Cyclone: ଯାଜପୁର ଭୁଲିନି ୯୯ ମହାପ୍ରଳୟ: ‘ଅର୍ଣ୍ଣବ’ ଆଣିଛି ସତର୍କତା

Oct 28, 2026 - 07:40
Cyclone: ଯାଜପୁର ଭୁଲିନି ୯୯ ମହାପ୍ରଳୟ: ‘ଅର୍ଣ୍ଣବ’ ଆଣିଛି ସତର୍କତା

ଯାଜପୁର (ମନୋଜ ରାଉଳ): ସ୍ଥଳଭାଗ ଛୁଇଁଛି ବାତ୍ୟା 'ଅର୍ଣ୍ଣବ'।

ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଏହି ବାତ୍ୟା ଯାଜପୁରବାସୀଙ୍କୁ ମନେ ପକାଇଦେଇଛି ୧୯୯୯ ମହାବାତ୍ୟାର ଲୋମଟାଙ୍କୁରା ସ୍ମୃତି।

ସେହି ବିଭୀଷିକାରେ ଜିଲ୍ଲାର ୧୮୮ ଜଣଙ୍କ ଜୀବନ ଯାଇଥିବାବେଳେ ହଜାର ହଜାର ପରିବାର ନିଜ ଭିଟାମାଟି ଓ ଜୀବିକା ହରାଇଥିଲେ।

ଦୀର୍ଘ ୨୭ ବର୍ଷ ପରେ ରାସ୍ତାଘାଟ ଓ ଜୀବନଶୈଳୀ ବଦଳିଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଓ ପ୍ରଯୁକ୍ତି ମଧ୍ୟ ଉନ୍ନତ ହୋଇଛି।

ଲୋକଙ୍କ ମଧ୍ୟରେ ସତର୍କତା ବଢ଼ିଛି।

ତଥାପି ସେହି ମହାପ୍ରଳୟର କ୍ଷତଚିହ୍ନ ଓ ଦୁଃଖଦ ସ୍ମୃତି ଆଜି ଯାଏଁ ମନରୁ ଲିଭିନାହିଁ।

Advertisment ବନ୍ୟା ସ୍ଥିତି ଅତି ଗମ୍ଭୀର ହୋଇ ପଡ଼ିଥିଲା ଆଜିକୁ ୨୭ ବର୍ଷ ତଳେ ୧୯୯୯ ଅକ୍ଟୋବର ୨୯ରେ ଆକାଶରେ କଳାହାଣ୍ଡିଆ ମେଘ, ଅବିଶ୍ରାନ୍ତ ବର୍ଷା, ପ୍ରଚଣ୍ଡ ପବନ ସହ ନଦୀର ଉଛୁଳା ଜଳରାଶି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା।

ଉପକୂଳ ଅଞ୍ଚଳରେ ଭୟଙ୍କର ପବନ, ବର୍ଷା ଓ ସମୁଦ୍ରର ବଡ଼ବଡ଼ ଜୁଆର ସୃଷ୍ଟି କରିଥିଲା ବିପର୍ଯ୍ୟୟ।

ତେବେ ବାତ୍ୟାର ପ୍ରଭାବ ସେତିକିରେ ସୀମିତ ରହିନଥିଲା।

ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରବଳ ବର୍ଷା ଓ ଉପରମୁଣ୍ଡରୁ ଆସିଥିବା ବିପୁଳ ଜଳରାଶି ନଦୀଗୁଡ଼ିକୁ ଫୁଲାଇ ଦେଇଥିଲା।

ବୈତରଣୀ, ବ୍ରାହ୍ମଣୀ ସମେତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଅତି ଗମ୍ଭୀର ହୋଇ ପଡ଼ିଥିଲା।

ଆଖୁଆପଦା ନିକଟରେ ବୈତରଣୀର ସର୍ବୋଚ୍ଚ ବନ୍ୟାଜଳ ପ୍ରବାହ ପ୍ରାୟ ୧୩,୦୦୦ କ୍ୟୁସେକ୍‌ରେ ପହଞ୍ଚିଥିଲା।

ଏହି ପ୍ରବଳ ଜଳପ୍ରବାହ ନଦୀର ଦୁଇକୂଳ ଡେଇଁ ଆଖପାଖ ଅଞ୍ଚଳକୁ ଜଳମଗ୍ନ କରିଦେଇଥିଲା।

ଗାଁ ପରେ ଗାଁ ବନ୍ୟାଜଳରେ ବୁଡ଼ିଯିବା ସହ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ପ୍ରକୃତିର ସଙ୍କେତକୁ ଅଣଦେଖା କଲେ ବିପଦ ସେତେବେଳର ସରକାରୀ ତଥ୍ୟ ଅନୁଯାୟୀ, ଏହି ବିପର୍ଯ୍ୟୟରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ ଓ ୨ଟି ସହରାଞ୍ଚଳ ପ୍ରଭାବିତ ହୋଇଥିଲା।

ପ୍ରାୟ ୧,୧୬୦ଟି ଗ୍ରାମ ଓ ୱାର୍ଡ ବାତ୍ୟା ଓ ବନ୍ୟାର ଶିକାର ହୋଇଥିବାବେଳେ ପ୍ରାୟ ୧୫.୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।

ଏହି ଭୟଙ୍କର ବିପର୍ଯ୍ୟୟରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜିଲ୍ଲାର ୬୧,୮୯୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୧,୮୭,୯୯୮ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

ଚାଷଜମି ଉପରେ ମଧ୍ୟ ପଡ଼ିଥିଲା ବିପର୍ଯ୍ୟୟର ଗଭୀର ପ୍ରଭାବ।

ପ୍ରାୟ ୧.୭୬ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିଲା।

ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ମଧ୍ୟ ଏଥିରୁ ବାଦ୍‌ ପଡ଼ିନଥିଲା।

ଜିଲ୍ଲାର ୨,୧୧୫ଟି ପ୍ରାଥମିକ ବିଦ୍ୟାଳୟ ଓ ୨୦୮ଟି ହାଇସ୍କୁଲ କ୍ଷତିଗ୍ରସ୍ତ ହୋଇଥିଲା।

ମହାବାତ୍ୟାର ସେହି ଧ୍ୱଂସଲୀଳା ଅନେକ କିଛି ଛଡ଼ାଇ ନେଇଥିଲେ ମଧ୍ୟ ମଣିଷକୁ ଦେଇ ଯାଇଥିଲା ଅନେକ ଶିକ୍ଷା।

ପ୍ରକୃତିର ସଙ୍କେତକୁ ଅଣଦେଖା କଲେ ବିପଦ ଯେ କେତେ ଭୟଙ୍କର ହୋଇପାରେ, ତାହା ୧୯୯୯ର ପ୍ରଳୟ ସ୍ପଷ୍ଟ କରିଦେଇଥିଲା।

Cyclone: ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଲୋକେ ଚିନ୍ତା କରନ୍ତୁ ନାହିଁ: ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।