Indravati river: ଇନ୍ଦ୍ରାବତୀର ଦୁଇ ରୁପ, ଏବେ ନାଳ, ବର୍ଷା ହେଲେ ନଦୀ

Nov 08, 2026 - 18:40
Indravati river: ଇନ୍ଦ୍ରାବତୀର ଦୁଇ ରୁପ, ଏବେ ନାଳ, ବର୍ଷା ହେଲେ ନଦୀ

ନବରଙ୍ଗପୁର (ସୁରେଶ ନାଇଡୁ): ଗତ ୪୦ବର୍ଷ ହେବ ଇନ୍ଦ୍ରାବତୀ ର ଦୁଇ ରୁପ ଦେଖିବାକୁ ମିଳୁଛି।

କେତେବେଳେ ନାଳ ଓ କେତେବେଳେ ନଦୀ ପାଲଟୁଛି।

ଗତ ମାସକ ତଳେ ପ୍ରବଳ ବର୍ଷା ପାଣି, ଜଳଭଣ୍ଡାରର ତିନୋଟି ଗ୍ୟାଟ ଖୋଲାଯିବା ପରେ ନଦୀରେ ଛଡାଯିବା ପାଣିକୁ ବୋହି ବିରାଟ ନଦୀ ସାଜିଥିଲା।

Advertisment ନଦୀକୂଳିଆ ଶହେ ଗାଁର ଲୋକଙ୍କ ହଜାର ହଜାର ହେକ୍ଟର ଜମି ସହ ହଜାର ହଜାର ଘର, ରାସ୍ତା, ପୋଲ, ବ୍ରିଜ ଆଦିକୁ ନଷ୍ଟ କରି ଜିଲ୍ଲାର ବିକାଶକୁ ୧୦ବର୍ଷ ତଳକୁ ପଛକୁ ଠେଲି ଦେଇଥିଲା।

ଏବେ କିନ୍ତୁ ଛୋଟ ନାଳ ସାଜିଛି ଇନ୍ଦ୍ରାବତୀ।

କେହି ଏବେ ଭାବି ପାରିବ ନାହିଁ ଯେ ମହାନଦୀ ବେସିନର ବଡ ନଦୀ ଇନ୍ଦ୍ରାବତୀ।

ଏବେ ଚାରିଆଡେ ବଡ ବଡ ଘାସ ଗଛ ସହ କାଶଥଣ୍ଡିଫୁଲ ବାହାରିବା ସହ ନଦୀ ଶୁଷ୍କ ହୋଇଯାଇଛି।

ଇନ୍ଦ୍ରାବତୀ ନଦୀ ଶୁଷ୍କ ହେବା ପଛରେ ନଦୀରେ ନିର୍ମାଣ ହୋଇଥିବା ଖାତିଗୁଡ଼ା, କପୁର, ପୋଡାଗଡ଼ ଓ ମୁରାନ ଡ୍ୟାମ୍।

ଏହି ଚାରି ଡ୍ୟାମ୍‌ରେ ପାଣିକୁ ଅଟକାଇ ଦିଆଯାଇଛି।

ଅପରପକ୍ଷରେ ଖାତିଗୁଡାରୁ ନବରଙ୍ଗପୁର ଯାଏଁ ପାଣିକୁ ଅଟକାଇ ରଖିବାକୁ ଆଡିବନ୍ଧ ବି କରାଯାଇନି।

ଇନ୍ଦ୍ରାବତୀ ନଦୀ ବାଲିପଟାରୁ ନିୟମିତ ଭାବେ ବିନା ରୟଲଟିରେ ବାଲି ଚୋରା ଚାଲାଣ ହେଉଛି।

ନଦୀ ପଠାରୁ ବାଲି ଉଠିବା ପରେ ନଦୀର ଗତିପଥରେ ପରିବର୍ତ୍ତନ ହେଉଛି।

ଫଳରେ ପାଣି ଆଉ ନଦୀରେ ଜମାହୋଇ ନ ରହି ନଦୀ ଶୁଷ୍କ ହୋଇଯାଉଛି।

କୋଷାଗୁମୁଡା ବ୍ଲକ ଯାଏଁ ୧୦୦କିଲୋମିଟରରେ ଶତାଧିକ ଗାଁ ୧୦ହଜାର ହେକ୍ଟର ଜମି ଇନ୍ଦ୍ରାବତୀ ପାର୍ଶ୍ବରେ ରହିଛି।

ରବି ଚାଷ ବି କରି ହେଉନି।

ସାମାନ୍ୟ ବର୍ଷାରେ ଧିରେ ଧିରେ ନଦୀରେ ପାଣି ଜମା ହେବା ସହ ନଦୀର ଆକାର ବୃଦ୍ଧି ପାଉଛି।

ନଦୀ ପାର୍ଶ୍ବରେ ଥିବା ଗାଁ ଓ ଜମି ଆଡକୁ ପାଣି ମାଡ଼ି ଯାଉଥିବା ନଦୀ ପାର୍ଶ୍ବ ଗ୍ରାମବାସୀ ମାନେ କହିଛନ୍ତି।

ନଦୀରେ ବ୍ୟାପକ କୁଳ ଖାଇ ନୂଆରେ ଘାଇ ସୃଷ୍ଟି ହୋଇଛି।

Neglect: 'ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର' ନଦୀର ଗତିପଥକୁ ଯାଂଚ କରି କୁଳ ଖାଇବା ଏବଂ ଘାଇ ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ପଥର ପ୍ୟାକିଂ କ‌ରି ବର୍ଷ ତମାମ ପାଣି ରହିବା ପାଇଁ ଦୀର୍ଘ ମିଆଦି ଯୋଜନା କଲେ ୧୦ହଜାର ହେକ୍ଟର ଜମିରେ ବିଭିନ୍ନ ଚାଷ ହେବା ସହ ଚାଷୀ ଲାଭାନ୍ବୀତ ହେବେ ବୋଲି ନଦୀକୁଳିଆ ଗାଁର ରତନ ମୁଦୁଲିଆ, ଚନ୍ଦ୍ର ଭତରା, ଡମ୍ବୁରୁ ଭତ୍ରା, ରାମ ବଡନାୟକ, ହରିହର ଚଳାନ, ମନ୍ଦର ଗୌଡ, ସଦା ଭତ୍ରା, ବେଦବ୍ୟାସ ଭତରା, ନରହରି ମାଝୀ ପ୍ରମୁଖ କହିଛନ୍ତି।

ନଦୀର ସର୍ଭେ କରି କିଭଳି ନଦୀକୁ ବଂଚାଯିବା ପାଇଁ ଯୋଜନା କରିବା ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ଓ ଅବସରପ୍ରାପ୍ତ ମୁଖ୍ୟ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ.ଅନିଲ ପାଣିଗ୍ରାହୀ କହିଛନ୍ତି।

ଘାଇ ଓ କୂଳ ଖାଇବା ସର୍ଭେ କରାଯିବ ବୋଲି କହିଛନ୍ତି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ପଦ୍ମ ଚରଣ ବେହେରା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।