Cyber ​​fraud: ହଲିଡେ ପ୍ୟାକେଜ୍ ଆଳରେ ସାଇବର ଠକେଇ: ୨ ତାରକା ହୋଟେଲ୍‌କୁ ଚେତାବନୀ, ୪ଦିନରେ ୩ ଅଭିଯୋଗ

Aug 25, 2026 - 07:33
Cyber ​​fraud: ହଲିଡେ ପ୍ୟାକେଜ୍ ଆଳରେ ସାଇବର ଠକେଇ: ୨ ତାରକା ହୋଟେଲ୍‌କୁ ଚେତାବନୀ, ୪ଦିନରେ ୩ ଅଭିଯୋଗ

"ଭୁବନେଶ୍ବର: ନ୍ୟାସନାଲ୍ ଓ ଇଣ୍ଟରନ୍ୟାସନାଲ୍ ହଲିଡେ ପ୍ୟାକେଜ୍ ଆଳରେ ରାଜଧାନୀରେ ଜାଲ ବିଛାଇଛନ୍ତି ସାଇବର ଠକ।

ଲୋକଙ୍କୁ ଦେଶ ବିଦେଶରେ ବୁଲାଇ ନେବାକୁ ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକୁଛନ୍ତି।

କେବଳ ସେତିକି ନୁହେଁ, ମିଥ୍ୟା ପ୍ରତିଶ୍ରୁତି ସାଙ୍ଗକୁ ତାରକା ହୋଟେଲ୍‌ରେ ରହିବାର ଲୋଭ ଦେଖାଇ ହଲିଡେ ମେମ୍ବରସିପ୍ ସଂଗ୍ରହ କରାଯାଉଛି।

ଆଉ ଏହି ମେମ୍ବରସିପ୍ ଆଳରେ ଲୋକଙ୍କଠାରୁ ଟଙ୍କା ଲୁଟି ନିଆଯାଉଛି।

ଗତ ୪ଦିନରେ ଭୁବନେଶ୍ବର ସାଇବର ଥାନାକୁ କ୍ରମାଗତ ଭାବରେ ୩ଟି ଅଭିଯୋଗ ସାମନାକୁ ଆସିଛି।

ଏଭଳି ଅଭିଯୋଗକୁ କେନ୍ଦ୍ର କରି ସାଇବର ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଓ ପ୍ରମୋସନାଲ୍ ମିଟିଂ ଆୟୋଜିତ ହୋଇଥିବା ୨ଟି ପଞ୍ଚତାରକା ହୋଟେଲ୍‌କୁ କଡ଼ା ଚେତାବନି ଦେଇଛି।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ ଭୁବନେଶ୍ବରରେ ଏକ ଆଇଟି କମ୍ପାନିରେ କାର୍ଯ୍ୟରତ ଜଣେ ମଧ୍ୟପ୍ରଦେଶର ଯୁବକଙ୍କ ଅଭିଯୋଗ କରିଛନ୍ତି ଯେ କିଛିଦିନ ପୂର୍ବରୁ ସେ ଏକ ସପିଂ ମଲ୍‌କୁ ଯାଇଥିଲେ।

ସେଠାରେ ତାଙ୍କୁ କିଛି ଯୁବକ ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ମାର୍କେଟିଂ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚୟ ଦେଇଥିଲେ।

ପରେ ତାଙ୍କୁ ଦେଶ ବିଦେଶରେ ବୁଲିବା ପାଇଁ ଏକ ହଲିଡେ ପ୍ୟାକେଜ୍ ଟୁର୍ କିଣିବା ପାଇଁ କହି ଅଭିଯୁକ୍ତମାନେ ଯୁବକଙ୍କ ମୋବାଇଲ ନମ୍ବର ନେଇଥିଲେ।

ଏହା ପରେ ତାଙ୍କୁ ଏକ ଇଣ୍ଟରକଣ୍ଟିନେଣ୍ଟାଲ ହଲିଡେଜ୍ ସଂସ୍ଥାରୁ ଫୋନ୍ ଆସିଥିଲା।

ଫୋନ୍ କରିଥିବା ଯୁବକ ନିଜକୁ ସଂସ୍ଥାର ପ୍ରମୋସନାଲ୍ ହେଡ୍ ବୋଲି ପରିଚୟ ଦେଇଥିଲେ।

ଏହା ପରେ ତାଙ୍କୁ ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲ୍‌କୁ ଡାକିଥିଲେ।

ଏତେ ବଡ଼ ହୋଟେଲ୍‌ରେ ବୈଠକ ସାଙ୍ଗକୁ ଡିନର୍ ଅଫର୍ ପାଇ ଅଭିଯୋଗକାରୀ ହଲିଡେ ପ୍ୟାକେଜ୍ ଟୁର୍ ସତ ବୋଲି ଭାବିଥିଲେ।

ତେଣୁ ଦିଆଯାଇଥିବା ନିର୍ଦ୍ଧାରିତ ତାରିଖରେ ଅଭିଯୋଗକାରୀ ତାରକା ହୋଟେଲ୍‌ରେ ତାଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ପହଞ୍ଚିଥିଲେ।

ସେଠାରେ ତାଙ୍କୁ ସୁସ୍ବାଦୁ ଖାଦ୍ୟପେୟରେ ଆପ୍ୟାୟିତ କରି ଲୁଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

୨ ତାରକା ହୋଟେଲ୍‌କୁ ଚେତାବନୀ୪ଦିନରେ ୩ ଅଭିଯୋଗଅଢ଼େଇ ଲକ୍ଷ ଟଙ୍କା ଫେରସ୍ତ କଲାଣି ସାଇବର ଥାନା ସଂସ୍ଥା ପକ୍ଷରୁ ଏକ ରେଟ୍ ଚାର୍ଟ ଧରାଇଦିଆଯାଇଥିଲା।

୫ବର୍ଷ ପାଇଁ ସଂସ୍ଥାରେ ହଲିଡେ ମେମ୍ବରସିପ୍ କଲେ ୧ଲକ୍ଷ ୨୫ହଜାର ଟଙ୍କା ପୈଠ କରାଯିବ।

ପ୍ରତିବର୍ଷ ୭ଦିନ ପାଇଁ ବିଭିନ୍ନ ତାରକା ଖଚିତ ହୋଟେଲ୍‌ରେ ରହଣି ସାଙ୍ଗକୁ ବୁଲେଇ ନିଆଯିବ।

ଏହିଭଳି ୫ବର୍ଷ ପର୍ଯ୍ୟନ୍ତ କରାଯିବ।

ସେହିଭଳି ୧୦ବର୍ଷର ମେମ୍ବରସିପ୍ କଲେ ୨ଲକ୍ଷ ଟଙ୍କା ଓ ୧୫ବର୍ଷର କଲେ ଆହୁରି ଡିସକାଉଣ୍ଟ୍ ମିଳିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମସ୍ତ ଟଙ୍କା ଏକାସଙ୍ଗେ ଆପଣଙ୍କୁ ପୈଠ କରିବାକୁ ପଡ଼ିବ ନାହିଁ।

ଆପଣ ମାସକୁ ମାସ ଇଏମ୍‌ଆଇରେ ଟଙ୍କା ଦେବେ।

କେବଳ ସେତିକି ନୁହେଁ, ଆପଣ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏବେ ହିଁ ପଞ୍ଜୀକରଣ କଲେ ଆହୁରି ଅନେକ ଡିସକାଉଣ୍ଟ୍ ମିଳିବ।

ତେବେ ଏଭଳି ମନଲୋଭା ଅଫର୍ ଶୁଣି ଯୁବକ ଜଣକ ନିଜ କ୍ରେଡିଟ୍ କାର୍ଡର ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଦେଇଥିଲେ।

ଆଉ ଘରେ ଆସି ପହଞ୍ଚିବା ବେଳକୁ ତାଙ୍କ କ୍ରେଡିଟ୍ କାର୍ଡରୁ ଲକ୍ଷାଧିକ ଟଙ୍କା କଟିଯାଇଥିଲା।

ତେଣୁ ସେ ବାଧ୍ୟ ହୋଇ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଫୋନ୍ କରିଥିଲେ।

ସଂସ୍ଥା ପକ୍ଷରୁ ତାଙ୍କୁ ଟଙ୍କା ଫେରିପାଇବାର ଆଶ୍ବସନା ମିଳିଥିଲା।

ଏହା ସହିତ ତାଙ୍କ ମେଲ୍ ଆଇଡିକୁ ଏକ ଏଗ୍ରିମେଣ୍ଟ୍ କପି ମଧ୍ୟ ଯିବ ବୋଲି କୁହାଯାଇଥିଲା।

ହେଲେ ଦିନ ପରେ ଦିନ ବିତିଥିଲେ ବି ଅଭିଯୋଗକାରୀଙ୍କୁ କୌଣସି ମେଲ୍ ଆସି ନଥିଲା କି ଆକାଉଣ୍ଟ୍‌କୁ ଟଙ୍କା ଫେରି ନଥିଲା।

ତେଣୁ ସେ ବାଧ୍ୟ ହୋଇ ସାଇବର ଥାନାରେ ଅଭିଯୋଗ କରିଥିଲେ।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ସେହିଭଳି ସାଇବର ଥାନାରେ ଏହି ଯୁବକଙ୍କ ବ୍ୟତୀତ ଆଉ ୨ଟି ଅଭିଯୋଗ ଆସିଛି।

ସମୁଦାୟ ୩ଟି ଅଭିଯୋଗର ତଦନ୍ତ କରି ସାଇବର ଥାନା ପୁଲିସ ସମ୍ପୃକ୍ତ ହଲିଡେ ଟୁର୍ ସଂସ୍ଥାକୁ ନୋଟିସ୍ କରିଥିଲା।

ଏହା ସହିତ ସେମାନଙ୍କ କ୍ରେଡିଟ୍ କାର୍ଡରୁ କଟିଥିବା ପ୍ରାୟ ଅଢ଼େଇଲକ୍ଷରୁ ୩ଲକ୍ଷ ଟଙ୍କା ବ୍ଲକ୍ କରି ଫେରସ୍ତ ଅଣାଯାଇଥିବା ଜଣାପଡ଼ିଛି।

ଏନେଇ ସାଇବର ଥାନା ଏସିପି ଶୁଚିସ୍ମିତା ଦାଶ କହିଛନ୍ତି, ଅନେକ ନକଲି ସଂସ୍ଥା ଲୋକଙ୍କୁ ବୁଲାଇନେବାକୁ କହି ଠକୁଛନ୍ତି।

ମେମ୍ବରସିପ୍ ନେବା ପୂର୍ବରୁ ସଂସ୍ଥା ବାବଦରେ ବିସ୍ତୃତ ତଥ୍ୟ ସଂଗ୍ରହ କରନ୍ତୁ ଓ ବିଶ୍ବସନୀୟତା ଯାଞ୍ଚ କରି ଟଙ୍କା ଦିଅନ୍ତୁ।

ସେହିଭଳି ଅଭିଯୋଗ ଆସିଥିବା ସଂସ୍ଥା ବିରୋଧରେ ତଦନ୍ତ ଚାଲିଥିବା ବେଳେ ଯେଉଁ ହୋଟେଲ୍‌ରେ ଏହି ବୈଠକ ହୋଇଥିଲା ତା"ର ସିସିଟିଭି ସଂଗ୍ରହ କରାଯାଇଛି।

ଏହା ସହିତହୋଟେଲ୍‌କୁ ମଧ୍ୟ ଚେତାବନୀ ଦିଆଯାଇଛି।

ଆଗକୁ ଏଭଳି ବୈଠକ ଆୟୋଜନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିପି ସୂଚନା ଦେଇଛନ୍ତି।

ଅପରପଟେ ସାଇବର ବିଶେଷଜ୍ଞ ଆକାଶ ମିଶ୍ର ଏନେଇ କହିଛନ୍ତି, ଗତ ଜୁଲାଇ ୨୫ ତାରିଖରେ ସମାନ ଉପାୟରେ ଠକେଇ କରୁଥିବା ନୂଆଦିଲ୍ଲୀ ପଞ୍ଜୀକୃତ ଦ ପାସିଫିକ୍ ହଲିଡେ ଵାର୍ଲଡ୍ ନାମକ ଏକ ସଂସ୍ଥାର ପର୍ଦ୍ଦାଫାସ୍ କରିଥିଲା ହାଇଦ୍ରାବାଦ ପୁଲିସ।

୧୯ଜଣଙ୍କଠାରୁ ୨୨ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ତେଣୁ ତାରକା ହୋଟେଲ୍‌ର ମନଲୋଭା ଅଫର୍‌ ପ୍ରତି ଢଳିନଯିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।