Crop Loss, Farmer Dies: ଫସଲ ନଷ୍ଟରୁ ଜୀବନ ହାରିଲେ ଚାଷୀ; ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Nov 01, 2026 - 16:56
Crop Loss, Farmer Dies: ଫସଲ ନଷ୍ଟରୁ ଜୀବନ ହାରିଲେ ଚାଷୀ; ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ୍ ଡେଙ୍ଗାପଦର ପଞ୍ଚାୟତର ବାକିଲିକଣା ଗାଁରେ ଜଣେ ଚାଷୀଙ୍କ ସଂଦେହଜନକ ମୃତ୍ୟୁ।

ମୃତ ଚାଷୀଙ୍କ ନାଁ ଅର୍ଜୁନ ପଣ୍ଡା।

ଚଳିତ ବନ୍ୟାରେ ଫସଲ ନଷ୍ଟ ହେବା ପରେ ଏହି ୫୫ ବର୍ଷୀୟ ଚାଷୀ ଜଣକ ଜୀବନ ହାରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

ଗୁରୁତର ଅବସ୍ଥାରେ ଅର୍ଜୁନଙ୍କୁ ପ୍ରଥମେ ହିଞ୍ଜିଳି ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment ସୂଚନା ଅନୁସାରେ ଅର୍ଜୁନ ଧାନ ଚାଷ ସହିତ ପନିପରିବା ଚାଷ ପାଇଁ ତଳି ପକାଇଥିଲେ।

ତେବେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିଥିବା ବନ୍ୟାରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ତେବେ ଏ ସଂପର୍କରେ ଆମେ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

ଫସଲ ନଷ୍ଟରୁ ଜୀବନ ହାରିଲେ ଚାଷୀ !

ଗଂଜାମ ଶେରଗଡ଼ ଅଂଚଳରେ ଚାଷୀଙ୍କ ମୃତ୍ୟୁ ବନ୍ୟାରେ ଫସଲ ନଷ୍ଟରୁ ଚାଷୀ ଜୀବନ ହାରିଥିବା ଅଭିଯୋଗ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।