Cyclone Arnab Update: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ NDRFର ୩୮୫ ଯବାନଙ୍କୁ ନେଇ ୧୧ଟି ଟିମ୍; ୩ ରାଜ୍ୟରେ ମୁତୟନ
ବାତ୍ୟା 'ଅର୍ଣ୍ଣବ' ମୁକାବିଲା ପାଇଁ NDRFର ୧୧ଟି ଟିମ୍ ମୁତୟନ।
ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟିରେ ରଖି ମୁଣ୍ଡଳୀ ତୃତୀୟ ବାଟାଲିୟନ NDRF ପକ୍ଷରୁ ୩୮୫ ଜଣ ଯବାନଙ୍କୁ ନେଇ ୧୧ଟି ଟିମ୍ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି।
Advertisment ଗତକାଲି ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ୪ଟି ଟିମ୍ ପଠାଯାଇଥିବା ବେଳେ ଆଜି ଛତିଶଗଡ଼ର ବସ୍ତର, ସୁକମା ଓ ବିଜାପୁରକୁ ୩ଟି ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ୪ଟି ଟିମ୍ ପଠାଯାଇଛି।
ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ନାଗେନ୍ଦ୍ର ଶର୍ମାଙ୍କ ତତ୍ତ୍ୱାବଧାନରେ ମୁତୟନ ଟିମ୍ ଗୁଡ଼ିକ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି।
Advertisment ବାତ୍ୟା 'ଅର୍ଣ୍ଣବ' ମୁକାବିଲା ପାଇଁ NDRFର ୧୧ଟି ଟିମ୍ ମୁତୟନ ୩୮୫ ଯବାନଙ୍କୁ ନେଇ ୧୧ଟି ଟିମ୍ ୩ ରାଜ୍ୟରେ ମୁତୟନ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।