Cross-Voting Row: ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦ: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ।
ଏହି ମାମଲାରେ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।
ନୋଟିସର ଜବାବ ଦାଖଲ କରିବାକୁ ଏହି ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଚର୍ଚ୍ଚା ଜୋର ଧରିଛି।
Advertisment ହାଇକୋର୍ଟଙ୍କ ନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର।
ରାଜ୍ୟସଭା ନିର୍ବାଚନ ସମୟରେ ଭୋଟିଂକୁ ନେଇ ଉଠିଥିବା ବିବାଦ ଏବେ ଆଇନଗତ ଲଢ଼େଇର ରୂପ ନେଇଛି।
ଆଜି ୫ଟି ରିଟ୍ ଉପରେ ଶୁଣାଣି ହୋଇଥିବାରୁ ୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି ।
କ୍ରସଭୋଟିଂ କରିଥିବା ଅନ୍ୟ ବିଜେଡି ବିଧାୟକଙ୍କୁ ନୋଟିସ ଜାରି ହୋଇନାହିଁ ।
ଆଡଭୋକେଟ୍ ଜେନେରାଲ୍ ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି ଯେ, ଗତ ଜୁନ୍ ମାସରେ ବିଧାନସଭାର ବାଚସ୍ପତି ବିଜେଡି ତରଫରୁ ଆଗତ ଏକ ଆବେଦନକୁ ଖାରଜ କରିଦେଇଥିଲେ ।
କ୍ରସଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ଆବେଦନ କରିଥିଲା ।
ଏହା ଖାରଜ ହେବା ପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
Advertisment ଜାନୁଆରୀ ୧୧ରେ ପରବର୍ତ୍ତୀ ଶୁଣାଣି ଏହି ମାମଲାରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ।
ଏହା ପୂର୍ବରୁ ସମସ୍ତ ୫ ବିଧାୟକଙ୍କୁ ନିଜ ନିଜର ଜବାବ ଦାଖଲ କରିବାକୁ ପଡ଼ିବ।
ଡିସେମ୍ୱର ୪ ତାରିଖ ସୁଦ୍ଧା ଏହି ବିଧାୟକମାନେ ଜବାବ ଦାଖଲ କରିବେ ।
କ୍ରସ୍ ଭୋଟିଂ ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ବିଜେଡି ରାଜନୀତିରେ ଅସନ୍ତୋଷ ଓ ଚର୍ଚ୍ଚା ଦେଖିବାକୁ ମିଳିଥିଲା।
ଦଳର ଆଭିମୁଖ୍ୟ ବିରୋଧରେ ଭୋଟ୍ ଦେବା ନେଇ ଉଠିଥିବା ପ୍ରଶ୍ନ ଏବେ ନ୍ୟାୟିକ ପ୍ରକ୍ରିୟାରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।