Cyclone Arnab: ବାତ୍ୟା ‘ଅର୍ଣ୍ଣବ’ରେ ବେହାଲ ଗଜପତି: ତଳମୁଣ୍ଡକୁ ସତର୍କ ସୂଚନା ଜାରି

Oct 29, 2026 - 08:41
Cyclone Arnab: ବାତ୍ୟା ‘ଅର୍ଣ୍ଣବ’ରେ ବେହାଲ ଗଜପତି: ତଳମୁଣ୍ଡକୁ ସତର୍କ ସୂଚନା ଜାରି

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ବାତ୍ୟା 'ଅର୍ଣ୍ଣବ' ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।

୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲଗାତାର ବର୍ଷା ହେବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତା ଧୋଇଯିବା ଓ ଗଛ ଉପୁଡ଼ିବା ଭଳି ଘଟଣା ଘଟୁଛି।

ଏପଟେ ଜିଲ୍ଲାର ପ୍ରମୁଖ ନଦୀ ବଂଶଧାରା ଓ ମହେନ୍ଦ୍ରତନୟାରେ ଜଳସ୍ତର ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି।

ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବାରୁ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜ୍‌ରେ ସାଇରନ୍‌ ବଜାଇ ପ୍ରଥମ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପଟେ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବଢ଼ିବାରୁ ଗୋଷାଣୀ ଓ ରାୟଗଡ଼ ବ୍ଲକ୍‌ର ଅନେକ ଗାଁରେ ପାଣି ପଶିଛି।

ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment ବଂଶଧାରା ନଦୀରେ ଜଳପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜ୍‌ରେ ପ୍ରଥମ ବନ୍ୟା ସତର୍କ ସୂଚନା ଜାରି ହୋଇଛି।

ବ୍ୟାରେଜ୍‌ରେ ସାଇରନ୍‌ ବଜାଇ ନଦୀର ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି।

ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

ବ୍ୟାରେଜ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ୭ଟା ସୁଦ୍ଧା ବଂଶଧାରା ନଦୀରେ ପ୍ରତି ସେକେଣ୍ଡରେ ୫୬,୨୭୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସନ କରାଯାଉଥିଲା।

ଜଳ ନିଷ୍କାସନ ପାଇଁ ବ୍ୟାରେଜ୍‌ର ସମସ୍ତ ୨୨ଟି ଗେଟ୍‌ ଖୋଲାଯାଇଛି।

ବ୍ୟାରେଜ୍‌ର ପୂର୍ଣ୍ଣ ଜଳଧାରଣ ସ୍ତର ୩୮.୧୦ ମିଟର ଥିବା ବେଳେ ସକାଳ ୭ଟାରେ ଜଳସ୍ତର ୩୫.୨୦ ମିଟର ରହିଥିଲା।

ଉପରମୁଣ୍ଡରୁ ଜଳପ୍ରବାହ ଜାରି ରହିଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି।

ବିପଦ ସଙ୍କେତ ଟପିଲା ବଂଶଧାରା ଗଜପତି ଜିଲ୍ଲାର କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ଗୁରୁବାର ସକାଳ ୭ଟା ସୁଦ୍ଧା ୫୫.୫୮ ମିଟର ରେକର୍ଡ କରାଯାଇଛି।

ଏଠାରେ ନଦୀର ଶୂନ୍ୟ ସ୍ତର ୫୧ ମିଟର ଥିବା ବେଳେ ସତର୍କ ସଙ୍କେତ ୫୪.୧୦ ମିଟର ଓ ବିପଦ ସଙ୍କେତ ୫୪.୬୦ ମିଟର ରହିଛି।

ଏହି ହିସାବରେ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ୦.୯୮ ମିଟର ଉପରେ ପ୍ରବାହିତ ହେଉଛି।

ଜଳସ୍ତର ହ୍ରାସ ପାଉଥିବାର ସଙ୍କେତ ମିଳିଥିଲେ ମଧ୍ୟ ଏହା ବିପଦ ସଙ୍କେତ ଉପରେ ରହିଥିବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଟଳିନାହିଁ।

ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି।

ମହେନ୍ଦ୍ରତନୟାରେ ବଢ଼ୁଛି ଜଳସ୍ତର ବଂଶଧାରା ସହ ମହେନ୍ଦ୍ରତନୟା ନଦୀରେ ମଧ୍ୟ ଜଳପ୍ରବାହ ବୃଦ୍ଧି ପାଇଛି।

ଲଗାତାର ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବା ସହ ଗୋଷାଣୀ ଓ ରାୟଗଡ଼ ବ୍ଲକ୍‌ର ଅନେକ ଗାଁରେ ବନ୍ୟାଜଳ ପଶିଛି।

କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଥିବାରୁ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି।

ବର୍ଷା ଜାରି ରହିଲେ ଜଳବନ୍ଦୀ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ମୋହନାରେ ସର୍ବାଧିକ ୩୦୭.୬ ମିମି ବର୍ଷା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ (ଡିଇଓସି) ପକ୍ଷରୁ ପ୍ରକାଶିତ ଗୁରୁବାରର ବର୍ଷା ରିପୋର୍ଟ ଅନୁଯାୟୀ, ଗଜପତି ଜିଲ୍ଲାର ୮ଟି ବର୍ଷା ମାପ କେନ୍ଦ୍ରରେ ମୋଟ ୧୩୫୭.୨ ମିମି ବର୍ଷା ରେକର୍ଡ ହୋଇଛି।

ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୬୯.୬୫ ମିମି ରହିଛି।

ବ୍ଲକ୍‌ୱାରି ବର୍ଷା ପରିମାଣ ଅନୁଯାୟୀ, ମୋହନାରେ ସର୍ବାଧିକ ୩୦୭.୬ ମିମି ବର୍ଷା ହୋଇଛି।

ସେହିପରି ରାୟଗଡ଼ରେ ୨୨୪ ମିମି, ଆର୍‌.

ଉଦୟଗିରିରେ ୧୭୫.୧ ମିମି, ନୂଆଗଡ଼ରେ ୧୬୩.୬ ମିମି, ଗୋଷାଣୀରେ ୧୫୧ ମିମି, ଗୁମ୍ମାରେ ୧୫୦ ମିମି, ପାରଳାଖେମୁଣ୍ଡିରେ ୧୦୬.୪ ମିମି ଓ କାଶୀନଗରରେ ୭୯.୫ ମିମି ବର୍ଷା ରେକର୍ଡ କରାଯାଇଛି।

Heavy Rain: ବିପଦ ସଂକେତ ଉପରେ ବଂଶଧାରା ଜଳସ୍ତର: ୧୦୦୬ ଜଣଙ୍କୁ ସ୍ଥାନାନ୍ତର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବା, ରାସ୍ତା ଧୋଇଯିବା ଓ ଗଛ ଉପୁଡ଼ି ପଡ଼ିବା ଭଳି ଘଟଣା ଯାତାୟାତକୁ ପ୍ରଭାବିତ କରୁଛି।

ନଦୀନାଳରେ ଜଳପ୍ରବାହ ବଢ଼ୁଥିବାରୁ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ମଧ୍ୟ ବିପଦ ଆଶଙ୍କା ରହିଛି।

ଏଭଳି ସ୍ଥିତିରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ନଦୀ ନିକଟକୁ ନଯିବା, ପାଣି ଭରିଥିବା ରାସ୍ତା ଅତିକ୍ରମ ନକରିବା ଏବଂ ପ୍ରଶାସନର ସତର୍କ ସୂଚନା ମାନିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟାର ପ୍ରଭାବ ଓ ଅବିରତ ବର୍ଷା ମଧ୍ୟରେ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।