତକୁ ଦେଖି ରାଗରେ ଜଳି ଉଠିଲେ ଗ୍ରାମବାସୀ।

ଏପରିକି ଅଭିଯୁକ୍ତକୁ ସେମାନଙ୍କ ହାତକୁ ହସ୍ତାନ୍ତର କରିବାକୁ ଦାବି କରିବା ସହ ପୋଲିସକୁ ଘେରାଉ କରିଥିଲେ।

କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଯଦୁପୁର ବନ୍ଧସାହିର କଲେଜ ଛାତ୍ରୀ ସସ୍ମିତା ବେହେରା ହତ୍ୟା ଘଟଣାରେ ଏଭଳି ଉତ୍ତେଜନା ଦେଖାଦେଇଛି।

Advertisment ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ପୋଲିସ ଗିରଫ ଅଭିଯୁକ୍ତ ଅରଜିତ ମହାନ୍ତିଙ୍କୁ ଧରି ଗାଁରେ କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ ପାଇଁ ପହଞ୍ଚିଥିଲା।

ଅଭିଯୁକ୍ତ କୁଶ ପୁତ୍ତଳିକା ସାହାଯ୍ୟରେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା।

ତେବେ ତାକୁ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଶହ ଶହ ଗ୍ରାମବାସୀ।

ଅଭିଯୁକ୍ତକୁ ସେମାନଙ୍କ ହାତକୁ ଦେବାକୁ ଦାବି କରିଥିଲେ।

ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ତାକୁ ସେଠାରୁ ନେଇଯାଇଥିଲା।

ପରେ ପୋଲିସ ଗାଡ଼ିକୁ ଘେରାଉ କରି ମାର୍ଶାଘାଇ ଥାନା ଆଇଆଇସିଙ୍କ ସମେତ କିଛି କର୍ମଚାରୀଙ୍କୁ ପ୍ରାୟ ଘଣ୍ଟାଏ ଅଟକ ରଖିଥିଲେ।

ଅଭିଯୁକ୍ତର ଏନକାଉଣ୍ଟର ଦାବି ମଧ୍ୟ କରିଥିଲେ।

ଗତ ଅକ୍ଟୋବର ୩୦ ତାରିଖ ରାତିରେ ଘରୁ ତରକାରୀ ଗରମ କରିବାକୁ ଯାଇ ଆଉ ଫେରିନଥିଲେ ସସ୍ମିତା।

ପରଦିନ ସକାଳେ ଗାଁ ନିକଟ ଜୋରରୁ ମିଳିଥିଲା ତାଙ୍କ ମୃତଦେହ।

ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସହ ଘଟଣାସ୍ଥଳରୁ ରକ୍ତଭିଜା ଛୁରୀ ଜବତ ହୋଇଥିଲା।

ଏକତରଫା ପ୍ରେମରେ ବିଫଳ ହେବାରୁ ଅରଜିତ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Advertisment ତେବେ ଏହି ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।

ପୋଲିସର ତଦନ୍ତରେ ଏହି ରହସ୍ୟ ଉପରୁ ପରଦା ହଟିବ କି ନାହିଁ, ଏବେ ତାହା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।