Marriage Turns Nightmare: ଛାତିଥରା ଘଟଣା! ପତ୍ନୀଙ୍କୁ ଘରେ ବନ୍ଦ କରି ୩ ସାଙ୍ଗଙ୍କୁ ଦୁଷ୍କର୍ମ ପାଇଁ ପଠାଉଥିଲା ସ୍ୱାମୀ

Oct 27, 2026 - 12:50
Marriage Turns Nightmare: ଛାତିଥରା ଘଟଣା! ପତ୍ନୀଙ୍କୁ ଘରେ ବନ୍ଦ କରି ୩ ସାଙ୍ଗଙ୍କୁ ଦୁଷ୍କର୍ମ ପାଇଁ ପଠାଉଥିଲା ସ୍ୱାମୀ

ସ୍ୱାମୀ ସାଜିଲା ରକ୍ଷକ ବଦଳରେ ଭକ୍ଷକ!

ଯାହାକୁ ଭରସା କରି ହାତ ଧରିଥିଲେ, ସେହି ସ୍ୱାମୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର।

ଘରର କବାଟରେ ତାଲା ପକାଇ ପତ୍ନୀଙ୍କୁ ବନ୍ଦୀ କରି ରଖୁଥିଲା।

ଆଉ ତା'ପରେ ନିଜର ତିନି ଜଣ ସାଙ୍ଗଙ୍କୁ ଘରକୁ ପଠାଉଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ତିନି ଜଣ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ।

ଘର ମାଲିକଙ୍କ ଗୋଟିଏ ପଦକ୍ଷେପ ପରେ ସାମ୍ନାକୁ ଆସିଛି ଏହି ଛାତିଥରା ଘଟଣା।

ବିବାହର ପ୍ରତିଶ୍ରୁତି ଦେଇ ଭାରତ ଆଣିଥିଲା ସ୍ୱାମୀ!

Advertisment ଅଭିଯୋଗ ଅନୁସାରେ, ମିଆଁମାରର ଜଣେ ୧୮ ବର୍ଷୀୟା ଯୁବତୀ ବାଂଲାଦେଶର କକ୍ସବଜାରରେ ରହୁଥିବା ସମୟରେ ମହମ୍ମଦ ଫୟାଜଙ୍କ ସହ ପରିଚିତ ହୋଇଥିଲେ।

ଫୟାଜ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଚଳିତ ବର୍ଷ ମେ' ମାସରେ ଭାରତ ଆଣିଥିଲା।

ଏନେଇ ଯୁବତୀଙ୍କ ପରିବାରକୁ ମଧ୍ୟ ଜଣାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ହାଇଦ୍ରାବାଦରେ ପହଞ୍ଚିବାର ତିନିରୁ ଚାରି ଦିନ ମଧ୍ୟରେ ଦୁହେଁ ବିବାହ କରିଥିଲେ।

ପରେ ଏକ ଭଡ଼ା ଘରେ ରହିବା ଆରମ୍ଭ କରିଥିଲେ।

ହେଲେ ବିବାହର ପ୍ରାୟ ମାସକ ପରେ ତାଙ୍କ ଜୀବନରେ ଅତ୍ୟାଚାର ଆରମ୍ଭ ହୋଇଥିଲା ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

Advertisment ଘରେ ତାଲା, ଭିତରକୁ ଆସୁଥିଲେ ୩ ଯୁବକ!

ମହିଳାଙ୍କ ଅଭିଯୋଗ ଅନୁସାରେ, ଫୟାଜ ଅହମ୍ମଦ ମୁଜୀବ, ନୂର କମଲ ଏବଂ ଜିଆ-ଉର-ରେହମାନ ନାମକ ତିନି ଜଣ ସାଙ୍ଗଙ୍କୁ ଘରକୁ ଆଣିଥିଲା।

ଏହି ତିନି ଜଣ ମଧ୍ୟ ମିଆଁମାରର ବାସିନ୍ଦା ଏବଂ ହାଇଦ୍ରାବାଦରେ ରହୁଥିବା କୁହାଯାଇଛି।

ଯୁବତୀଙ୍କ ଅଭିଯୋଗ ହେଉଛି, ଫୟାଜ ଘର ବାହାରୁ ତାଲା ପକାଇ ଚାଲିଯାଉଥିଲେ।

ଏହାପରେ ତାଙ୍କର ତିନି ସାଙ୍ଗ ଘର ଭିତରକୁ ଆସୁଥିଲେ ଏବଂ ତାଙ୍କୁ ଦୁଷ୍କର୍ମ କରୁଥିଲେ।

ଏପରିକି ଦୁଇ ଜଣ ଅଭିଯୁକ୍ତ ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଭୟ ଏବଂ କେଉଁଠି ସହାୟତା ମାଗିବେ ତାହା ଜାଣି ନପାରି ମହିଳା ଜଣକ ପୂର୍ବରୁ ଅଭିଯୋଗ କରିପାରି ନଥିବା କହିଛନ୍ତି।

ଘର ମାଲିକ ଖୋଲିଲେ ତାଲା, ସାମ୍ନାକୁ ଆସିଲା ଘଟଣା ଅକ୍ଟୋବର ୨୩ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ବକେୟା ଘରଭଡ଼ା ଆଦାୟ କରିବାକୁ ଘର ମାଲିକ ଆସିଥିବା ବେଳେ ବାହାରୁ ତାଲା ପଡ଼ିଥିବା ଦେଖିଥିଲେ।

ପରେ ସେ ତାଲା ଭାଙ୍ଗିବାରୁ ମହିଳା ଜଣକ ଘରୁ ବାହାରିବାର ସୁଯୋଗ ପାଇଥିଲେ।

ଏହାପରେ ସେ ଅନ୍ୟ ଜଣଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରି ନିଜ ପରିବାର ସହ ଯୋଗାଯୋଗ କରିଥିଲେ।

ପରେ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ ନିଆଯାଇଥିଲା।

ଅକ୍ଟୋବର ୨୬ ତାରିଖରେ ତାଙ୍କ ସମ୍ପର୍କୀୟ ମହମ୍ମଦ ରସିଦ ତାଙ୍କୁ ଥାନାକୁ ନେଇଥିଲେ।

ସେଠାରେ ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର୍‌ ରୁଜୁ କରିଛି।

ଫୟାଜ ସମେତ ଚାରି ଜଣଙ୍କ ବିରୋଧରେ ଦୁଷ୍କର୍ମ, ବେଆଇନ ଭାବେ ଅଟକ ରଖିବା ଏବଂ ଅପରାଧିକ ଧମକ ଦେବା ଭଳି ଅଭିଯୋଗ ରହିଛି।

ତେବେ ଏହି ମାମଲାରେ ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଭାରତ ଆଣିବାଠାରୁ ଆରମ୍ଭ କରି ତାଙ୍କୁ ଘରେ ବନ୍ଦୀ କରି ରଖିବା ପର୍ଯ୍ୟନ୍ତ ଉଠିଥିବା ଅଭିଯୋଗ ଏବେ ତଦନ୍ତ ପରିସରକୁ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।