Cyclone Arnab Landfall: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅର୍ଣ୍ଣବ, ସାଢ଼େ ୬ ଘଣ୍ଟାର ସଂଘର୍ଷ ପରେ ଲ୍ୟାଣ୍ଡଫଲ୍

Oct 28, 2026 - 12:13
Cyclone Arnab Landfall: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅର୍ଣ୍ଣବ, ସାଢ଼େ ୬ ଘଣ୍ଟାର ସଂଘର୍ଷ ପରେ ଲ୍ୟାଣ୍ଡଫଲ୍

ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅର୍ଣ୍ଣବ।

ଦୀର୍ଘ ସାଢେ ୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କରିଛି ଭୀଷଣ ବାତ୍ୟା ଅର୍ଣ୍ଣବ।

ରାତି ୨ରୁ ସକାଳ ସାଢ଼େ ୮ଟା ଯାଏଁ ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କରିଛି।

ସ୍ଥଳଭାଗ ଅତିକ୍ରମ ପରେ ଦ୍ରୁତଗତିରେ ଦୁର୍ବଳ ହେଉଛି ଅର୍ଣ୍ଣବ।

ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅର୍ଣ୍ଣବ।

Advertisment ଆଗାମୀ ୬ଘଣ୍ଟାରେ ଦୁର୍ବଳ ହୋଇ ଏକ ବାତ୍ୟା ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଅଛି।

ଆଗାମୀ ୪୮ ଘଣ୍ଟା ଯାଏଁ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗ ମୁହାଁ ହେବ ଅର୍ଣ୍ଣବ।

ଆଗାମୀ ୪୮ ଘଣ୍ଟା ଯାଏଁ ଅର୍ଣ୍ଣବ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ଥିବାରୁ ପ୍ରଚୁର ମାତ୍ରାର ଜଳୀୟବାଷ୍ପ ବଙ୍ଗୋପସାଗର ରୁ ଓଡିଶା ମୁହାଁ ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ।

ଆନ୍ଧ୍ର ଓ ୟାନମ ଉପକୂଳ ଦେଇ ଅତିକ୍ରମ କରିଛି ବାତ୍ୟା ଅର୍ଣ୍ଣବ।

ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ଥିଲା ୧୨୫ରୁ ୧୩୫ କିମି।

ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ।

ମାଲକାନଗିରି ପାଖାପାଖି ଆସିବା ବେଳକୁ ଆହୁରି ଦୁର୍ବଳ ହେବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।