Fire reported at Delhi's North Block: ଦିଲ୍ଲୀର ନର୍ଥ ବ୍ଲକରେ ଅଗ୍ନିକାଣ୍ଡ, ସ୍ୱରାଷ୍ଟ୍ର ଓ ଅର୍ଥ ମନ୍ତ୍ରଣାଳୟ ଥିବା କୋଠାରେ ନିଆଁ
ଦିଲ୍ଲୀର ନର୍ଥ ବ୍ଲକ୍ରେ ଘଟିଛି ଅଗ୍ନିକାଣ୍ଡ।
କୋଠାର ଛାତ ଉପରେ ଥିବା ଏକ ପୁରୁଣା ପ୍ଲାଷ୍ଟିକ୍ ପାଣି ଟାଙ୍କିରେ ନିଆଁ ଲାଗିଥିଲା।
କିନ୍ତୁ ସେଠାରେ କାମ କରୁଥିବା ଶ୍ରମିକମାନେ ନିଆଁକୁ ଲିଭାଇ ଦେଇଥିଲେ।
ଘଟଣାସ୍ଥଳକୁ ୬ଟି ଅଗ୍ନିଶମ ଗାଡ଼ି ପଠାଯାଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
Advertisment ନର୍ଥ ବ୍ଲକ୍ରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ଓ ଅର୍ଥ ମନ୍ତ୍ରଣାଳୟର କାର୍ଯ୍ୟାଳୟ ରହିଛି।
କୋଠାର ଉପର ଭାଗରୁ ଘନ ଧୂଆଁ ବାହାରୁଥିବା ଦେଖିବା ପରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା।
ଦିଲ୍ଲୀ ଅଗ୍ନିଶମ ସେବାକୁ ସକାଳ ପ୍ରାୟ ୧୧ଟା ୧୦ ମିନିଟ୍ରେ ଏନେଇ ଖବର ମିଳିଥିଲା।
ଏହାପରେ ୬ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ଯାଇଥିଲା।
ସୂଚନା ଅନୁସାରେ, କୋଠାର ଛାତ ଉପରେ ମରାମତି କାମ ଚାଲିଥିବା ବେଳେ ଶ୍ରମିକମାନେ ସେଠାରେ ଉପସ୍ଥିତ ଥିଲେ।
ଏହି ସମୟରେ ପୁରୁଣା ପ୍ଲାଷ୍ଟିକ୍ ପାଣି ଟାଙ୍କିରେ ନିଆଁ ଲାଗିଥିଲା।
ଶ୍ରମିକମାନେ ନିଆଁକୁ ଲିଭାଇ ଦେବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
Advertisment ଏହି ଘଟଣାକୁ ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ମଧ୍ୟ ଦେଖିଥିଲେ।
ସଂସଦକୁ ଯାଉଥିବା ସମୟରେ ନର୍ଥ ବ୍ଲକ୍ ପଛପଟୁ ଘନ ଧୂଆଁ ଉଠୁଥିବା ସେ ଦେଖିଥିଲେ।
ପରେ ସେ ସୋସିଆଲ୍ ମିଡିଆ 'ଏକ୍ସ'ରେ ଏନେଇ ପୋଷ୍ଟ କରିଥିଲେ ଏବଂ ସମସ୍ତେ ସୁରକ୍ଷିତ ଥିବେ ବୋଲି ଆଶା ପ୍ରକାଶ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।