Festival Security Tightened: ନୂଆବର୍ଷକୁ ନେଇ ପୋଲିସର କଡା ପ୍ରସ୍ତୁତି; ପର୍ବପର୍ବାଣୀ ପାଇଁ ମୁତୟନ ହେବେ ଶତାଧିକ ପ୍ଲାଟୁନ ଫୋର୍ସ

Nov 08, 2026 - 17:38
Festival Security Tightened: ନୂଆବର୍ଷକୁ ନେଇ ପୋଲିସର କଡା ପ୍ରସ୍ତୁତି; ପର୍ବପର୍ବାଣୀ ପାଇଁ ମୁତୟନ ହେବେ ଶତାଧିକ ପ୍ଲାଟୁନ ଫୋର୍ସ

ରାଜ୍ୟରେ ପର୍ବପର୍ବାଣୀର ଭିଡ଼ରେ ଅପରାଧୀଙ୍କୁ ରୋକିବାକୁ ପୋଲିସର ମେଗା ପ୍ରସ୍ତୁତି।

ନଭେମ୍ବରରୁ ଡିସେମ୍ବର ଯାଏଁ ବିଭିନ୍ନ ଧାର୍ମିକ ଉତ୍ସବ ଓ ମେଳାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଯାଜପୁର କାଳୀପୂଜା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦ ଜଣ DSP, ୮୫ ଜଣ SI ଓ ASI ଏବଂ ପ୍ରାୟ ୪୦୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି।

Advertisment ନଭେମ୍ବର ୧୬, ୧୭ ଓ ୧୮ ତାରିଖରେ ଯାଜପୁର ଟାଉନ୍ ଓ ଯାଜପୁର ରୋଡ୍ ରେ ଭସାଣି ଉତ୍ସବ ପାଇଁ ରହିଛି ସ୍ୱତନ୍ତ୍ର ସୁରକ୍ଷା ଯୋଜନା।

ସମ୍ବେଦନଶୀଳ ଅଞ୍ଚଳରେ ବାଇକ୍ ପାଟ୍ରୋଲିଂ, ଫୋର୍ ହ୍ୱିଲର୍ ପାଟ୍ରୋଲିଂ ଓ ଜିରୋ ଆୱାର ପାଟ୍ରୋଲିଂ କରାଯିବ।

ସେପଟେ ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ପ୍ରାୟ ୨୩୦୦ ହବିଷ୍ୟାଳିଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ପୋଲିସ କର୍ମଚାରୀ।

ଆଗକୁ ପୁରୀରେ ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

କଟକ ଧବଳେଶ୍ୱରରେ ବଡ଼ଓଷା ପାଇଁ ୧୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ।

କେବଳ ଉତ୍ସବସ୍ଥଳ ନୁହେଁ, ସୋସିଆଲ ମିଡିଆ ଉପରେ ମଧ୍ୟ ପୋଲିସର କଡ଼ା ନଜର ରହିବ।

ମିଥ୍ୟା ଖବର, ଗୁଜବ ଓ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ରୋକିବା ପାଇଁ ୨୪ ଘଣ୍ଟିଆ ମନିଟରିଂ ଚାଲିଛି।

Advertisment ନଭେମ୍ବରରୁ ଡିସେମ୍ବର, ପୋଲିସର ପ୍ରସ୍ତୁତି ପର୍ବପର୍ବାଣୀ ପାଇଁ ମୁତୟନ ହେବେ ଶତାଧିକ ପ୍ଲାଟୁନ ଫୋର୍ସ ନୂଆବର୍ଷକୁ ନେଇ ପୋଲିସର କଡା ପ୍ରସ୍ତୁତି ଅପରାଧୀଙ୍କ ଉପରେ ରହିବ କଡ଼ା ନଜର କାଳୀପୂଜା ପାଇଁ ବ୍ୟାପକ ପୋଲିସ ମୁତୟନ ଯାଜପୁରରେ ୨୨ ପ୍ଲାଟୁନ୍, ପୁରୀରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ଗୁଜବ ପ୍ରଚାରକାରୀଙ୍କୁ ଧରିବାକୁ ୨୪ ଘଣ୍ଟିଆ ମନିଟରିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।