Cyclone Arnab Landfall: ଘଣ୍ଟାକୁ ୨୨ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’, ଦକ୍ଷିଣ ଓଡ଼ିଶାକୁ ଭୀଷଣ ବର୍ଷା ଆଲର୍ଟ

Oct 27, 2026 - 13:12
Cyclone Arnab Landfall: ଘଣ୍ଟାକୁ ୨୨ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’, ଦକ୍ଷିଣ ଓଡ଼ିଶାକୁ ଭୀଷଣ ବର୍ଷା ଆଲର୍ଟ

ଅତି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ।

ଆସନ୍ତାକାଲି ମଧ୍ୟାହ୍ଣରେ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ।

ବାପଟଲା ଓ ବିଶାଖାପାଟଣା ମଝିରେ କାକିନାଡ଼ା ନିକଟ ୟାନମ୍ ପାଖରେ ଲ୍ୟାଣ୍ଡଫଲ କରିବ ଅର୍ଣ୍ଣବ।

Advertisment ଗୋପାଳପୁର ଠାରୁ ୩୮୦ କିମି ଦୂରରେ ଏବଂ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବ ଦିଗରେ ୨୬୦କିମି, କାକିନାଡାରୁ ୩୦୦କିମି, ମଚ୍ଛଲିପଟନମରୁ ୩୯୦କିମି, ବାପଟଲାରୁ ୪୬୦ କିମି ଦୂରରେ ରହିଛି ବାତ୍ୟା।

ଘଣ୍ଟାପ୍ରତି ୨୨ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି।

ଲାଣ୍ଡଫଲ ବେଳକୁ ପବନର ବେଗ ୧୪୦ କିଲୋମିଟର ରହିବ।

ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ସର୍ବାଧିକ ୪୦ରୁ ୫୦ କିିଲୋମିଟର ବେଗରେ ପବନ ସାଙ୍ଗକୁ ୨୭ ଓ ୨୮ରେ ଭୀଷଣ ବର୍ଷା ଓ ବିଜୁଳି ଘଡ଼ଘଡି ନେଇ ଆଲର୍ଟ ଜାରି ହୋଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।