Cyclone Arnab Triggers Flooding: ଭୀଷଣ ବାତ୍ୟା ଅର୍ଣ୍ଣବର କୋପ; ଭୀଷଣ ବର୍ଷା ଜାରି, ୨୩୬ ନମ୍ବର ଜାତୀୟ ରାଜପଥ ଅବରୋଧ

Oct 28, 2026 - 07:57
Cyclone Arnab Triggers Flooding: ଭୀଷଣ ବାତ୍ୟା ଅର୍ଣ୍ଣବର କୋପ; ଭୀଷଣ ବର୍ଷା ଜାରି, ୨୩୬ ନମ୍ବର ଜାତୀୟ ରାଜପଥ ଅବରୋଧ

ମୋହନାରେ ଭୀଷଣ ବାତ୍ୟା ଅର୍ଣ୍ଣବର କୋପ।

ଭାଙ୍ଗିଲା ଗଛ, ଜାରି ରହିଛି ଭୀଷଣ ବର୍ଷା।

ଗତକାଲି ସନ୍ଧ୍ୟାରୁ ବର୍ଷାପବନ ଜାରି ରହିଛି।

ରାତି ତମାମ ବର୍ଷାପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

ମୋହନାଠାରୁ ଚାନ୍ଦିପୁଟକୁ ଯୋଡ଼ୁଥିବା ୨୩୬ ନମ୍ବର ଜାତୀୟ ରାଜପଥରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି।

Advertisment ଜରଉ ଘାଟି ରାସ୍ତାରେ ମଧ୍ୟ ଗଛପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି।

ତେବେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।